ବାଣ ଭିଡ଼ୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ

ନୟାଗଡ଼ (ଆର୍ତ୍ତତ୍ରାଣ ପ୍ରଧାନ): ବାଣ ଭିଡ଼ା ବେଳେ ବିସ୍ଫୋରଣ ହେବାରୁ ଜଣଙ୍କର ମୃତ୍ୟୁ ଘଟିଛି। ଆଜି ଏପରି ଅଭାବନୀୟ ଘଟଣା ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ଗୁଡ଼ିପଡ଼ାରେ ଘଟିଛି। ଅଗ୍ନିଶମ କର୍ମଚାରୀମାନେ ଗାଁରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି। ବାଣ ବିସ୍ଫୋରଣରେ ଘରଟି ପାଉଁଶ ହୋଇଯାଇଛି। ଗୋଡିପଡା ଗାଁର ଅକ୍ଷୟ ସେଠୀ ଆଜି ବାଣ ଭିଡ଼ୁଥିଲେ! ପାଖରେ ବହୁ ବାଣ ଗଚ୍ଛିତ ଥିଲା। ତେବେ ଏହି ସମୟରେ କୌଣସି କାରଣରୁ ବାଣରେ ଅଗ୍ନି ସଂଯୋଗ ହୋଇଯାଇଥିଲା। ଫଳରେ […]

nayagardh

Manoranjan Sial
  • Published: Monday, 19 August 2019
  • , Updated: 19 August 2019, 09:01 PM IST

ନୟାଗଡ଼ (ଆର୍ତ୍ତତ୍ରାଣ ପ୍ରଧାନ): ବାଣ ଭିଡ଼ା ବେଳେ ବିସ୍ଫୋରଣ ହେବାରୁ ଜଣଙ୍କର ମୃତ୍ୟୁ ଘଟିଛି। ଆଜି ଏପରି ଅଭାବନୀୟ ଘଟଣା ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ଗୁଡ଼ିପଡ଼ାରେ ଘଟିଛି। ଅଗ୍ନିଶମ କର୍ମଚାରୀମାନେ ଗାଁରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି। ବାଣ ବିସ୍ଫୋରଣରେ ଘରଟି ପାଉଁଶ ହୋଇଯାଇଛି।

ଗୋଡିପଡା ଗାଁର ଅକ୍ଷୟ ସେଠୀ ଆଜି ବାଣ ଭିଡ଼ୁଥିଲେ! ପାଖରେ ବହୁ ବାଣ ଗଚ୍ଛିତ ଥିଲା। ତେବେ ଏହି ସମୟରେ କୌଣସି କାରଣରୁ ବାଣରେ ଅଗ୍ନି ସଂଯୋଗ ହୋଇଯାଇଥିଲା। ଫଳରେ ବାଣ ଗୁଡ଼ିକ ବିସ୍ଫୋରଣ ହୋଇଥିଲା। ଘଟଣାସ୍ଥଳରେ ଅକ୍ଷୟଙ୍କ ମୃତ୍ୟୁ ଘଟିଛି।

ବାଣ ବସ୍ଫୋରଣ ଶବ୍ଦ ଶୁଣି ସାହି-ପଡ଼ିଶା ଲୋକେ ଅଗ୍ନିଶମ କେନ୍ଦ୍ରକୁ ଫୋନ୍‌ କରିଥିଲେ। ଖବର ପାଇ ନୟାଗଡ଼ ଓ ଓଡ଼ଗାଁ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଶରଣକୁଳ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଚଳାଇଛି। ତେବେ କେଉଁ ପରିସ୍ଥିତିରେ ବିସ୍ଫୋରଣ ଘଟିଲା ଏବଂ ଏଥିପାଇଁ ଆଉ କିଏ ଦାୟୀ ତାହା ଖୋଜିବାରେ ଲାଗିଛି ପୁଲିସ।

Related story