ଚମ୍ପୁଆ(ଦୀପକ ଶତପଥୀ): କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଅଞ୍ଚଳ ଠାକୁରାଣୀ ସିରାଜୁଦ୍ଦିନ ବସ୍ତିରେ ସଂଘର୍ଷ। ଗୋଟିଏ ଗୋଷ୍ଠୀର ଲୋକ ଅନ୍ୟ ଗୋଷ୍ଠୀ ଉପରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏହି ମାରପିଟ୍ରେ ଜଣକର ମୃତ୍ୟୁ ହୋଇଛି। ମୃତକ ହେଲେ ନାରାୟଣ ପୂର୍ତ୍ତି। ସେହିପରି ଅନ୍ୟ ଜଣେ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ଘଟଣାସ୍ଥଲରେ ପୁଲିସ ପହଞ୍ଚି ଛାନଭିନ୍ ଚଳାଇଛି। କେଉଁ କାରଣୁ ନେଇ ଏହି ସଂଘର୍ଷ ଘଟିଛି ସେ ନେଇ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୁଲିସ।
ସୂଚନା ମୁତାବକ, ଗତକାଲି ନାରାୟଣ ପୂର୍ତ୍ତି ଠାକୁରାଣୀ ସିରାଜୁଦ୍ଦିନ ବସ୍ତିରେ ଚନ୍ଦ୍ର ଗୋପ, ଇନ୍ଦ୍ର ଗୋପ ଓ ଆକାଶ ଗୋପ ଘରକୁ ଯାଇଥିଲେ। ସେଠାରେ କୌଣସି କଥାକୁ ନେଇ ନାରାୟଣ ପୃଷ୍ଟି ଓ ଏହି ତିନି ଜଣଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ଏହି କଥା ମାରପିଟ୍ ଯାଏ ଯାଇଥିଲା। ଏହା ପରେ ଭୂଜାଳି ଓ ଛୁରୀରେ ନାରାୟଣଙ୍କ ଉପରେ ଆକ୍ରମଣ କରାଯାଇଥିଲେ। ଫଳରେ ତାଙ୍କ ମୃତ୍ୟୁ ହୋଇଛି। ସେହିପରି ଚନ୍ଦ୍ର ମୁଣ୍ଡା ନାମକ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି। ପୁଲିସ ଚନ୍ଦ୍ର ଗୋପ, ଇନ୍ଦ୍ର ଗୋପ ଓ ଆକାଶ ଗୋପଙ୍କୁ ଅଟକ ରଖିଛି।