ଧାମରା ବନ୍ଦର ସମ୍ପ୍ରସାରଣ କାମ ବେଳେ ଅଘଟଣ: ସମୁଦ୍ରରେ ଜଣେ ନିଖୋଜ, ୩ ଉଦ୍ଧାର

ବାଲେଶ୍ୱର: ଧାମରା ବନ୍ଦର ସମ୍ପ୍ରସାରଣ କାମ ଚାଲିଥିବା ବେଳେ ଅଘଟଣ ଘଟି ଜଣେ କର୍ମଚାରୀ ନିଖୋଜ ହୋଇଯାଇଥିବା ବେଳେ ୩ ଜଣଙ୍କୁ ଉଦ୍ଧାର କରାଯାଇଛି। ଦ୍ୱିତୀୟ ପର୍ଯ୍ୟାୟ ଜେଟ୍‌ ସମ୍ପ୍ରସାରଣ ବେଳେ ପ୍ଲେଟ୍‌ ଭାଙ୍ଗି ଯିବାରୁ ୪ ଜଣ ଶ୍ରମିକ ସମୁଦ୍ର ମଧ୍ୟକୁ ଖସି ପଡିଥିଲେ। ନିଖୋଜ କର୍ମଚାରୀଙ୍କୁ ଖୋଜା ଚାଲିଛି। ସମ୍ପୃକ୍ତ ୪ କର୍ମଚାରୀ ଏକ ଘରୋଇ ଠିକା ସଂସ୍ଥାର ବୋଲି ଜଣାପଡିଛି।

Dhamra

Rakesh Mallick
  • Published: Friday, 24 March 2017
  • , Updated: 24 March 2017, 03:36 PM IST

ବାଲେଶ୍ୱର: ଧାମରା ବନ୍ଦର ସମ୍ପ୍ରସାରଣ କାମ ଚାଲିଥିବା ବେଳେ ଅଘଟଣ ଘଟି ଜଣେ କର୍ମଚାରୀ ନିଖୋଜ ହୋଇଯାଇଥିବା ବେଳେ ୩ ଜଣଙ୍କୁ ଉଦ୍ଧାର କରାଯାଇଛି।

ଦ୍ୱିତୀୟ ପର୍ଯ୍ୟାୟ ଜେଟ୍‌ ସମ୍ପ୍ରସାରଣ ବେଳେ ପ୍ଲେଟ୍‌ ଭାଙ୍ଗି ଯିବାରୁ ୪ ଜଣ ଶ୍ରମିକ ସମୁଦ୍ର ମଧ୍ୟକୁ ଖସି ପଡିଥିଲେ। ନିଖୋଜ କର୍ମଚାରୀଙ୍କୁ ଖୋଜା ଚାଲିଛି। ସମ୍ପୃକ୍ତ ୪ କର୍ମଚାରୀ ଏକ ଘରୋଇ ଠିକା ସଂସ୍ଥାର ବୋଲି ଜଣାପଡିଛି।

Related story