ଚିଲିକା ଡଙ୍ଗା ବୁଡ଼ି ଘଟଣା: ମାଲିକ ପରେ ଚାଳକ ଗିରଫ

ବାଲୁଗାଁ(ଶକ୍ତି ପ୍ରସାଦ ମହାପାତ୍ର):ଚିଲିକା ଡଙ୍ଗା ବୁଡ଼ି ଘଟଣାରେ ଆଉ ଜଣକୁ ଗିରଫ କରିଛି ପୋଲିସ। ଗିରଫ ବ୍ୟକ୍ତି ହେଲେ ଡଙ୍ଗାର ସହଯୋଗୀ ଚାଳକ ଅର୍ଜ୍ଜୁନ ବେହେରା। ଏହାସହ ମାମଲାରେ ଗିରଫଦାରୀ ସଂଖ୍ୟା ୨କୁ ବୃଦ୍ଧି ହୋଇଛି। ପୂର୍ବରୁ ଡଙ୍ଗା ମାଲିକ ବସନ୍ତ ବେହେରାଙ୍କୁ ପୋଲିସ ଗିରଫ କରିଥିଲା। ସୂଚନାଯୋଗ୍ୟ, ଜୁନ୍ ୧୫ ତାରିଖରେ ପର୍ଯ୍ୟଟକଙ୍କୁ ଧରି ଏକ ଡଙ୍ଗା କାଳିଜାଈରୁ ବାଲୁଗାଁ ଫେରୁଥିବା ବେଳେ ହଠାତ୍ ଝଡ଼ବର୍ଷା ହେବାରୁ ମଝି ଚିଲିକାରେ ବୁଡ଼ି ଯାଇଥିଲା। ଏଥିରେ ୬ […]

chilika

Rakesh Mallick
  • Published: Monday, 25 June 2018
  • , Updated: 25 June 2018, 01:37 PM IST

ବାଲୁଗାଁ(ଶକ୍ତି ପ୍ରସାଦ ମହାପାତ୍ର):ଚିଲିକା ଡଙ୍ଗା ବୁଡ଼ି ଘଟଣାରେ ଆଉ ଜଣକୁ ଗିରଫ କରିଛି ପୋଲିସ। ଗିରଫ ବ୍ୟକ୍ତି ହେଲେ ଡଙ୍ଗାର ସହଯୋଗୀ ଚାଳକ ଅର୍ଜ୍ଜୁନ ବେହେରା। ଏହାସହ ମାମଲାରେ ଗିରଫଦାରୀ ସଂଖ୍ୟା ୨କୁ ବୃଦ୍ଧି ହୋଇଛି। ପୂର୍ବରୁ ଡଙ୍ଗା ମାଲିକ ବସନ୍ତ ବେହେରାଙ୍କୁ ପୋଲିସ ଗିରଫ କରିଥିଲା।

ସୂଚନାଯୋଗ୍ୟ, ଜୁନ୍ ୧୫ ତାରିଖରେ ପର୍ଯ୍ୟଟକଙ୍କୁ ଧରି ଏକ ଡଙ୍ଗା କାଳିଜାଈରୁ ବାଲୁଗାଁ ଫେରୁଥିବା ବେଳେ ହଠାତ୍ ଝଡ଼ବର୍ଷା ହେବାରୁ ମଝି ଚିଲିକାରେ ବୁଡ଼ି ଯାଇଥିଲା। ଏଥିରେ ୬ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହପରେ ପୋର୍ଟ ଆଣ୍ଡ ଅନ୍‌ଲାଣ୍ଡ ଓ୍ୱାଟର ଟ୍ରାନ୍ସପୋର୍ଟ ନିର୍ଦ୍ଦେଶକ ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ସେ ରିପୋର୍ଟରେ ସ୍ପଷ୍ଟ କରିଥିଲେ ଯେ, ସବୁ ଦୋଷ ପବନର। ଚିଲିକା ମଝିରେ ପ୍ରବଳ ପବନ ବହିବାରୁ କାଳିଜାଈ ଗଣ୍ଡରେ ବୁଡ଼ିଗଲା ଡଙ୍ଗା। ଏଥିରେ ପ୍ରଶାସନର କିଛି ଭୁଲ ନାହିଁ। ଡଙ୍ଗାରେ ପର୍ଯ୍ୟାପ୍ତ ପରିମାଣର ଲାଇଫ୍ ଜ୍ୟାକେଟ ଓ ଲାଇଫ୍‌ ବୟ ଥିଲେ। ଡଙ୍ଗାରେ ୧୫ ଜଣ ବସିବାକୁ ଜାଗା ଥିବା ବେଳେ ୨୦ଟି ଜ୍ୟାକେଟ ଥିଲା। ହେଲେ ଚିଲିକା ମଝିରେ ପ୍ରବଳ ପବନ ବହିବାରୁ ଡଙ୍ଗା ବୁଡ଼ିଗଲା।

Related story