ଗଞ୍ଜାମରେ ପୁଣି ଏକ ମୁଣ୍ଡ ନେଲା କରୋନା

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଗଞ୍ଜାମରେ କରୋନା ଉଦ୍‌ବେଗଜନକ ସ୍ଥିତିରେ ପହଞ୍ଚି ସାରିଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ି ଚାଲିଛି। ଗତକାଲି ସୁଦ୍ଧା ଗଞ୍ଜାମରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪୮ରେ ପହଞ୍ଚି ଥିବା ବେଳେ ରାତିରେ ପୁଣି ଏକ ମୁଣ୍ଡ ନେଲା କରୋନା । ବ୍ରହ୍ମପୁର ମହାନଗର ନିଗମରେ ହେଡ୍ ଆସିଷ୍ଟାଣ୍ଟ ଭାବେ କାର୍ଯ୍ୟରତ ଉପେନ୍ଦ୍ର ମାଝିଙ୍କର କରୋନାରେ ମୃତ୍ୟୁ ହୋଇଥିବା BEMC ପକ୍ଷରୁ ସୂଚନା ଦିଆଯାଇଛି । ଉପେନ୍ଦ୍ର ଟାଟା ମେଡିକାଲରେ ଚିକିତ୍ସିତ ହେଉଥିଲେ। ସେପଟେ BEMC […]

corona-10

Niharika Rout
  • Published: Thursday, 16 July 2020
  • , Updated: 16 July 2020, 07:45 AM IST

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଗଞ୍ଜାମରେ କରୋନା ଉଦ୍‌ବେଗଜନକ ସ୍ଥିତିରେ ପହଞ୍ଚି ସାରିଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ି ଚାଲିଛି। ଗତକାଲି ସୁଦ୍ଧା ଗଞ୍ଜାମରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪୮ରେ ପହଞ୍ଚି ଥିବା ବେଳେ ରାତିରେ ପୁଣି ଏକ ମୁଣ୍ଡ ନେଲା କରୋନା ।

ବ୍ରହ୍ମପୁର ମହାନଗର ନିଗମରେ ହେଡ୍ ଆସିଷ୍ଟାଣ୍ଟ ଭାବେ କାର୍ଯ୍ୟରତ ଉପେନ୍ଦ୍ର ମାଝିଙ୍କର କରୋନାରେ ମୃତ୍ୟୁ ହୋଇଥିବା BEMC ପକ୍ଷରୁ ସୂଚନା ଦିଆଯାଇଛି । ଉପେନ୍ଦ୍ର ଟାଟା ମେଡିକାଲରେ ଚିକିତ୍ସିତ ହେଉଥିଲେ। ସେପଟେ BEMC କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ପରେ ସାଧାରଣ ଲୋକଙ୍କ ପାଇଁ ମହାନଗର ନିଗମ କାର୍ଯ୍ୟାଳୟ ୧୪ ଦିନ ପାଇଁ ବନ୍ଦ କରାଯାଇଛି।

କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଥିଲେ ଲୋକେ ୦୬୮୦-୨୨୫୦୨୯୦ ନମ୍ବରରେ ଯୋଗାଯୋଗ କରିପାରିବେ । ଅନ୍ୟପଟେ କରୋନା ଯୁଦ୍ଧରେ ନିୟୋଜିତ କର୍ମଚାରୀଙ୍କୁ ଛାଡ଼ି BeMCର ସମସ୍ତ କର୍ମଚାରୀଙ୍କୁ ହୋମ କ୍ୱାରେଣ୍ଟିନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନାଯୋଗ୍ୟ,ଗଞ୍ଜାମରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୬୨୧ରେ ପହଞ୍ଚିଥିବା ବେଳେ ଆକ୍ଟିଭ କେସ୍‌ ୧୬୦୧ ରହିଛି। ୨୯୭୧ ଜଣ ସୁସ୍ଥ ହୋଇ ସାରିଥିବା ବେଳେ ଆଖି ବୁଜି ସାରିଲେଣି ୪୯ ଜଣ।

Related story