ଢେଙ୍କାନାଳ(ରାଜଶ୍ରୀ ଶତପଥୀ ): ଢେଙ୍କାନାଳ ଜିଲ୍ଲା ବ୍ରାହ୍ମଣୀ ନଦୀରେ ଡଙ୍ଗା ବୁଡ଼ି ଘଟଣାରେ ଆଉ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ ରୋଡ ଗାଁ ରମେଶ ସାହୁ । ୩ଦିନ ତଳେ ଖଡଗପ୍ରସାଦ ଘାଟରୁ ପରଜଙ୍ଗ ଥାନା କୁନନ୍ଦେଇପୁର ଘାଟକୁ ଯାଉଥିବାବେଳେ ଏକ ହୁଲି ଡଙ୍ଗା ବୁଡ଼ି ଯାଇଥିଲା । ଏହି ଘଟଣାରେ ୪ଜଣ ନିଖୋଜ ଥିଲେ । ଗତକାଲି କୁନ୍ଦନଦେଇପୁରରେ ବାପୁନି ଆଚାର୍ଯ୍ୟଙ୍କ ମୃତହେଦ ଉଦ୍ଧାର ହୋଇଥିଲା। ଏବେ ବି ୨ଜଣ ନିଖୋଜ ଅଛନ୍ତି । ନିଖୋଜଦ୍ୱୟ ହେଲେ ପରଜଙ୍ଗ ଥାନା ଅନ୍ତର୍ଗତ ରୋଡ ଗାଁର ସୁଶାନ୍ତ ସାହୁ ଓ ଲୁଲୁ ସାହୁ।
ସୂଚନାଯୋଗ୍ୟ, ଗତ ଶନିବାର ରାତି ପ୍ରାୟ ଆଠଟା ବେଳେ ବ୍ରାହ୍ଣଣୀ ନଦୀର ଖଡ଼ଗପ୍ରସାଦ ଘାଟରୁ ଏକ ହୋଲି ଡଙ୍ଗାରେ ବିପଦସଙ୍କୁଳ ଅବସ୍ଥାରେ ଦୁଇ ନାଉରିଆ ଏବଂ ସାତ ଜଣ ଯାତ୍ରୀ ମୋଟ ୯ ଜଣ ନଦୀ ପାର ହେଉଥିଲେ। ହେଲେ ମଝି ନଈରେ ଡଙ୍ଗାଟି ବୁଡ଼ି ଯାଇଥିଲା। ପାଞ୍ଚ ଜଣ ପହଁରି ପହଁରି ରାତିରେ କୂଳରେ ଲାଗିଥିବା ବେଳେ ୪ ଜଣ ନିଖୋଜ ହୋଇଯାଇଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ପାରାଦୀପ ବନ୍ଦରରୁ ୨ଟି ସନ୍ଦିଗ୍ଧ ପାରା ଉଦ୍ଧାର
ପାରା ଦୁଇଟିକୁ ଉଦ୍ଧାର କରି କୁଜଙ୍ଗ ବନ ବିଭାଗକୁ ହସ୍ତାନ୍ତର କରିଛି ପାରାଦୀପ ସାମୁଦ୍ରିକ ଥାନା ପୁଲିସ। ଅଧିକ ତଦନ୍ତ ପାଇଁ ସେମାନଙ୍କୁ ଫରେନ୍ସିକ ପରୀକ୍ଷା ପାଇଁ ପଠାଯିବ।
Miscellaneous
ରାଜଧାନୀରେ ପୁଣି ଆରମ୍ଭ ହେବ ବୁଲା କୁକୁର ବନ୍ଧ୍ୟାକରଣ
ରାଜ୍ୟରେ ରାସ୍ତାରେ ବୁଲୁଛନ୍ତି ୧୭ ଲକ୍ଷରୁ ଅଧିକ ବୁଲା କୁକୁର। ଗତ ଦେଢ଼ ମାସ ଭିତରେ କେବଳ ବିଏମସି ହସ୍ପିଟାଲରେ ୫ଶହ ଲୋକ କୁକୁର କାମୁଡ଼ା ଟିକା ନେଇଛନ୍ତି।
Miscellaneous
ଧାନର ମାନ ଖରାପ ଥିଲେ ବି କିଣିବେ ସରକାର; ଫସଲ ନଷ୍ଟ ପାଇଁ ମିଳିବ କ୍ଷତିପୂରଣ
ଓଦା ଧାନ ଶୁଖେଇ ମଣ୍ଡିରେ ବିକ୍ରି ପାଇଁ ଚାଷୀଙ୍କୁ ଅଧିକ ସମୟ ଦିଆଯିବ। ଅଦିନିଆ ବୃଷ୍ଟିପାତଜନିତ କ୍ଷୟକ୍ଷତି ପୂରଣ ପାଇଁ ସରକାର ପ୍ରସ୍ତୁତ ବୋଲି କହିଲେ ମନ୍ତ୍ରୀ।
Politics
‘ମୁଁ ୨ ଥର ଚିଟଫଣ୍ଡ ଠକେଇର ଶିକାର ହୋଇଛି’
ଟଙ୍କା ଯୋଗାଡ଼ କରି ଦେଇଥିଲି, କିନ୍ତୁ ପରେ ସଂସ୍ଥା ହିଁ ଉଭାନ ହୋଇଯାଇଥିଲା। ୧୯୮୬ ଆଇନ ଅନୁସାରେ ଅପିଲ୍ ବି କରିଥିଲି, ମାତ୍ର ଟଙ୍କା ମିଳିଲାନି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।