ଭୁବନେଶ୍ୱରରେ ପୁଣି ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରବି ରାଓ ଆହତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କ୍ରମାଗତ ଭାବେ ରାଜଧାନୀରେ ବଢ଼ି ଚାଲିଥିବା କ୍ରାଇମ କଣ୍ଟ୍ରୋଲ୍‌ ପାଇଁ ଆକ୍‌ସନ ମୋଡକୁ ଆସିଥିବା କମିଶନରେଟ୍ ପୁଲିସକୁ ଆଉ ଏକ ସଫଳତା ମିଳିଛି। ୨୪ ଘଣ୍ଟା ଭିତରେ ରାଜଧାନୀ ଭୁବନେଶ୍ୱରରେ ହୋଇଛି ୫ଟି ଏନ୍‌କାଉଣ୍ଟର। ଏଥର କମିଶନରେଟ୍‌ ପୁଲିସର ଶିକାର ହୋଇଛି ଦୁର୍ଦ୍ଦାନ୍ତ ଅପରାଧୀ ରବି ରାଓ। ଆଜି ସନ୍ଧ୍ୟା ବେଳେ ଭରତପୁର ଅଞ୍ଚଳରେ ଦୁର୍ଦ୍ଦାନ୍ତ ଅପରାଧୀ ରବି ରାଓ ଥିବା କମିଶନରେଟ୍‌ ପୁଲିସ ଜାଣିପାରି ଚଢ଼ଉ କରିଥିଲା। ପୁଲିସକୁ ଦେଖି ରବି ଫାୟାରିଂ […]

encounter

Manoranjan Sial
  • Published: Sunday, 04 August 2019
  • , Updated: 04 August 2019, 10:06 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କ୍ରମାଗତ ଭାବେ ରାଜଧାନୀରେ ବଢ଼ି ଚାଲିଥିବା କ୍ରାଇମ କଣ୍ଟ୍ରୋଲ୍‌ ପାଇଁ ଆକ୍‌ସନ ମୋଡକୁ ଆସିଥିବା କମିଶନରେଟ୍ ପୁଲିସକୁ ଆଉ ଏକ ସଫଳତା ମିଳିଛି। ୨୪ ଘଣ୍ଟା ଭିତରେ ରାଜଧାନୀ ଭୁବନେଶ୍ୱରରେ ହୋଇଛି ୫ଟି ଏନ୍‌କାଉଣ୍ଟର। ଏଥର କମିଶନରେଟ୍‌ ପୁଲିସର ଶିକାର ହୋଇଛି ଦୁର୍ଦ୍ଦାନ୍ତ ଅପରାଧୀ ରବି ରାଓ।

ଆଜି ସନ୍ଧ୍ୟା ବେଳେ ଭରତପୁର ଅଞ୍ଚଳରେ ଦୁର୍ଦ୍ଦାନ୍ତ ଅପରାଧୀ ରବି ରାଓ ଥିବା କମିଶନରେଟ୍‌ ପୁଲିସ ଜାଣିପାରି ଚଢ଼ଉ କରିଥିଲା। ପୁଲିସକୁ ଦେଖି ରବି ଫାୟାରିଂ କରିଥିଲା। ଏହାର ଜବାବରେ ପୁଲିସ ଗୁଳି ଚଳାଇଥିଲା। ଫଳରେ ରବି ରାଓ ଆହତ ହୋଇଥିଲା। ଗୁଳି ତା’ ଗୋଡ଼ରେ ବାଜିଛି। ତାକୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରବି ନାଁରେ ଏକାଧିକ ଡକାୟତି ଓ ଲୁଟ୍‌ ମାମଲା ରହିଛି। କମିଶନରେଟ୍‌ ପୁଲିସର ଏହା ହେଉଛି ୫ମ ଏନ୍‌କାଉଣ୍ଟର।

ଧଉଳି ନିକଟ ବାପୁଜୀ ହାଇଟ୍‌ ଆପାର୍ଟମେଣ୍ଟର ୨୦୮ ନମ୍ବର ଘର ମାଲିକ ଏକ ସିକ୍ୟୁରିଟି ଏଜେନ୍ସି କରିଥିବା ଦେବାଶିଷ ଦାସ ଭଡ଼ାରେ ନେଇଥିଲେ। କିନ୍ତୁ ସେହି ଘରେ ଲୋକ ରହିବା ବଦଳରେ ସିପୁନ୍ କବି ଓ ହରେକୃଷ୍ଣ ସ୍ୱାଇଁ ଚଳାଇଥିଲେ ବେଆଇନ ଓ ନକଲି ମଦ ବେପାର। ଯାହାର ପର୍ଦ୍ଦାଫାସ୍ କରି ଏହି ୨ ଦୁର୍ବୃତ୍ତଙ୍କୁ ଗତ ରାତିରେ ଏନ୍‌କାଉଣ୍ଟର କାବୁ କରିନେଇଥିଲା କମିଶନରେଟ୍ ପୁଲିସ।

ସେହିପରି ଗତକାଲି ବାଲିଅନ୍ତା ଥାନା ଅନ୍ତର୍ଗତ ପୁରୁଣାଜଗନ୍ନାଥ ସଡ଼କ ଟଙ୍କପାଣି ସେତୁ ନିକଟରେ କମିଶନରେଟ୍ ପୁଲିସର ଏନକାଉଣ୍ଟରରେ ଦୁଇଜଣ ଅପରାଧୀ ଅରୁଣ କୁମାର ମଲ୍ଲିକ ଓ ବିବେକ ନାୟକ ଆହତ ହୋଇଥିଲେ। ସିପୁନ୍ ଓ ହରେକୃଷ୍ଣ ଏମାନଙ୍କ ସହଯୋଗୀ ଥିଲେ ବୋଲି ଜଣାପଡ଼ିଛି।

Related story