କାନ୍ଥ ଭୁଶୁଡ଼ି ଶାଶୂ ମୃତ, ବୋହୂ ଗୁରୁତର

ଭବାନୀପାଟଣା (ରାଜକୁମାର ସିଂହଦେଓ): ଲଗାଣ ବର୍ଷାରେ ଘରର କାନ୍ଥ ଭୁଶୁଡ଼ି ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ବୋହୂ ଗୁରୁତର ଭାବେ ଆହତ ହୋଇଛନ୍ତି। ଏ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଭବାନୀପାଟଣାର ଗୋଶାଲାପଡ଼ାରେ। ମୃତ ବୃଦ୍ଧାଙ୍କ ନା ରାଣୀମତି ସିଂ (୭୦)। ତାଙ୍କ ବୋହୂଙ୍କ ନାଁ ଯଶୋବନ୍ତୀ ସିଂ। ଯଶୋବନ୍ତୀଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଉଭୟ ରାଣୀମତି ଓ ଯଶୋବନ୍ତୀ ରୋଷେଇ କରୁଥିବା ବେଳେ ରୋଷେଇ […]

hospital

Jitendra Garnayak
  • Published: Tuesday, 13 August 2019
  • , Updated: 13 August 2019, 07:59 AM IST

ଭବାନୀପାଟଣା (ରାଜକୁମାର ସିଂହଦେଓ): ଲଗାଣ ବର୍ଷାରେ ଘରର କାନ୍ଥ ଭୁଶୁଡ଼ି ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ବୋହୂ ଗୁରୁତର ଭାବେ ଆହତ ହୋଇଛନ୍ତି। ଏ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଭବାନୀପାଟଣାର ଗୋଶାଲାପଡ଼ାରେ।

ମୃତ ବୃଦ୍ଧାଙ୍କ ନା ରାଣୀମତି ସିଂ (୭୦)। ତାଙ୍କ ବୋହୂଙ୍କ ନାଁ ଯଶୋବନ୍ତୀ ସିଂ। ଯଶୋବନ୍ତୀଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ଉଭୟ ରାଣୀମତି ଓ ଯଶୋବନ୍ତୀ ରୋଷେଇ କରୁଥିବା ବେଳେ ରୋଷେଇ ଘର କାନ୍ଥ ଭୁଶୁଡ଼ି ପଡ଼ିଥିଲା। ଘରେ ଥିବା ଦୁଇ ଜଣ ପୁରୁଷ ସେମାନଙ୍କୁ ଉଦ୍ଧାର କରି ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ତେବେ ସେଠାରେ ରାଣୀମତିଙ୍କୁ ମୃତ ଘୋଷଣା କରାଯାଇଥିଲା।

Related story