ମନ୍ଦିରରେ ପିଟି ଦେଲେ ବାଇକ୍‌: ଜଣେ ମୃତ, ଜଣେ ଗୁରୁତର

ଜଗତସିଂହପୁର (ଓଡ଼ିଶା ରିପୋର୍ଟର): ଜଗତସିଂହପୁର-କଟକ ରାସ୍ତାର ଅଥଙ୍ଗ ନିକଟରେ ଗତକାଲି ବିଳମ୍ବିତ ରାତିରେ ଏକ ବାଇକ୍ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ବାଇକ୍‌ଟି ଭାରସାମ୍ୟ ହରାଇ ଏକ ମନ୍ଦିରରେ ପିଟି ହୋଇଯାଇଥିଲା। ମୃତକ ହେଲେ ଜଗତସିଂହପୁର ଜିଲ୍ଲା କାଟସିଂହପୁରର ବିବେକାନନ୍ଦ ଦାସ ଓ ଆହତ ହେଲେ ଗଉଡ଼ୁଣି ପଡ଼ିଆ ଗାଁର ଜ୍ୟୋତିରଞ୍ଜନ ସାଠୁଆ। ଜ୍ୟୋତିଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଉଭୟ କଟକରୁ ଗାଁକୁ ଫେରୁଥିବା ବେଳେ […]

road..67

Tapaswini Nayak
  • Published: Tuesday, 13 November 2018
  • , Updated: 13 November 2018, 10:09 AM IST

ଜଗତସିଂହପୁର (ଓଡ଼ିଶା ରିପୋର୍ଟର): ଜଗତସିଂହପୁର-କଟକ ରାସ୍ତାର ଅଥଙ୍ଗ ନିକଟରେ ଗତକାଲି ବିଳମ୍ବିତ ରାତିରେ ଏକ ବାଇକ୍ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ବାଇକ୍‌ଟି ଭାରସାମ୍ୟ ହରାଇ ଏକ ମନ୍ଦିରରେ ପିଟି ହୋଇଯାଇଥିଲା।

ମୃତକ ହେଲେ ଜଗତସିଂହପୁର ଜିଲ୍ଲା କାଟସିଂହପୁରର ବିବେକାନନ୍ଦ ଦାସ ଓ ଆହତ ହେଲେ ଗଉଡ଼ୁଣି ପଡ଼ିଆ ଗାଁର ଜ୍ୟୋତିରଞ୍ଜନ ସାଠୁଆ। ଜ୍ୟୋତିଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଉଭୟ କଟକରୁ ଗାଁକୁ ଫେରୁଥିବା ବେଳେ ଦୁର୍ଘଟଣାଟି ଘଟିଥିଲା। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ମେଡିକାଲ ନେଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ବିବେକାନନ୍ଦଙ୍କ ମୃତ୍ୟୁ ଘଟିଥିଲା।

Related story