ଆଉ ଜଣେ ‘କରୋନା’ ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟର ଆଉ ଜଣେ ‘କରୋନା’ ଆକ୍ରାନ୍ତ ସୁସ୍ଥ ହେଲେ। ସେ ହେଉଛନ୍ତି ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା ଅଞ୍ଚଳ। ଆଜି ସୁଦ୍ଧା ରାଜ୍ୟରେ ‘କରୋନା’ରେ ସୁସ୍ଥ ହେଲେ ୩୪ ଜଣ। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଟ୍ୱିଟ୍‌ କରି ସୂଚନା ଦେଇଛି। ଏହା ଦ୍ୱାରା ସୁନ୍ଦରଗଡ଼ ଜିଲ୍ଲା ‘କରୋନା’ ମୁକ୍ତ ହୋଇଛି। ପୂର୍ବରୁ ପୁରୀ, କଟକ, ଢେଙ୍କାନାଳ ଓ କଳାହାଣ୍ଡି ଜିଲ୍ଲାରେ ‘କରୋନା’ରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିମାନେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। Happy […]

Corona-8 (1)

Manoranjan Sial
  • Published: Saturday, 25 April 2020
  • , Updated: 25 April 2020, 10:01 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟର ଆଉ ଜଣେ ‘କରୋନା’ ଆକ୍ରାନ୍ତ ସୁସ୍ଥ ହେଲେ। ସେ ହେଉଛନ୍ତି ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା ଅଞ୍ଚଳ। ଆଜି ସୁଦ୍ଧା ରାଜ୍ୟରେ ‘କରୋନା’ରେ ସୁସ୍ଥ ହେଲେ ୩୪ ଜଣ। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଟ୍ୱିଟ୍‌ କରି ସୂଚନା ଦେଇଛି। ଏହା ଦ୍ୱାରା ସୁନ୍ଦରଗଡ଼ ଜିଲ୍ଲା ‘କରୋନା’ ମୁକ୍ତ ହୋଇଛି। ପୂର୍ବରୁ ପୁରୀ, କଟକ, ଢେଙ୍କାନାଳ ଓ କଳାହାଣ୍ଡି ଜିଲ୍ଲାରେ ‘କରୋନା’ରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିମାନେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

‘କରୋନା’ରେ ଆଜି ସୁଦ୍ଧା ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୯୩ ଜଣ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ୩୪ ଜଣ ସୁସ୍ଥ ଘରକୁ ଫେରିଥିବା ବେଳେ ୫୯ ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି। ଏହାଛଡ଼ା ଅନେକ କ୍ୱାରେଣ୍ଟାଇନ୍‌ରେ ଅଛନ୍ତି। ରାଜ୍ୟରେ ‘କରୋନା’ ଆୟତ୍ତରେ ଥିବା ବେଳେ ପଶ୍ଚିମବଙ୍ଗ ଫେରନ୍ତା ସରକାରଙ୍କ ଚିନ୍ତା ବଢ଼ାଇଛି। ସେଥିପାଇଁ ରାଜ୍ୟ ସରକାର ପଶ୍ଚିମବଙ୍ଗ ଫେରନ୍ତାଙ୍କୁ ଚିହ୍ନଟ କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। ତେବେ ସଦ୍ୟତମ ବିଏସ୍‌ଏନ୍‌ଏଲ୍‌ ମୋବାଇଲ୍‌ ଟ୍ରାକିଂ ତଥ୍ୟ ଅନୁସାରେ ରାଜ୍ୟରେ ବର୍ତ୍ତମାନ ୨୯୦୦ ପଶ୍ଚିମବଙ୍ଗ ଫେରନ୍ତା ଅଛନ୍ତି ବୋଲି ଜଣାପଡ଼ିଛି। ଏବେ ସେମାନଙ୍କୁ ଉଦ୍ଧାର କରି କ୍ୱାରେଣ୍ଟାଇନ୍‌ରେ ରଖିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର।

Related story