ପିକ୍‌ନିକ୍‌ ନେଲା ଜୀବନ

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ବ୍ରାହ୍ମଣୀତରଙ୍ଗ ଚକଟମାଟି ନିକଟ ଶଙ୍ଖ ନଦୀରେ ଅଘଟଣ ଘଟିଛି। ଗାଧୋଇବା ବେଳେ ପାଣିରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଅନ୍ୟ ୨ ଯୁବକଙ୍କୁ ଉଦ୍ଧାର କଲେ ସ୍ଥାନୀୟ ଲୋକ ଓ ଅଗ୍ନିଶମ ବାହିନୀ। ସେହିପରି ୨୨ ବର୍ଷୀୟ ଯୁବକର ମୃତ ଶରୀରକୁ ଫାୟାର ବ୍ରିଗେଡ଼ ଟିମ ଉଦ୍ଧାର କରିଛି । ମୃତକ ଜଣକ ରାଉରକେଲା ମଧୁସୂଦନ ପାଲିର ବୋଲି ସୂଚନା ମିଳିଛି। ପିକନିକରେ ଆସି ସାଙ୍ଗ ମାନଙ୍କ ସହ ଗାଧୋଉଥିବା ବେଳେ ବୁଡିଯାଇଥିବା […]

drown-1

Tapas Behera
  • Published: Sunday, 17 January 2021
  • , Updated: 17 January 2021, 05:00 PM IST

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ବ୍ରାହ୍ମଣୀତରଙ୍ଗ ଚକଟମାଟି ନିକଟ ଶଙ୍ଖ ନଦୀରେ ଅଘଟଣ ଘଟିଛି। ଗାଧୋଇବା ବେଳେ ପାଣିରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଅନ୍ୟ ୨ ଯୁବକଙ୍କୁ ଉଦ୍ଧାର କଲେ ସ୍ଥାନୀୟ ଲୋକ ଓ ଅଗ୍ନିଶମ ବାହିନୀ। ସେହିପରି ୨୨ ବର୍ଷୀୟ ଯୁବକର ମୃତ ଶରୀରକୁ ଫାୟାର ବ୍ରିଗେଡ଼ ଟିମ ଉଦ୍ଧାର କରିଛି । ମୃତକ ଜଣକ ରାଉରକେଲା ମଧୁସୂଦନ ପାଲିର ବୋଲି ସୂଚନା ମିଳିଛି।

ପିକନିକରେ ଆସି ସାଙ୍ଗ ମାନଙ୍କ ସହ ଗାଧୋଉଥିବା ବେଳେ ବୁଡିଯାଇଥିବା ସୂଚନା ମିଳିଛି । ଫାୟାର ବ୍ରିଗେଡ ଟିମ ନଦୀ କୂଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଖବର ପାଇ ବ୍ରହ୍ମଣୀ ତରଙ୍ଗ ଥାନା ପୋଲିସ ମଧ୍ୟ ସେଠାରେ ପହଞ୍ଚିଛନ୍ତି । ରାଉରକେଲାର ଶଙ୍ଖ , କୋଏଲ ଏବଂ ବ୍ରହ୍ମଣୀ ନଦୀରେ ବୁଡି ଚଳିତ ପିକନିକ ଋତୁରେ ୭ ଜଣରୁ ଅଧିକ ଯୁବକ ପ୍ରାଣ ହରାଇଥିବା ବେଳେ ପିକନିକ ସ୍ଥଳୀ ପ୍ରଶାସନ ଲାଗି ଚିନ୍ତାର ବିଷୟ ହୋଇଛି ।

Related story