ପୁଣି ପିଲାଚୋରି ଅଭିଯୋଗ: ଚୋରକୁ ନିର୍ଦ୍ଧୁମ୍ ଛେଚିଲେ ପବ୍ଲିକ୍‌, ପୋଲିସ୍ ସହ ଧସ୍ତାଧସ୍ତି

କପ୍ତିପଦା: ମୟୂରଭଞ୍ଜ ଜିଲ୍ଲାରେ ପୁଣି ପିଲା ଚୋରି ଅଭିଯୋଗ। ଲୋକେ ଉତ୍ତ୍ୟକ୍ତ ହୋଇ ଆଇନ୍‌କୁ ହାତକୁ ନେଇଛନ୍ତି। ପିଲା ଚୋରକୁ ସ୍ଥାନୀୟ ଲୋକେ ଅଟକ ରଖି ନିର୍ଧୁମ ମାଡ଼ ମାରିଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମ୍ପୃକ୍ତ ଯୁବକକୁ ଉଦ୍ଧାର କରିଛି। ଘଟଣାଟି ଘଟିଛି ମୟୂରଭଂଜ ଜିଲ୍ଲାର କପ୍ତିପଦା ଅଂଚଳରେ। ଅଭିଯୋଗ ଅନୁଯାୟୀ, ବାଲେଶ୍ୱର ଜିଲ୍ଲା ନହରପାଟଣା ଅଞ୍ଚଳର ଜଣେ ଯୁବକ ମୟୂରଭଞ୍ଜ ଜିଲ୍ଲା ବଡ଼ଜାମବଣୀ ଥାନା ଅଞ୍ଚଳର ସମ୍ପର୍କୀୟଙ୍କ ଘରେ ରହି ରାଜମିସ୍ତ୍ରୀ କାମ କରୁଥିଲେ। କୌଣସି ଘଟଣାକ୍ରମରେ […]

child chora

Rakesh Mallick
  • Published: Thursday, 15 June 2017
  • , Updated: 15 June 2017, 04:36 PM IST

କପ୍ତିପଦା: ମୟୂରଭଞ୍ଜ ଜିଲ୍ଲାରେ ପୁଣି ପିଲା ଚୋରି ଅଭିଯୋଗ। ଲୋକେ ଉତ୍ତ୍ୟକ୍ତ ହୋଇ ଆଇନ୍‌କୁ ହାତକୁ ନେଇଛନ୍ତି। ପିଲା ଚୋରକୁ ସ୍ଥାନୀୟ ଲୋକେ ଅଟକ ରଖି ନିର୍ଧୁମ ମାଡ଼ ମାରିଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମ୍ପୃକ୍ତ ଯୁବକକୁ ଉଦ୍ଧାର କରିଛି। ଘଟଣାଟି ଘଟିଛି ମୟୂରଭଂଜ ଜିଲ୍ଲାର କପ୍ତିପଦା ଅଂଚଳରେ।

ଅଭିଯୋଗ ଅନୁଯାୟୀ, ବାଲେଶ୍ୱର ଜିଲ୍ଲା ନହରପାଟଣା ଅଞ୍ଚଳର ଜଣେ ଯୁବକ ମୟୂରଭଞ୍ଜ ଜିଲ୍ଲା ବଡ଼ଜାମବଣୀ ଥାନା ଅଞ୍ଚଳର ସମ୍ପର୍କୀୟଙ୍କ ଘରେ ରହି ରାଜମିସ୍ତ୍ରୀ କାମ କରୁଥିଲେ। କୌଣସି ଘଟଣାକ୍ରମରେ ଯୁବକ ଜଣକ ଆଜି ଦୁଇଜଣ ପିଲାଙ୍କୁ ବସ୍‌ରେ ବସାଇ କୁଆଡ଼େ ନେବାକୁ ବାହାରିଥିଲେ। ପିଲା ଦୁଇଟି କିଏ, ସେ ସେମାନଙ୍କୁ କେଉଁଆଡ଼େ ନେଉଥିଲେ ତାହା ସନ୍ଦେହ ଘେରକୁ ଆସିଥିଲା। ଫଳରେ ବାରମାଇଲି ଛକରେ ସ୍ଥାନୀୟ କିଛି ଲୋକ ଏ କଥା ଜାଣିପାରି, ବସ୍‌କୁ ଅଟକାଇ ପିଲାମାନଙ୍କୁ ତାଙ୍କଠାରୁ ଉଦ୍ଧାର କରିଥିଲେ। ପରେ ପିଲାଙ୍କୁ ନେଇ ଯାଉଥିବା ସେହି ଯୁବକକୁ ସମସ୍ତେ ମିଶି ନିସ୍ତୁମ ପିଟିଥିଲେ। ସ୍ଥାନୀୟ ଲୋକେ ଖୋଲାଖୋଲି ଆଇନ୍‌କୁ ହାତକୁ ନେଇଥିବା ଖବର ପାଇ ବଡ଼ଜାମବଣୀ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା ଓ ସମ୍ପୃକ୍ତ ଯୁବକକୁ ଲୋକଙ୍କ କବଳରୁ ଉଦ୍ଧାର କରିଥିଲା। ଏହି ସମୟରେ ସ୍ଥାନୀୟ ଲୋକଙ୍କ ସହ ପୋଲିସର କିଛି ସମୟ ଧରି ଧସ୍ତାଧସ୍ତି ହୋଇଥିଲା। ତେବେ ଏ ଅଂଚଳରେ ପିଲାଚୋରି ଘଟଣା ବଢୁଥିବାରୁ ଲୋକଙ୍କ ଭିତରେ ଭୟ ସୃଷ୍ଟି ହୋଇଛି। ଅନୁମାନ କରାଯାଉଛି, ପିଲାଚୋରି ପାଇଁ ପଶ୍ଚିମବଙ୍ଗର ଏକାଧିକ ରାକେଟ୍ ସକ୍ରିୟ ହୋଇପଡ଼ିଛନ୍ତି।

Related story