ପ୍ରସୂତିଙ୍କୁ ମିଳୁଛି ପାଣିଆ ଡାଲମା ସାଙ୍ଗକୁ ଅଳ୍ପ ଭାତ

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ବାଲେଶ୍ୱରସ୍ଥିତ ଫକୀର ମୋହନ ମେଡିକାଲ କଲେଜରେ ପ୍ରସୂତିଙ୍କୁ ଅତି ନିମ୍ନ ମାନର ଖାଦ୍ୟ ଦିଆଯାଉଥିବା ଅଭିଯୋଗ ହେଉଛି।  ଏ ସମ୍ପର୍କରେ ଜଣେ ପ୍ରସୂତି ଓ ତାଙ୍କ ସମ୍ପର୍କୀୟ ଅଭିଯୋଗ କରିଛନ୍ତି। ଗତକାଲି ରାତିରେ  କେବଳ ଭାତ ଏବଂ ଡାଲମା ଦିଆଯାଇଥିଲା, ଯାହା ଖାଇଲେ ଜଣଙ୍କର ମଧ୍ୟ ପେଟ ପୂରିବ ନାହିଁ ବୋଲି ପ୍ରସୂତିଜଣକ କହିଛନ୍ତି । ଏମିତିକି ଡାଲମା ନା ଡାଲି ଦିଆଯାଇଥିଲା ତାହା ମଧ୍ୟ ଜଣାପଡୁ ନଥିଲା।  ପାଣିଆ ଡାଲମା ସାଙ୍ଗକୁ ଅଳ୍ପ […]

bls

Jyoshna Pradhan
  • Published: Monday, 11 November 2019
  • , Updated: 11 November 2019, 10:29 AM IST

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ବାଲେଶ୍ୱରସ୍ଥିତ ଫକୀର ମୋହନ ମେଡିକାଲ କଲେଜରେ ପ୍ରସୂତିଙ୍କୁ ଅତି ନିମ୍ନ ମାନର ଖାଦ୍ୟ ଦିଆଯାଉଥିବା ଅଭିଯୋଗ ହେଉଛି।  ଏ ସମ୍ପର୍କରେ ଜଣେ ପ୍ରସୂତି ଓ ତାଙ୍କ ସମ୍ପର୍କୀୟ ଅଭିଯୋଗ କରିଛନ୍ତି। ଗତକାଲି ରାତିରେ  କେବଳ ଭାତ ଏବଂ ଡାଲମା ଦିଆଯାଇଥିଲା, ଯାହା ଖାଇଲେ ଜଣଙ୍କର ମଧ୍ୟ ପେଟ ପୂରିବ ନାହିଁ ବୋଲି ପ୍ରସୂତିଜଣକ କହିଛନ୍ତି । ଏମିତିକି ଡାଲମା ନା ଡାଲି ଦିଆଯାଇଥିଲା ତାହା ମଧ୍ୟ ଜଣାପଡୁ ନଥିଲା।  ପାଣିଆ ଡାଲମା ସାଙ୍ଗକୁ ଅଳ୍ପ ଭାତ ଦିଆଯାଇଥିବାରୁ ପ୍ରସୂତିଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ତେବେ ଏନେଇ ମେଡିକାଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

ଏନେଇ ପ୍ରସୂତିଙ୍କ ସମ୍ପର୍କୀୟ ମନୁଲତା ରାଉତ କହିଛନ୍ତି,“ମୋ ଜାଆକୁ ଡାଲି ଓ ଭାତ ଖାଇବାକୁ ଦେଇଛନ୍ତି। ଖାଦ୍ୟର ମାନ କିଛି ନାହିଁ। ପ୍ରସୂତିଙ୍କୁ ଏଭଳି ଖାଦ୍ୟ ନଦେବା ଭଲ।”

ଅଭିଯୋଗକାରୀ ବବିତା ଜେନା କହିଛନ୍ତି,“ଡାକ୍ତର ଭଲ ଭାବେ ପ୍ରବସ ନିମନ୍ତେ ଆସୁଥିବା ମହିଳାଙ୍କ  ସ୍ୱାସ୍ଥ୍ୟ ପରୀକ୍ଷା କରୁ ନାହାନ୍ତି । ଆଉ ଯାହା ଖାଦ୍ୟ ଦିଆଯାଉଛି ଏହା ବନ୍ଦ କରିଦେଲେ ଭଲ। ଆମେ ହୋଟେଲରୁ ଆଣି ଖାଇବୁ ପଛେ ଏମିତି ଖାଦ୍ୟ ଖାଇ‍ବୁ ନାହିଁ।”

 

 

 

Related story