ନିଟ୍‌ ପରୀକ୍ଷାରେ ସବୁ ଭାଷାରେ ସମାନ ପ୍ରଶ୍ନପତ୍ର: ସିବିଏସ୍‌ଇକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ମେଡିକାଲ ପାଠ୍ୟକ୍ରମରେ ନାଁ ଲେଖାଇବା ଲାଗି ହେଉଥିବା ନିଟ୍ ପ୍ରବେଶିକା ପରୀକ୍ଷାରେ ସମାନ ପ୍ରଶ୍ନ ପତ୍ର ରହିବ। ସବୁ ଭାଷାରେ ସମାନ ପ୍ରଶ୍ନ ପାଇଁ ଆଜି ସୁପ୍ରିମକୋର୍ଟ ସିବିଏସ୍ଇକୁ ନିର୍ଦ୍ଦେଶ ଦେଇଛନ୍ତି। ନିଟ୍ ପ୍ରବେଶିକା ପରୀକ୍ଷାରେ ଇଂରାଜୀ, ହିନ୍ଦୀକୁ ତୁଳନା କଲେ ଅନ୍ୟ ୮ଟି ଭାରତୀୟ ଭାଷାରେ ଦିଆଯାଉଥିବା ପ୍ରଶ୍ନପତ୍ର ବହୁତ କଠିନ ଥିବା ଦର୍ଶାଇ କିଛି ଛାତ୍ର ଗତମାସ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହା ଉପରେ ଶୁଣାଣି କରି ସର୍ବୋଚ୍ଚ ଅଦାଲତ ସବୁ ଭାଷାରେ […]

neet-student

Rakesh Mallick
  • Published: Thursday, 10 August 2017
  • , Updated: 10 August 2017, 11:05 PM IST

ନୂଆଦିଲ୍ଲୀ: ମେଡିକାଲ ପାଠ୍ୟକ୍ରମରେ ନାଁ ଲେଖାଇବା ଲାଗି ହେଉଥିବା ନିଟ୍ ପ୍ରବେଶିକା ପରୀକ୍ଷାରେ ସମାନ ପ୍ରଶ୍ନ ପତ୍ର ରହିବ। ସବୁ ଭାଷାରେ ସମାନ ପ୍ରଶ୍ନ ପାଇଁ ଆଜି ସୁପ୍ରିମକୋର୍ଟ ସିବିଏସ୍ଇକୁ ନିର୍ଦ୍ଦେଶ ଦେଇଛନ୍ତି। ନିଟ୍ ପ୍ରବେଶିକା ପରୀକ୍ଷାରେ ଇଂରାଜୀ, ହିନ୍ଦୀକୁ ତୁଳନା କଲେ ଅନ୍ୟ ୮ଟି ଭାରତୀୟ ଭାଷାରେ ଦିଆଯାଉଥିବା ପ୍ରଶ୍ନପତ୍ର ବହୁତ କଠିନ ଥିବା ଦର୍ଶାଇ କିଛି ଛାତ୍ର ଗତମାସ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହା ଉପରେ ଶୁଣାଣି କରି ସର୍ବୋଚ୍ଚ ଅଦାଲତ ସବୁ ଭାଷାରେ ସମାନ ପ୍ରଶ୍ନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ଆସନ୍ତା ବର୍ଷ କିଭଳି ପରୀକ୍ଷା କରିବେ, ସେଥିପାଇଁ କିଭଳି ବ୍ୟବସ୍ଥା କରିବେ ତାହା ସତ୍ୟପାଠ ଜରିଆରେ ଜଣାଇବାକୁ ସୁପ୍ରିମକୋର୍ଟ ସିବିଏସଇକୁ କହିଛନ୍ତି।

Related story