ଦର୍ଶନ ବେଳେ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗରେ ସେବାୟତ ଗିରଫ

Ordigital Desk
  • Published: Monday, 11 June 2018
  • , Updated: 11 June 2018, 08:41 AM IST
<p>ପୁରୀ(ଓଡ଼ିଶା ରିପୋର୍ଟର): ପୁରୀ ଶ୍ରୀମନ୍ଦିର ଭିତରେ ଅସଦାଚରଣ ହୋଇଥିବା ନେଇ ଅଭିଯୋଗ ହୋଇଛି। ଦର୍ଶନ ବେଳେ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗରେ ଜଣେ ସେବାୟତଙ୍କୁ ସିଂହଦ୍ୱାର ଥାନା ପୋଲିସ&nbsp; ଗିରଫ କରି କୋର୍ଟ ଚାଲାଣ କରିଛି। ତାଙ୍କ ନାଁ ସନ୍ତୋଷ କର।</p> <p>ପୋଲିସର ସୂଚନା ଅନୁଯାୟୀ, ଗତକାଲି ବ୍ରହ୍ମପୁର ଅଞ୍ଚଳର ଜଣେ ଯୁବତୀ ତାଙ୍କ ପରିବାର ସହ ଠାକୁର ଦର୍ଶନ କରିବାକୁ ଆସିଥିଲେ।&nbsp; ଅପରାହ୍ଣ ସମୟରେ ନାଟମଣ୍ଡପ ନିକଟରେ ସନ୍ତୋଷ ତାଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି।</p> <p>ମେ&rsquo; ୨୦ ତାରିଖରେ ମନ୍ଦିରରେ ସେବାୟତଙ୍କ ଆକ୍ରମଣରେ ମହାରାଷ୍ଟ୍ରରୁ ଆସିଥିବା ଚେତନ ଗନପତ ନାମକ ଜଣେ ଭକ୍ତ ଲହୁ ଲୁହାଣ ହୋଇଥିବା ଅଭିଯୋଗ ହୋଇଥିଲା। ମନ୍ଦିର ଭିତରେ ନିୟୋଜିତ ଜଣେ ସେବାୟତ ତାଙ୍କୁ ଆକ୍ରମଣ କରିଥିଲେ। ଏନେଇ ସଂପୃକ୍ତ ଭକ୍ତ ସିଂହଦ୍ୱାର ଥାନାରେ ଏତେଲା ଦେଇଥିଲେ।</p>

Related story