କେନ୍ଦୁଝର ଡିଗ୍ରୀ ଇଞ୍ଜିନିୟରିଂ କଲେଜରେ ଛାତ୍ରୀଙ୍କୁ ରାଗିଂ!

କେନ୍ଦୁଝର (ପ୍ରଣୟ ପାଣି): ଆଜି ଏକ ରାଗିଂ ଘଟଣା ଗଣ ଶିକ୍ଷାମନ୍ତ୍ରୀଙ୍କ ଜିଲ୍ଲା ଘଟିଛି। କେନ୍ଦୁଝର ଡିଗ୍ରୀ ଇଞ୍ଜିନିୟରିଂ କଲେଜର ତୃତୀୟ ବର୍ଷ ଛାତ୍ରୀଙ୍କୁ ୪ର୍ଥ ବର୍ଷର ଛାତ୍ରୀମାନେ ରାଗିଂ କରିଥିବା ଅଭିଯୋଗ ହୋଇଛି। ଫଳରେ ଜଣେ ଛାତ୍ରୀ ଗୁରୁତର ଅସୁସ୍ଥ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ପୂରା ଘଟଣା ଏମିତି। ଗତକାଲି ସନ୍ଧ୍ୟା ବେଳେ କେନ୍ଦୁଝର ଡିଗ୍ରୀ ଇଞ୍ଜିନିୟରିଂ କଲେଜ ତୃତୀୟ ବର୍ଷ ଛାତ୍ରୀ ନିବାସରେ ବିଜୁଳି ନଥିଲା। ଏ ସମ୍ପର୍କରେ ଅଭିଯୋଗ କରିବା ପାଇଁ […]

One student in hospital after alleged ragging

Ordigital Desk
  • Published: Thursday, 09 August 2018
  • , Updated: 09 August 2018, 05:05 PM IST

କେନ୍ଦୁଝର (ପ୍ରଣୟ ପାଣି): ଆଜି ଏକ ରାଗିଂ ଘଟଣା ଗଣ ଶିକ୍ଷାମନ୍ତ୍ରୀଙ୍କ ଜିଲ୍ଲା ଘଟିଛି। କେନ୍ଦୁଝର ଡିଗ୍ରୀ ଇଞ୍ଜିନିୟରିଂ କଲେଜର ତୃତୀୟ ବର୍ଷ ଛାତ୍ରୀଙ୍କୁ ୪ର୍ଥ ବର୍ଷର ଛାତ୍ରୀମାନେ ରାଗିଂ କରିଥିବା ଅଭିଯୋଗ ହୋଇଛି। ଫଳରେ ଜଣେ ଛାତ୍ରୀ ଗୁରୁତର ଅସୁସ୍ଥ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।

ପୂରା ଘଟଣା ଏମିତି। ଗତକାଲି ସନ୍ଧ୍ୟା ବେଳେ କେନ୍ଦୁଝର ଡିଗ୍ରୀ ଇଞ୍ଜିନିୟରିଂ କଲେଜ ତୃତୀୟ ବର୍ଷ ଛାତ୍ରୀ ନିବାସରେ ବିଜୁଳି ନଥିଲା। ଏ ସମ୍ପର୍କରେ ଅଭିଯୋଗ କରିବା ପାଇଁ ୮ରୁ ୧୦ ଜଣ ଛାତ୍ରୀ ହଷ୍ଟେଲ୍‌ ସୁପରିଣ୍ଟେଣ୍ଡେଣ୍ଟ୍‌ ପାଖକୁ ଯାଇଥିଲେ।

ସୁପରିଣ୍ଟେଣ୍ଡେଣ୍ଟ୍‌କୁ ଅଭିଯୋଗ କରି ଫେରୁଥିବା ବେଳେ ୪ର୍ଥ ବର୍ଷ ଛାତ୍ରୀମାନେ ହଷ୍ଟେଲ୍‌ କ୍ୟାମ୍ପସ୍‌ ପରିସରରେ ସେମାନଙ୍କୁ ଠିଆ କରାଇ ରାଗିଂ କରିଥିଲେ। ବିଜୁଳି କଟିବା ନେଇ କାହିଁକି ଅଭିଯୋଗ କରିବାକୁ ଯାଇଥିଲ ବୋଲି ବାରମ୍ୱାର ପ୍ରଶ୍ନ କରିଥିଲେ ୪ର୍ଥ ବର୍ଷ ଛାତ୍ରୀମାନେ।

ରାତି ୮ଟାରୁ ୧୧ ପର୍ଯ୍ୟନ୍ତ ସେମାନଙ୍କୁ ବାହାରେ ଛିଡ଼ା କରାଇ ଦିଆଯାଇଥିବା ଅଭିଯୋଗ ହୋଇଛି। ଯାହାଫଳରେ ସେମାନେ ରାତିରେ ଖାଇପାରି ନ ଥିଲେ। ଆଜି ସକାଳେ ଜଣେ ଛାତ୍ରୀ ଅସୁସ୍ଥ ହୋଇ ପଡ଼ିଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।

ଅନ୍ୟପକ୍ଷରେ କିଛି ଛାତ୍ରୀ ଏନେଇ ଆଜି କଲେଜ ଅଧ୍ୟକ୍ଷଙ୍କ ପାଖରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଗୁରୁତ୍ୱର ସହ ନେଇ କଲେଜ ଅଧ୍ୟକ୍ଷ ଆଣ୍ଟି ରାଗିଂ ସ୍କ୍ୱାର୍ଡକୁ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତାକାଲି ସୁଦ୍ଧା ରିପୋର୍ଟ ଦେବାକୁ କୁହାଯାଇଛି।

ଶିକ୍ଷାନୁଷ୍ଠାନରେ ରାଗିଂ ରୋକିବା ପାଇଁ ବ୍ୟାପକ ସଚେତନତା ସୃଷ୍ଟି କରାଯାଉଛି। ଏହା ସତ୍ତ୍ୱେ ରାଜ୍ୟରେ ବଢ଼ି ଚାଲିଛି ରାଗିଂ। ୨୦୧୭ ମସିହାରେ ଓଡ଼ିଶାରୁ ୪୬ଟି ରାଗିଂ ସମ୍ପର୍କିତ ମାମଲା ୟୁଜିସି ନିକଟକୁ ଯାଇଥିଲା। ଯାହାକୁ ଖଣ୍ଡନ କରିଥିଲେ ଉଚ୍ଚ ଶିକ୍ଷାମନ୍ତ୍ରୀ।

Related story