ଭୁବନେଶ୍ୱର ବିମାନ ବନ୍ଦରରେ ସୁରକ୍ଷା ଢିଲା: ଜାଣନ୍ତୁ ପାଚେରୀ ଡେଇଁ ପଶିଯାଇଥିବା ବ୍ୟକ୍ତି ଜଣକ କିଏ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ବିମାନ ବନ୍ଦର ରନ୍‌ୱେ ନିକଟରୁ ଜଣେ ସନ୍ଦିଗ୍ଧ ଯୁବକକୁ ପୋଲିସ ଠାବ କରିଛି। ଯୁବକ ଜଣକ ହେଲେ ଖଣ୍ଡଗିରି ଡୁମୁଡୁମା ଅଞ୍ଚଳର କ୍ରିଷ୍ଣା ରାଉତ। କ୍ରିଷ୍ଣା ଏୟାରପୋର୍ଟର ପାଚେରୀ ଡେଇଁ ପଶିଯାଇଥିବା ଜଣାପଡ଼ିଛି। ଏୟାରପୋର୍ଟର ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ହୋତା ସୁରକ୍ଷା ଦାୟିତ୍ୱରେ ଥିବା CISFକୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି। କେଉଁ ପରିସ୍ଥିତିରେ ଏତେ ବଡ଼ ସୁରକ୍ଷା ବଳୟ ଭେଦ କରି ଏହି ଯୁବକ ଜଣକ ଭିତରକୁ ଗଲେ, ସେ […]

60b32260-7e1c-11e6-9a58-22a696b49295_1280x720 (1)

Rakesh Mallick
  • Published: Tuesday, 26 June 2018
  • , Updated: 26 June 2018, 04:05 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ବିମାନ ବନ୍ଦର ରନ୍‌ୱେ ନିକଟରୁ ଜଣେ ସନ୍ଦିଗ୍ଧ ଯୁବକକୁ ପୋଲିସ ଠାବ କରିଛି। ଯୁବକ ଜଣକ ହେଲେ ଖଣ୍ଡଗିରି ଡୁମୁଡୁମା ଅଞ୍ଚଳର କ୍ରିଷ୍ଣା ରାଉତ। କ୍ରିଷ୍ଣା ଏୟାରପୋର୍ଟର ପାଚେରୀ ଡେଇଁ ପଶିଯାଇଥିବା ଜଣାପଡ଼ିଛି। ଏୟାରପୋର୍ଟର ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ହୋତା ସୁରକ୍ଷା ଦାୟିତ୍ୱରେ ଥିବା CISFକୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି। କେଉଁ ପରିସ୍ଥିତିରେ ଏତେ ବଡ଼ ସୁରକ୍ଷା ବଳୟ ଭେଦ କରି ଏହି ଯୁବକ ଜଣକ ଭିତରକୁ ଗଲେ, ସେ ସମ୍ପର୍କରେ କାରଣ ଦର୍ଶାଅ ନୋଟିସ୍‌ରେ ଜଣାଇବାକୁ ଉଲ୍ଲେଖ କରିଛନ୍ତି। ପଶିଯାଇଥିବା ଏହି ଯୁବକକୁ ଧରି ସିଆଇଏସ୍‌ଏଫ୍‌ ଏୟାରଫିଲ୍ଡ ଥାନାକୁ ହସ୍ତାନ୍ତର କରିଛି। ତାଙ୍କ ଘର ଖଣ୍ଡଗିରି ଥାନାର ଡୁମୁଡୁମା ଅଞ୍ଚଳର ଓ ସେ  ମାନସିକ ବିକୃତି ଥିବା ତାଙ୍କ ବାପା କହିଛନ୍ତି।

Related story