ପୁରୀରେ ଭାସିଗଲେ ୭ ପର୍ଯ୍ୟଟକ, ଜଣଙ୍କ ପତ୍ତା ମିଳୁନି

ପୁରୀ (ଓଡ଼ିଶା ରିପୋର୍ଟର): ପୁରୀରେ ଘଟିଛି ଅଘଟଣ। ସମୁଦ୍ରରେ ଗାଧୋଉଥିବା ବେଳେ ଭାସିଗଲେ ୭ ପର୍ଯ୍ୟଟକ। ତେବେ ସେମାନଙ୍କ ମଧ୍ୟରୁ ୬ ଜଣଙ୍କୁ ସ୍ଥାନୀୟ ନୋଳିଆମାନେ ଉଦ୍ଧାର କରିଥିବା ବେଳେ ଆଉ ଜଣେ ନିଖୋଜ ଅଛନ୍ତି। ତାଙ୍କ ନାଁ ଦୀପକ କୁମାର ଗୁପ୍ତା। ସେ ଝାଡ଼ଖଣ୍ଡର ବୋକାରୋ ଅଞ୍ଚଳର। ସୂଚନା ଅନୁଯାୟୀ, ବୋକାରୋରୁ ପ୍ରାୟ ୨୫ ଜଣ ପର୍ଯ୍ୟଟକ ପୁରୀ ବୁଲିବାକୁ ଆସିଥିଲେ। ସେମାନେ ଚକ୍ରତୀର୍ଥ ବେଳାଭୂମି ଅଞ୍ଚଳର ଏକ ହୋଟେଲରେ ରହୁଥିଲେ। ଆଜି ସମସ୍ତେ ଏକାଠି […]

sea

Jitendra Garnayak
  • Published: Friday, 29 January 2021
  • , Updated: 29 January 2021, 04:15 PM IST

ପୁରୀ (ଓଡ଼ିଶା ରିପୋର୍ଟର): ପୁରୀରେ ଘଟିଛି ଅଘଟଣ। ସମୁଦ୍ରରେ ଗାଧୋଉଥିବା ବେଳେ ଭାସିଗଲେ ୭ ପର୍ଯ୍ୟଟକ। ତେବେ ସେମାନଙ୍କ ମଧ୍ୟରୁ ୬ ଜଣଙ୍କୁ ସ୍ଥାନୀୟ ନୋଳିଆମାନେ ଉଦ୍ଧାର କରିଥିବା ବେଳେ ଆଉ ଜଣେ ନିଖୋଜ ଅଛନ୍ତି। ତାଙ୍କ ନାଁ ଦୀପକ କୁମାର ଗୁପ୍ତା। ସେ ଝାଡ଼ଖଣ୍ଡର ବୋକାରୋ ଅଞ୍ଚଳର।

ସୂଚନା ଅନୁଯାୟୀ, ବୋକାରୋରୁ ପ୍ରାୟ ୨୫ ଜଣ ପର୍ଯ୍ୟଟକ ପୁରୀ ବୁଲିବାକୁ ଆସିଥିଲେ। ସେମାନେ ଚକ୍ରତୀର୍ଥ ବେଳାଭୂମି ଅଞ୍ଚଳର ଏକ ହୋଟେଲରେ ରହୁଥିଲେ। ଆଜି ସମସ୍ତେ ଏକାଠି ହୋଇ ସମୁଦ୍ରରେ ଗାଧୋଉଥିବାବେଳେ ଏହି ଅଘଟଣ ଘଟିଥିଲା। ଖବର ଲେଖାଯିବା ସୁଦ୍ଧା ଦୀପକଙ୍କ ପତ୍ତା ମିଳି ନଥିଲା।

Related story