ପାରଳା ସସ୍‌ପେନ୍ସକୁ ବର୍ଷେ: ତଥାପି ଉନ୍ମୋଚନ ହୋଇନି ଗଣହତ୍ୟା ରହସ୍ୟ

ପୁରୀ: ଚାଲିଥିଲା ମନ୍ତ୍ର ଆଉ ପୂଜାପାଠ, ଅମର ଆତ୍ମାର ସଦଗତି କାମନା କରିଛନ୍ତି ପରିବାର ସଦସ୍ୟ। ତାହାରି ଭିତରେ ଭାସିଆସୁଥିଲା ବର୍ଷକ ତଳେ ଘଟିଥିବା ଗଣଆତ୍ମହତ୍ୟାର ସେହି ରୋମଟାଙ୍କୁରା ଦୃଶ୍ୟ। ବର୍ଷକ ତଳେ ଏହି ପରିବାର ଅନଙ୍ଗ ମଞ୍ଜରୀ, ବିଜୟଲକ୍ଷ୍ମୀ, ସଂଜୟ ଓ ସନ୍ତୋଷ ପାତ୍ରଙ୍କୁ ହରାଇଥିଲା। ତିଥି ଅନୁସାରେ ଏହି ଘଟଣାକୁ ବର୍ଷେ ପୁରିଯାଇଥିବା ବେଳେ ପରିବାର ଲୋକେ  ଆଜି ପୁରୀରେ ପାଳନ କରିଛନ୍ତି ପ୍ରଥମ ଶ୍ରାଦ୍ଧ ବାର୍ଷିକ। ତାସହ ଅଭିଯୁକ୍ତମାନଙ୍କୁ ଏପର୍ଯ୍ୟନ୍ତ ଗିରଫ କରାଯାଇନଥିବାରୁ […]

parala

Rakesh Mallick
  • Published: Thursday, 10 August 2017
  • , Updated: 10 August 2017, 09:57 PM IST

ପୁରୀ: ଚାଲିଥିଲା ମନ୍ତ୍ର ଆଉ ପୂଜାପାଠ, ଅମର ଆତ୍ମାର ସଦଗତି କାମନା କରିଛନ୍ତି ପରିବାର ସଦସ୍ୟ। ତାହାରି ଭିତରେ ଭାସିଆସୁଥିଲା ବର୍ଷକ ତଳେ ଘଟିଥିବା ଗଣଆତ୍ମହତ୍ୟାର ସେହି ରୋମଟାଙ୍କୁରା ଦୃଶ୍ୟ। ବର୍ଷକ ତଳେ ଏହି ପରିବାର ଅନଙ୍ଗ ମଞ୍ଜରୀ, ବିଜୟଲକ୍ଷ୍ମୀ, ସଂଜୟ ଓ ସନ୍ତୋଷ ପାତ୍ରଙ୍କୁ ହରାଇଥିଲା। ତିଥି ଅନୁସାରେ ଏହି ଘଟଣାକୁ ବର୍ଷେ ପୁରିଯାଇଥିବା ବେଳେ ପରିବାର ଲୋକେ  ଆଜି ପୁରୀରେ ପାଳନ କରିଛନ୍ତି ପ୍ରଥମ ଶ୍ରାଦ୍ଧ ବାର୍ଷିକ। ତାସହ ଅଭିଯୁକ୍ତମାନଙ୍କୁ ଏପର୍ଯ୍ୟନ୍ତ ଗିରଫ କରାଯାଇନଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି ମୃତକଙ୍କ ଭାଇ-ଭଉଣୀ।

ଅଗଷ୍ଟ ୨୧, ୨୦୧୬ରେ ଏହି ଘଟଣା ଘଟିଥିଲା। ଘଟଣାରେ ଅନଙ୍ଗମଞ୍ଜରୀଙ୍କ ସହ ୪ ଭାଇ-ଭଉଣୀଙ୍କ ମୃତ୍ୟୁ ହୋଇଥିଲା। ଘଟଣାସ୍ଥଳରୁ ୩ ଜଣଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଥିବାବେଳେ ବ୍ରହ୍ମପୁର ମେଡ଼ିକାଲରେ ଆଖିବୁଜିଥିଲେ ସନ୍ତୋଷ। ପାରଳା ମହାରାଜ ଗୋପୀନାଥ ଗଜପତିଙ୍କୁ ମ୍ୟାନେଜର୍ ଅନଙ୍ଗ ମଞ୍ଜରୀ ନଜର ବନ୍ଦୀ କରି ରଖିଥିବା ଅଭିଯୋଗ ଆସିଥିଲା ପରେ ଉଠିଥିଲା ସଂପତ୍ତି ବିବାଦ କଥା। ଘଟଣା କ୍ରମେ ୪ ଭାଇଭଉଣୀ ଆତ୍ମହତ୍ୟା କରିବା ପରେ ସ୍ଥାନୀୟ ଜନପ୍ରତିନିଧି ଏବଂ ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମ ସହ ୧୨ ଜଣଙ୍କ ବିରୋଧରେ ଏତଲା ଦେଇଥିଲେ ପରିବାର ଲୋକେ। ପ୍ରାୟ ବର୍ଷେ ହେଲା କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ କରୁଛି। ପରିବାର ଲୋକେ ନ୍ୟାୟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରସ୍ଥ ହୋଇଛନ୍ତି। କିନ୍ତୁ କାର୍ଯ୍ୟାନୁଷ୍ଠାନ ହେଉନଥିବାରୁ ଅସନ୍ତୋଷ ପରିବାର ଲୋକେ।

Related story