୧୦୨ଟି ଖଣି ସମ୍ପର୍କରେ ଶୁଣାଣି କଲେ ସୁପ୍ରିମକୋର୍ଟ

ଭୁବନେଶ୍ୱର: ରାଜ୍ୟ ସରକାର ସୁପ୍ରିମକୋର୍ଟରେ ଦାଖଲ କରିଥିବା ୧୦୨ଟି ଖଣିର କାଗଜ ପତ୍ର ସଂପର୍କରେ ଆଜି ଶୁଣାଣି ହୋଇଛି। ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ୍ ଭି. ଗୋପାଳ ଗୌଡା ଓ ଜଷ୍ଟିସ୍ ଅମିତାଭ ରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଜି ଏହାର ଶୁଣାଣି କରିଥିଲେ। ତେବେ ପରବର୍ତ୍ତୀ ତାରଖରେ ଏହି ମାମଲାରେ ପୁଣି ଥରେ ଶୁଣାଣି କରିବାକୁ ଦିନ ଧାର୍ଯ୍ୟ କରିଥିଲେ ସୁପ୍ରିମକୋର୍ଟ। ବିଭିନ୍ନ କାରଣରୁ ରାଜ୍ୟରେ ବନ୍ଦ ଥିବା ୧୦୨ଟି ମାଙ୍ଗ।ନିଜ ଏବଂ ଲୁହା ପଥର ଖଣିର […]

SC

Rakesh Mallick
  • Published: Wednesday, 26 August 2015
  • , Updated: 26 August 2015, 02:13 PM IST

ଭୁବନେଶ୍ୱର: ରାଜ୍ୟ ସରକାର ସୁପ୍ରିମକୋର୍ଟରେ ଦାଖଲ କରିଥିବା ୧୦୨ଟି ଖଣିର କାଗଜ ପତ୍ର ସଂପର୍କରେ ଆଜି ଶୁଣାଣି ହୋଇଛି। ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ୍ ଭି. ଗୋପାଳ ଗୌଡା ଓ ଜଷ୍ଟିସ୍ ଅମିତାଭ ରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଜି ଏହାର ଶୁଣାଣି କରିଥିଲେ। ତେବେ ପରବର୍ତ୍ତୀ ତାରଖରେ ଏହି ମାମଲାରେ ପୁଣି ଥରେ ଶୁଣାଣି କରିବାକୁ ଦିନ ଧାର୍ଯ୍ୟ କରିଥିଲେ ସୁପ୍ରିମକୋର୍ଟ। ବିଭିନ୍ନ କାରଣରୁ ରାଜ୍ୟରେ ବନ୍ଦ ଥିବା ୧୦୨ଟି ମାଙ୍ଗ।ନିଜ ଏବଂ ଲୁହା ପଥର ଖଣିର ଆବଶ୍ୟକ ସମସ୍ତ ସ୍ୱୀକୃତି ଏବଂ କାଗଜ ସରକାର କୋର୍ଟରେ ଦାଖଲ କରିଥିଲେ। ଏହାରି ମଧ୍ୟରୁ ଅନେକ ଖଣିର ଷ୍ଟାଚୁଚାରୀ କ୍ଲିୟରାନସ୍ ଥାଇ ମଧ୍ୟ ସୁପ୍ରିମକୋର୍ଟରେ ମାମଲା ବିଚରାଧୀନ ଥିବାରୁ ତାହା କାର୍ଯ୍ୟକ୍ଷମ ହୋଇପାରିନି।

Related story