Advertisment

ଉତ୍ପାଦନ ତ ଅଧିକ, ନିଅଣ୍ଟ କାହିଁକି?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆବଶ୍ୟକତାଠାରୁ ଅଧିକ ପିଆଜ ଉତ୍ପାଦନ ହେଉଛି। ଏହା ସତ୍ତ୍ୱେ ପିଆଜ ନିଅଣ୍ଟିଆ ଦେଖାଦେଉଛି। ରାଜ୍ୟରେ ବେଲଗାମ୍ ହୋଇଛି ପିଆଜ ଦର। ସମସ୍ୟା ସମାଧାନ କରିବା ବଦଳରେ ରେଟ୍ ଉଚ୍ଚା ଦେଖି ହାତ ଟେକିଦେଇଛନ୍ତି ସରକାର। ସଙ୍କଟ ଦୂର କରିବା ପାଇଁ ଖାଦ୍ୟ ଯୋଗାଣ ସଚିବ ଦିଲ୍ଲୀ ଯାଇଥିଲେ ମଧ୍ୟ ସମାଧାନର ବାଟ ବାହାରିନି। ଏପଟେ ପିଆଜ ଅଭାବ ପାଇଁ ସିଧା ସରକାରଙ୍କୁ ନିଶାନା କରିଛନ୍ତି ବିରୋଧୀ। ସରକାରୀ ହିସାବରେ ବର୍ଷକୁ ଓଡ଼ିଶା […]

ଅଦ୍ୟତନ ହୋଇଛି
ଉତ୍ପାଦନ ତ ଅଧିକ, ନିଅଣ୍ଟ କାହିଁକି?

onion-price-hike-in-odisha

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆବଶ୍ୟକତାଠାରୁ ଅଧିକ ପିଆଜ ଉତ୍ପାଦନ ହେଉଛି। ଏହା ସତ୍ତ୍ୱେ ପିଆଜ ନିଅଣ୍ଟିଆ ଦେଖାଦେଉଛି। ରାଜ୍ୟରେ ବେଲଗାମ୍ ହୋଇଛି ପିଆଜ ଦର। ସମସ୍ୟା ସମାଧାନ କରିବା ବଦଳରେ ରେଟ୍ ଉଚ୍ଚା ଦେଖି ହାତ ଟେକିଦେଇଛନ୍ତି ସରକାର। ସଙ୍କଟ ଦୂର କରିବା ପାଇଁ ଖାଦ୍ୟ ଯୋଗାଣ ସଚିବ ଦିଲ୍ଲୀ ଯାଇଥିଲେ ମଧ୍ୟ ସମାଧାନର ବାଟ ବାହାରିନି। ଏପଟେ ପିଆଜ ଅଭାବ ପାଇଁ ସିଧା ସରକାରଙ୍କୁ ନିଶାନା କରିଛନ୍ତି ବିରୋଧୀ।

Advertisment

ସରକାରୀ ହିସାବରେ ବର୍ଷକୁ ଓଡ଼ିଶା ପାଇଁ ଆବଶ୍ୟକତା ହେଉଛି ୩. ୩୬ ଲକ୍ଷ ମେଟ୍ରିକ ଟନ୍ ପିଆଜ। ଆଉ ଉତ୍ପାଦନ ହେଉଛି ଆବଶ୍ୟକତା ଠୁ ଅଧିକ। ଅର୍ଥାତ ୩. ୭୪ ଲକ୍ଷ ମେଟ୍ରିକ ଟନ୍। ଉତ୍ପାଦନ ସମୟରେ ସଂରକ୍ଷଣ ପାଇଁ ୮ ଟି ଜିଲ୍ଲାରେ ସରକାର ଚଳିତବର୍ଷ ୪୭୨ଟି ଗୋଦାମ ଘର ନିର୍ମାଣ ହୋଇଛି। ତେବେ ଅଭିଯୋଗ ହେଉଛି, ଏସବୁ ଗୋଦାମ ପିଆଜ ସଂରକ୍ଷଣ ପାଇଁ କାମ ଦେଉନି। ଅଧିକାଂଶ ଅବ୍ୟବହୃତ ହୋଇ ପଡ଼ିରହିଛି। ଏହି ଗୋଦାମ ଘର ତିଆରି ପାଇଁ ସରକାର ପଞ୍ଚାୟତକୁ ସବ୍‌ସିଡି ଦେଉଥିବା ବେଳେ ଏଥିରେ ବଡ଼ ଘୋଟାଲା ହୋଇଛି ବୋଲି ଖରିଆର ବିଧାୟକ ଅଧିରାଜ ପାଣିଗ୍ରାହୀ ଅଭିଯୋଗ କରିଛନ୍ତି। ସେପଟେ ଆଳୁ ମିଶନ୍ ପରି ପିଆଜ ମିଶନ ଫେଲ୍‌ ହୋଇଥିବା କହି ସରକାରଙ୍କୁ ନିଶାନା କରିଛି ବିଜେପି।

କଂଗ୍ରେସ ବିଧାୟକ ଅଧିରାଜ ପାଣିଗ୍ରାହୀ କହିଛନ୍ତି-“ଗୋଦାମ ଘର ନିର୍ମାଣରେ ଲକ୍ଷ ଲକ୍ଷ ଟଙ୍କାର ଦୁର୍ନୀତି ହୋଇଛି। ଏହାର ତଦନ୍ତ କରିବା ପାଇଁ ଏକ କମିଟି ଗଠନ କରାଯାଉ।”

Advertisment

ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି କହିଛନ୍ତି-“ଆଳୁ ମିଶନ୍‌ ଫେଲ୍‌ ଓ ପିଆଜ ମିଶନ୍‌ ଫେଲ୍‌। ନବୀନ ପଟ୍ଟନାୟକ ତ ପାସ୍‌ କରିଛନ୍ତି।”

ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି-“ପିଆଜର ଲ୍ୟାଣ୍ଡିଂକଷ୍ଟ୍‌ କେତେ କମିପାରିବ, ତାହା ଉପରେ ଆଲୋଚନା ହେଉଛି।”

ଆଳୁ ମିଶନ ଆରମ୍ଭ ହେଲା ବେଳେ ସରକାର ପିଆଜ ଉତ୍ପାଦନ ଓ ସଂରକ୍ଷଣକୁ ମଧ୍ୟ ଗୁରୁତ୍ୱ ଦେଇଥିଲେ। ଏବେ ଆଳୁମିଶନ ଅଧାରେ ବନ୍ଦ ହୋଇଯାଇଛି। ପିଆଜ ମିଶନ ଦିଶାହୀନ ହୋଇଯାଇଛି। ଅଭାବ ପଡିଲେ ସରକାର ତତ୍ପର ହେଉଛନ୍ତି। ପୁଣି ଚୁପ ବସିଯାଉଛନ୍ତି। ଯେଉଁଥିପାଇଁ ଆବଶ୍ୟକତାରୁ ଅଧିକ ଉତ୍ପାଦନ କରି ମଧ୍ୟ ଓଡ଼ିଶାରେ ପ୍ରତିବର୍ଷ ପିଆଜ ଲୋକଙ୍କୁ କନ୍ଦାଉଛି।

ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଜାମପଡ଼ା ଗାଁର ପିଆଜ ଚାଷୀ ହେଉଛନ୍ତି ଦୁର୍ଯୋଧନ ନାଗ। ସେ ଏଥର ୨ ଏକର ଜମିରେ ପିଆଜ ଚାଷ କରିଥିଲେ। ଅମଳ ପରେ ସଂରକ୍ଷଣର ବ୍ୟବସ୍ଥା ନ ଥିବାରୁ ୫ରୁ ୬ ଟଙ୍କା ଦରରେ ରାଜ୍ୟ ବାହାର ବ୍ୟବସାୟୀଙ୍କ ହାତରେ ଟେକିଦେଲେ ସବୁ ପିଆଜ ଟେକିଦେଇଥିଲେ। ଏବେ କିନ୍ତୁ ସ୍ଥିତି ପୁରା ଓଲଟା ହୋଇଛି। ପିଆଜ ହୋଇଛି ଅମୁଲ ମୂଲ। ନିଜେ ଖାଇବା ପାଇଁ ସେ ୬୦ ଟଙ୍କା ଦେଇ ବଜାରରୁ ପିଆଜ କିଣୁଛନ୍ତି।

ତେବେ ଚାଷୀଙ୍କ ବଳକା ସଂରକ୍ଷଣ ପାଇଁ ରାଜ୍ୟ ସରକାର ମୁରିବାହାଲ ବ୍ଲକ ମାର୍ଥିପଡାରେ ଏକ ଗୋଦାମ ଘର ତିଆରି କରିଥିଲେ। ଏବେ ଏହି ଗୋଦାମ ଘର ଭୂତ କୋଠିରେ ପରିଣତ ହୋଇଛି। ଅନାବନା ଗଛ ଉକ୍ତ ଘର ଉପରେ ମାଡି ଯାଇଛି। ସେହିପରି ନୂଆପଡା ଜିଲ୍ଲା ଖରିଆର ବ୍ଲକ ଛତା ଗାଁରେ ଆଉ ଏକ ପିଆଜ ଗୋଦାମ ତିଆରି କରାଯାଇଥିଲା। ଏବେ ଏହା ଲୋକଙ୍କ ଅସ୍ଥାୟୀ ଆଶ୍ରୟ ସ୍ଥଳ ପାଲଟିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe