ଏନଇଇଟିରେ ଓଡ଼ିଶାରୁ ୧୯,୨୪୪ ପାସ୍‌, ଆଶୁତୋଷ ପଣ୍ଡା ରାଜ୍ୟ ଟପ୍ପର୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜାତୀୟ ଟେଷ୍ଟିଂ ଏଜେନ୍ସି (ଏନଟିଏ) ଦ୍ୱାରା ପରିଚାଳିତ ଜାତୀୟ ଯୋଗ୍ୟତା ଓ ପ୍ରବେଶିକା ପରୀକ୍ଷା(ଏନଇଇଟି)୨୦୧୯ର ଫଳ ପ୍ରକାଶ ପାଇଛି। ଏହି ପରୀକ୍ଷାରେ ଓଡ଼ିଶାର ପାସ୍‌ ହାର ୫୯.୪୪ ପ୍ରତିଶତ ରହିଥିବା ବେଳେ ୧୯,୨୪୪ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ଏନଇଇଟିର ଏଣ୍ଟ୍ରାନ୍ସରେ ଓଡ଼ିଶା ଟପ୍ପର ହୋଇଛନ୍ତି ବଲାଙ୍ଗିର ଯୁବୋଦୟ କଲେଜ ଛାତ୍ର ଆଶୁତୋଷ ପଣ୍ଡା। ସେ ମୋଟ ୭୨୦ରୁ ୬୮୨ ନମ୍ବର ରଖି ସାରା ଦେଶରେ ୭୩ତମ ରାଙ୍କରେ ଅଛନ୍ତି। ସର୍ବଭାରତୀୟ ସ୍ତରରେ ଓଡ଼ିଶାର […]

waq

Hemant Lenka
  • Published: Wednesday, 05 June 2019
  • , Updated: 05 June 2019, 07:04 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜାତୀୟ ଟେଷ୍ଟିଂ ଏଜେନ୍ସି (ଏନଟିଏ) ଦ୍ୱାରା ପରିଚାଳିତ ଜାତୀୟ ଯୋଗ୍ୟତା ଓ ପ୍ରବେଶିକା ପରୀକ୍ଷା(ଏନଇଇଟି)୨୦୧୯ର ଫଳ ପ୍ରକାଶ ପାଇଛି। ଏହି ପରୀକ୍ଷାରେ ଓଡ଼ିଶାର ପାସ୍‌ ହାର ୫୯.୪୪ ପ୍ରତିଶତ ରହିଥିବା ବେଳେ ୧୯,୨୪୪ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି।

ଏନଇଇଟିର ଏଣ୍ଟ୍ରାନ୍ସରେ ଓଡ଼ିଶା ଟପ୍ପର ହୋଇଛନ୍ତି ବଲାଙ୍ଗିର ଯୁବୋଦୟ କଲେଜ ଛାତ୍ର ଆଶୁତୋଷ ପଣ୍ଡା। ସେ ମୋଟ ୭୨୦ରୁ ୬୮୨ ନମ୍ବର ରଖି ସାରା ଦେଶରେ ୭୩ତମ ରାଙ୍କରେ ଅଛନ୍ତି।

ସର୍ବଭାରତୀୟ ସ୍ତରରେ ଓଡ଼ିଶାର ସଙ୍ଗୀତା ଅଗ୍ରୱାଲ ଶ୍ରେଷ୍ଠ-୨୦ ମହିଳା ବର୍ଗରେ ୧୭ତମ ସ୍ଥାନରେ ରହିଛନ୍ତି। ଅଣ ସଂରକ୍ଷିତ ବର୍ଗର ସଂଗୀତା ମୋଟ ୭୨୦ରୁ ୬୮୦ ନମ୍ବର ରଖିଛନ୍ତି। ତାଙ୍କର ସର୍ବଭାରତୀୟ ରାଙ୍କ ହେଉଛି ୯୧।

ରାଜ୍ୟରୁ ମୋଟ ୩୫୦୯୩ ଜଣ ଛାତ୍ରଛାତ୍ରୀ ଏନ୍‌ଇଇଟି ପରୀକ୍ଷା ପାଇଁ ନିଜର ନାଁ ପଞ୍ଜିକୃତ କରିଥିଲେ। ଏମାନଙ୍କ ମଧ୍ୟରୁ ୩୨୩୭୮ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ ଏବଂ ୨୭୧୫ ଜଣ ଅନୁପସ୍ଥିତ ଥିଲେ।

ଅନ୍ୟପକ୍ଷରେ ୨୦୧୮ ତୁଳନାରେ ଚଳିତ ବର୍ଷର ପାସ୍‌ ହାର ହ୍ରାସ ପାଇଛି। ଗତବର୍ଷ ପାସ୍‌ ହାର ୬୦.୬୮% ଥିବା ବେଳେ ଚଳିତ ବର୍ଷ ପାସ ହାର ୫୯.୪୪% ରହିଛି।

ଚଳିତ ବର୍ଷ ଓଡ଼ିଆ ଭାଷାରେ ମୋଟ ୭୦୦ ଜଣ ପରୀକ୍ଷାର୍ଥୀ ଏନଇଇଟି ପରୀକ୍ଷା ଦେଇଥିଲେ।

ସବୁଠାରୁ ଉଲ୍ଲେଖନୀୟ ବିଷୟ ହେଲା ଚଳିତ ଥର ୫ ଜଣ ତୃତୀୟ ଲିଙ୍ଗ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲା ବେଳେ ସେମାନଙ୍କ ମଧ୍ୟରୁ ୩ ଜଣ କୃତକାର୍ଯ୍ୟ ହୋଇଛନ୍ତି । ଏନଟିଏ ତରଫରୁ ଏନଇଇଟି ଦେଶବ୍ୟାପୀ ମେ ୫ ତାରିଖରୁ ୨୦ ଯାଏ ଚାଲିଥିଲା। ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧୀନରେ ଭାରତୀୟ ମେଡିକାଲ କାଉନସିଲ/ ଭାରତୀୟ ଡେଣ୍ଟାଲ କାଉନସିଲ ଅନୁମୋଦିତ ମେଡିକାଲ, ଡେଣ୍ଟାଲଲ କଲେଜରେ ଏମବିବିଏସ/ବିଡିଏସ କଲେଜରେ ଆଡମିସନ ପାଇଁ ଏହି ପରୀକ୍ଷାର ଅନୁଷ୍ଠିତ ହୋଇଥାଏ ।

ଏହି ପରୀକ୍ଷା ମାଧ୍ୟମରେ ଯୋଗ୍ୟ ବିବେଚିତ ପରୀକ୍ଷାର୍ଥୀ ସର୍ବଭାରତୀୟ କୋଟା ଆସନ, ରାଜ୍ୟ ସରକାର କୋଟା ଆସନ, ରାଜ୍ୟ ମ୍ୟାନେଜମେଣ୍ଟ, ଘରୋଇ ମେଡିକାଲରେ ଏନଆରଆଇ କୋଟା ଆସନ, ଡେଣ୍ଟାଲ କଲେଜ, କୌଣସି ଘରୋଇ ଡିମଡ୍ ବିଶ୍ୱବିଦ୍ୟାଳୟ, କେନ୍ଦ୍ରୀୟ ପୁଲ କୋଟା ଆସନରେ ନାମ ଲେଖାଇ ପାରିବେ । ଭାରତୀୟ ନାଗରିକ, ପ୍ରବାସୀ ଭାରତୀୟ, ବିଦେଶୀ ନାଗରିକତ୍ୱ ଗ୍ରହଣ କରିଥିବା ଭାରତୀୟ, ଭାରତୀୟ ବଂଶୋଦ୍ଭବ ବ୍ୟକ୍ତି ଏବଂ ବିଦେଶୀ ନାଗରିକ ‌ଏନଇଇଟି ପରୀକ୍ଷା ଦେଇ ପାରିବେ ।

Related story