୨୦୨୦ ଅଗଷ୍ଟ ୧୫ ସୁଦ୍ଧା ହାତପାଆନ୍ତାରେ ମିଳିବ ସବୁ ସରକାରୀ ସେବା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାବର୍ଷ ଅଗଷ୍ଟ ୧୫ ତାରିଖ ସୁଦ୍ଧା ରାଜ୍ୟର ନାଗରିକମାନଙ୍କୁ ଯେକୌଣସି ସରକାରୀ ସେବା ପାଇଁ ଆଉ ସରକାରୀ ଅଫିସକୁ ଦୌଡ଼ିବାକୁ ପଡ଼ିବ ନାହିଁ। ଘରେ ବସି ହାତପାଆନ୍ତାରେ ସବୁ ସରକାରୀ ସେବାକୁ ନାଗରିକମାନେ ପାଇପାରିବେ। ରାଜ୍ୟ ସରକାରଙ୍କ ‘ଫାଇଭ-ଟି’ କାର୍ଯ୍ୟକ୍ରମ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ‘ମୋ ସରକାର’ କାର୍ଯ୍ୟକ୍ରମ ଆଧାରରେ ସମସ୍ତ ସରକାରୀ ସେବା ଲୋକଙ୍କୁ ସେମାନଙ୍କ ହାତପାଆନ୍ତାରେ ଉପଲବ୍ଧ କରାଯିବ। ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀ ଆଜି ସମସ୍ତ ବିଭାଗୀୟ […]

asit-tipathi

Manoranjan Sial
  • Published: Thursday, 22 August 2019
  • , Updated: 22 August 2019, 10:50 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାବର୍ଷ ଅଗଷ୍ଟ ୧୫ ତାରିଖ ସୁଦ୍ଧା ରାଜ୍ୟର ନାଗରିକମାନଙ୍କୁ ଯେକୌଣସି ସରକାରୀ ସେବା ପାଇଁ ଆଉ ସରକାରୀ ଅଫିସକୁ ଦୌଡ଼ିବାକୁ ପଡ଼ିବ ନାହିଁ। ଘରେ ବସି ହାତପାଆନ୍ତାରେ ସବୁ ସରକାରୀ ସେବାକୁ ନାଗରିକମାନେ ପାଇପାରିବେ। ରାଜ୍ୟ ସରକାରଙ୍କ ‘ଫାଇଭ-ଟି’ କାର୍ଯ୍ୟକ୍ରମ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ‘ମୋ ସରକାର’ କାର୍ଯ୍ୟକ୍ରମ ଆଧାରରେ ସମସ୍ତ ସରକାରୀ ସେବା ଲୋକଙ୍କୁ ସେମାନଙ୍କ ହାତପାଆନ୍ତାରେ ଉପଲବ୍ଧ କରାଯିବ।
ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀ ଆଜି ସମସ୍ତ ବିଭାଗୀୟ ସଚିବଙ୍କୁ ଏନେଇ ଚିଠି ଲେଖି ‘ଫାଇଭ-ଟି’ ଚାର୍ଟର ଅନୁସାରେ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ବିଭାଗ ଇତିମଧ୍ୟରେ ‘ଫାଇଭ୍-ଟି’ ଚାର୍ଟର ପ୍ରସ୍ତୁତ କରି ପଠାଇଥିଲେ ମଧ୍ୟ ଯଦି ଆଉ କିଛି ଅଧିକ କରିବାକୁ ବିଭାଗଗୁଡ଼ିକ ଚାହୁଁଥାନ୍ତି ତା’ହେଲେ ସେମାନେ ସେପ୍ଟେମ୍ବର ୧୫ତାରିଖ ସୁଦ୍ଧା ତାହା ପଠାଇବାକୁ ପରାମର୍ଶ ଦେଇଛନ୍ତି । ଏହାସହିତ ‘ଫାଇଭ୍ -ଟି’ ଚାର୍ଟର ଆଧାରରେ କାର୍ଯ୍ୟକ୍ରମମାନ ହାତକୁ ନେବା ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସମୟସୀମା ମଧ୍ୟ ନିର୍ଦ୍ଧାରଣ କରିଛନ୍ତି ।୨୦୨୦ ଅଗଷ୍ଟ ୧୫ ତାରିଖ ସୁଦ୍ଧା ରାଜ୍ୟ ସରକାରଙ୍କ ସମସ୍ତ ଜନସେବା ଅନଲାଇନ୍ କିମ୍ବା କମନ ସର୍ଭସି ସେଣ୍ଟର(ସିଏସଓ) ମାଧ୍ୟମରେ ଉପଲବ୍ଧ ହେବ ବୋଲି କହିଛନ୍ତି। ଏପରିକି ଏଥିରୁ କେତେକ ସେବା ଲୋକଙ୍କୁ ସେମାନଙ୍କ ଘରେ ମଧ୍ୟ ମିଳିବ।

ସେହିପରି ୨୦୨୦ ଜାନୁୟାରୀ ପହିଲା ସୁଦ୍ଧା କର୍ମଚାରୀମାନଙ୍କ ପଦୋନ୍ନତି ସଂକ୍ରାନ୍ତ ସଂସ୍କାରମୂଳକ ପ୍ରଦର୍ଶନର ଏକ ନିର୍ଦ୍ଦିଷ୍ଟ ନୀତି ମଧ୍ୟ ଆସିବ। ‘ଫାଇଭ-ଟି’ରେ ମିଳୁଥିବା ସଫଳତାକୁ ମଧ୍ୟ କର୍ମଚାରୀମାନଙ୍କ ବାର୍ଷିକ ଆପ୍ରାଇଜାଲରେ ସାମିଲ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।ଏସବୁ ବ୍ୟତୀତ ନବନିର୍ମିତ ଖାରବେଳ ଭବନକୁ ଅଗଷ୍ଟ ୩୧ ତାରିଖ ସୁଦ୍ଧା ଚିହ୍ନିଟ ହୋଇଥିବା ବିଭାଗଗୁଡ଼ିକ ଯେଭଳି ସମ୍ପୂର୍ଣ୍ଣ ଭାବେ ସ୍ଥାନାନ୍ତର ହେବେ ତାହା ସୁନିଶ୍ଚିତ କରିବାକୁ ସେ ବିଭାଗୀୟ ସଚିବମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଗତକାଲି ନିର୍ଦ୍ଦେଶାଳୟଗୁଡ଼ିକୁ ବିଭାଗଗୁଡ଼ିକ ସହ ବିଲୟକୁ ନେଇ ଜାରି ହୋଇଥିବା ସରକାରୀ ନିର୍ଦ୍ଦେଶାନାମାକୁ କାର୍ଯ୍ୟକାରୀ ନିମନ୍ତେ ଆବଶ୍ୟକ ପଦକ୍ଷେପ ଚଳିତବର୍ଷ ଅକ୍ଟୋବର ୩୦ ତାରିଖ ସୁଦ୍ଧା ଶେଷ କରିବାକୁ ଶ୍ରୀ ତ୍ରିପାଠୀ ନିର୍ଦ୍ଦେଶ ଦେଇଛନ୍ତି।

Related story