ଫଳକରେ ନାଁ ନ ଥିବାରୁ ତାତିଲେ ସରପଞ୍ଚ; ମନ୍ତ୍ରୀ, ବିଧାୟକଙ୍କ ବାଟ ଓଗାଳିଲେ

ନରସିଂହପୁର(ଓଡ଼ିଶା ରିପୋର୍ଟର): ଫଳକରେ ନାଁ ନ ଥିବାରୁ ତାତିଲେ ସରପଞ୍ଚ । ଏପରିକି କ୍ଲବ ଘର ଉଦ୍‌ଘାଟନ କରିବାକୁ ଆସିଥିବା ମନ୍ତ୍ରୀ, ବିଧାୟକଙ୍କ ବାଟ ଓଗାଳିଲେ। କିଛି ସମୟ ଧରି ରାସ୍ତା ଉପରେ ଏହି ତୁ ତୁ ମେଁ ମେଁ ଚାଲିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ଏପରି ଘଟଣା କଟକ ଜିଲ୍ଲା ନରସିଂହପୁର ବ୍ଲକ ନୂଆପଟଣା ପଂଚାୟତରେ ହୋଇଥିବା ବେଳେ ଏହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ନୂଆପଟଣା ପଞ୍ଚାୟତର ଏକ କ୍ଲବ ଘର ଉଦ୍‌ଘାଟନ […]

oppose

  • Published: Wednesday, 16 November 2022
  • , Updated: 16 November 2022, 10:39 AM IST

ନରସିଂହପୁର(ଓଡ଼ିଶା ରିପୋର୍ଟର): ଫଳକରେ ନାଁ ନ ଥିବାରୁ ତାତିଲେ ସରପଞ୍ଚ । ଏପରିକି କ୍ଲବ ଘର ଉଦ୍‌ଘାଟନ କରିବାକୁ ଆସିଥିବା ମନ୍ତ୍ରୀ, ବିଧାୟକଙ୍କ ବାଟ ଓଗାଳିଲେ। କିଛି ସମୟ ଧରି ରାସ୍ତା ଉପରେ ଏହି ତୁ ତୁ ମେଁ ମେଁ ଚାଲିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ଏପରି ଘଟଣା କଟକ ଜିଲ୍ଲା ନରସିଂହପୁର ବ୍ଲକ ନୂଆପଟଣା ପଂଚାୟତରେ ହୋଇଥିବା ବେଳେ ଏହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ନୂଆପଟଣା ପଞ୍ଚାୟତର ଏକ କ୍ଲବ ଘର ଉଦ୍‌ଘାଟନ କାର୍ଯ୍ୟକ୍ରମକୁ ଉଭୟ ମନ୍ତ୍ରୀ ଓ ବିଧାୟକ ନିମନ୍ତ୍ରୀତ ଅତିଥି ହୋଇଥଲେ। ମାତ୍ର ଫଳକରେ ସରପଞ୍ଚ କିମ୍ବା ସମିତି ସଭ୍ୟଙ୍କ ନାଁ ନ ଥିଲା। ଏହାକୁ ନେଇ ଆରମ୍ଭ ହେଲା ତୁମୁଳକାଣ୍ଡ । ଫଳକରେ ନାଁ ନ ଥିବାରୁ ଉତ୍ତ୍ୟକ୍ତ ହୋଇ ପଡ଼ିଥିବା ସରପଞ୍ଚଙ୍କ ଗୋଷ୍ଠୀ  ଉଭୟ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଓ  ବିଧାୟକ ଦେବୀ ମିଶ୍ରଙ୍କୁ ତୀବ୍ର ବିରୋଧ କଲେ।  ଏପରିକି ଦୀର୍ଘ ସମୟ ପର୍ଯ୍ୟନ୍ତ ସେମାନଙ୍କୁ ଗାଡ଼ିରୁ ଓହ୍ଲାଇବାକୁ ଦେଇ ନ ଥିଲେ। ଏହାକୁ କେନ୍ଦ୍ର କରି ସେଠାରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହେଲା।

[caption id="attachment_781785" align="aligncenter" width="650"] ଦୁଇ ପକ୍ଷ ମୁହାଁମୁହିଁ ।[/caption]

ଏନେଇ ସରପଞ୍ଚ ମାନସ ରଞ୍ଜନ ସାହୁ କହିଛନ୍ତି, ଆମ ଗାଁ କ୍ଲବ ଘର ଉଦ୍‌ଘାଟନ ହେଲା। ହେଲେ ମୁଁ ସରପଞ୍ଚ ହୋଇଥିବା ବେଳେ ମୋତେ କିଛି ସୂଚନା ଦିଆଯାଇନି।

ଏନେଇ ଆର୍ତ୍ତତ୍ରାଣ କ୍ଲବର ସଦସ୍ୟ ମାନେ କହିଛନ୍ତି, ସରପଞ୍ଚ ପୂର୍ବରୁ କ୍ଲବର ସଦସ୍ୟ ଥିଲେ । କିନ୍ତୁ କ୍ଲବର ଇଛା ମୁତାବକ ସରପଞ୍ଚଙ୍କୁ ନ ଡାକିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା ।

ସେପଟେ ସ୍ଥାନୀୟ ବିଧାୟକ ଦେବୀ ମିଶ୍ର କହିଛନ୍ତି, ଏହା ସରପଞ୍ଚ ଓ ସମିତି ସଭ୍ୟଙ୍କ ମଧ୍ୟରେ ଆଭ୍ୟନ୍ତରୀଣ ବ୍ୟାପାର,  ଦଳ ଉପରେ ଏହାର କିଛି ପ୍ରଭାବ ପଡିବନି । ଖୁବ୍‌ ଶୀଘ୍ର ଏହି ସମସ୍ୟାର ସମାଧାନ କରିଦେବୁ ।

Related story