ବିଧାନସଭାରେ ଉଠିଲା ‘ପରୀ’ ହତ୍ୟା ଘଟଣା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଧାନସଭାରେ ଉଠିଲା ୫ ବର୍ଷର ଝିଅ ‘ପରୀ’ ହତ୍ୟା ଘଟଣା । ଗୃହରେ କଂଗ୍ରସ ବିଧାୟକ ନରସିଂହ ମିଶ୍ର ଏହି ଘଟଣା ଉଠାଇଛନ୍ତି । ନୟାଗଡର ୫ ବର୍ଷର ଝିଅ ପରୀ ହତ୍ୟା ଘଟଣାରେ ନ୍ୟାୟ ପାଇଁ ବାପା ମାଆ ବିଧାନସଭା ଆଗରେ ଆତ୍ମାହୁତି ଦେବା ଘଟଣାକୁ ସେ ନିନ୍ଦା କରିଛନ୍ତି । ଗୁଇନ୍ଦା କ’ଣ କରୁଥିଲା । ପୁଲିସ କ’ଣ କରୁଥିଲା ବୋଲି କଂଗ୍ରେସ ବିଧାୟକ ପ୍ରଶ୍ନ କରିଛନ୍ତି । ଏଥିସହ […]

narasingha-mishra-1

Jitendra Garnayak
  • Published: Tuesday, 24 November 2020
  • , Updated: 24 November 2020, 02:00 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଧାନସଭାରେ ଉଠିଲା ୫ ବର୍ଷର ଝିଅ ‘ପରୀ’ ହତ୍ୟା ଘଟଣା । ଗୃହରେ କଂଗ୍ରସ ବିଧାୟକ ନରସିଂହ ମିଶ୍ର ଏହି ଘଟଣା ଉଠାଇଛନ୍ତି । ନୟାଗଡର ୫ ବର୍ଷର ଝିଅ ପରୀ ହତ୍ୟା ଘଟଣାରେ ନ୍ୟାୟ ପାଇଁ ବାପା ମାଆ ବିଧାନସଭା ଆଗରେ ଆତ୍ମାହୁତି ଦେବା ଘଟଣାକୁ ସେ ନିନ୍ଦା କରିଛନ୍ତି । ଗୁଇନ୍ଦା କ’ଣ କରୁଥିଲା । ପୁଲିସ କ’ଣ କରୁଥିଲା ବୋଲି କଂଗ୍ରେସ ବିଧାୟକ ପ୍ରଶ୍ନ କରିଛନ୍ତି ।

ଏଥିସହ ସେ ରାଜ୍ୟ ସରକାରଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି । ବିଧାନସଭା ଚାଲିବା ସମୟରେ ଏପରି ଘଟଣା ଘଟିବା ସୁରକ୍ଷିତ ନୁହେଁ । ବାଚସ୍ପତିଙ୍କୁ ଏନେଇ ସେ ଦୃଷ୍ଟି ଆକର୍ଷଣ ମଧ୍ୟ କରାଯାଇଛନ୍ତି । କିନ୍ତୁ ସରକାର ନିଦା ବିଷ୍ଣୁ ସାଜିଛି ବୋଲି ସେ ଆଭିଯୋଗ ଆଣିଛନ୍ତି । ସେପେଟ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଥିବା ନେଇ ବିରୋଧୀମାନେ  ଗୃହରେ ମୁଲତବୀ ପ୍ରସ୍ତାବ ଆଣିଛନ୍ତି ।

ଅନ୍ୟପଟେ ଅରୁଣ ସାହୁଙ୍କ ପାଖ ଲୋକ ପରୀ ହତ୍ୟା ପଛରେ ଦାୟୀ ବୋଲି ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ମୃତ ପରୀର ମା’ କହିଛନ୍ତି, ଏହି ଘଟଣାରେ ମନ୍ତ୍ରୀ ଅରୁଣ ସାହୁଙ୍କ ହାତ ରହିଛି । ଅରୁଣ ସାହୁଙ୍କ ପାଖ ଲୋକ ବାବୁଲି ନାଏକ ମୋ ଝିଅକୁ ମାରି ଦେଇଛନ୍ତି । ମନ୍ତ୍ରୀ କିଛି କରୁନାହାନ୍ତି । ଅପରାଧୀଙ୍କୁ ସୁରକ୍ଷା ଦିଆଯାଉଛି ।  ଥାନାକୁ ଦୌଡି ଦୌଡି ନିରାଶ ହେବା ପରେ ମଧ୍ୟ ନ୍ୟାୟ ମିଳୁନଥିବା ସେ ଅଭିଯୋଗ କରିଛନ୍ତି ।

Related story