ଅଶୋକଙ୍କ ଘାଆ ଉପରେ ମଲମ ମାରିଲେ ପ୍ରଦୀପ୍ତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେଡିରୁ ବିଜେପିକୁ ଯାଇଥିବା ପାରାଦୀପର ପୂର୍ବତନ ବିଧାୟକ ଦାମୋଦର ରାଉତ ଗତ କିଛି ଦିନ ତଳେ ଅସନ୍ତୋଷ ଝାଡ଼ିଥିଲେ। ତାଙ୍କୁ ଦଳୀୟ ନେତା ଡାକୁନଥିବା ଅଭିଯୋଗ କରିଥିଲେ। ଆଜି ପୁଣି ଜଣେ ବିଜେପି ନେତା ତଥା ପୂର୍ବତନ ବିଜେପୁର ବିଧାୟକ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ବିଜେପି ତାଙ୍କୁ ଅଣଦେଖା କରୁଛି ଓ କୌଣସି ଦାୟିତ୍ୱ ଦେଉନାହିଁ ବୋଲି ସେ କ୍ଷୋଭ ପ୍ରକାଶ କରିଛନ୍ତି। ଏହାର ଜବାବ ରଖିଛନ୍ତି ବିରୋଧୀଦଳ ନେତା ପ୍ରଦୀପ୍ତ ନାୟକ। […]

opesion-leader-pradeep-nayak-react-on-ashok-panigrahi-statment

Manoranjan Sial
  • Published: Thursday, 10 October 2019
  • , Updated: 10 October 2019, 05:00 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେଡିରୁ ବିଜେପିକୁ ଯାଇଥିବା ପାରାଦୀପର ପୂର୍ବତନ ବିଧାୟକ ଦାମୋଦର ରାଉତ ଗତ କିଛି ଦିନ ତଳେ ଅସନ୍ତୋଷ ଝାଡ଼ିଥିଲେ। ତାଙ୍କୁ ଦଳୀୟ ନେତା ଡାକୁନଥିବା ଅଭିଯୋଗ କରିଥିଲେ। ଆଜି ପୁଣି ଜଣେ ବିଜେପି ନେତା ତଥା ପୂର୍ବତନ ବିଜେପୁର ବିଧାୟକ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ବିଜେପି ତାଙ୍କୁ ଅଣଦେଖା କରୁଛି ଓ କୌଣସି ଦାୟିତ୍ୱ ଦେଉନାହିଁ ବୋଲି ସେ କ୍ଷୋଭ ପ୍ରକାଶ କରିଛନ୍ତି। ଏହାର ଜବାବ ରଖିଛନ୍ତି ବିରୋଧୀଦଳ ନେତା ପ୍ରଦୀପ୍ତ ନାୟକ।

ଗଣମାଧ୍ୟମ ପ୍ରତିନିଧିଙ୍କ ଉତ୍ତରରେ ସେ କହିଛନ୍ତି, “ଅଶୋକ ପାଣିଗ୍ରାହୀ କୌଣସି ଦଳୀୟ କାର୍ଯ୍ୟକ୍ରମକୁ ଯାଉନାହାନ୍ତି। ସବୁକଥାରେ ଧର୍ମେନ୍ଦ୍ର ପ୍ରଧାନ ଡାକିବେ ବୋଲି କହିବା ଠିକ୍‌ ନୁହେଁ। ସେ ଜିଲ୍ଲାର ନେତୃ ସ୍ଥାନୀୟ ନେତାଙ୍କ ସହ ମିଶି ପ୍ରଚାର କରିବା କଥା। ପୂର୍ବରୁ ପ୍ରାର୍ଥୀ ହୋଇଥିଲେ, ଆଜି ହେଲେନି ବୋଲି ମନଦୁଃଖ କରିବା ଠିକ୍‌ ନୁହେଁ। ମନ ଦୁଃଖ କରି ଘରେ ବସିଲେ ତାଙ୍କର କ୍ଷତି ହେବ।”

ବିଜେପି ନେତା ଅଶୋକ ପାଣିଗ୍ରାହୀ ଆଜି ଗଣମାଧ୍ୟମକୁ କହିଥିଲେ,ଦଳ ମୋତେ ଅଣଦେଖା କରୁଛି। କୌଣସି ଦାୟିତ୍ୱ ଦେଉନାହିଁ। ସାଧାରଣ ନିର୍ବାଚନରେ ମୋତେ କୌଣସି ଦାୟିତ୍ୱ ମିଳିନଥିଲା। କୌଣସି କାର୍ଯ୍ୟକ୍ରମକୁ ଦଳ ପକ୍ଷରୁ ମୋତେ ଡ଼କା ଯାଇନଥିଲା ବୋଲି ଅଶୋକ ପାଣିଗ୍ରାହୀ କହିଥିଲେ।

Related story