‘କରୋନା ସହ ଲଢ଼ିଥିବା ସ୍ୱାସ୍ଥ୍ୟକର୍ମୀଙ୍କୁ ଅଗ୍ରାଧିକାର ଦିଆଯାଉ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସ୍ଥାୟୀ ନିଯୁକ୍ତି ଦାବି କରି ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ଗତ ୧୮ ଦିନ  ଧାରଣା ଓ ଆମରଣ ଅନଶନରେ ବସି ରହିଥିବା ସ୍ୱାସ୍ଥ୍ୟକର୍ମୀଙ୍କ ମଧ୍ୟରୁ ୨ ଜଣ ଆଜି ଆତ୍ମାହୁତି ଉଦ୍ୟମ କରିଛନ୍ତି । ତଥାପି ସରକାର ସେମାନଙ୍କ ଦାବି ପ୍ରତି କର୍ଣ୍ଣପାତ କରୁ ନାହାନ୍ତି।  ଏବେ ବି  ବିଶ୍ୱ କରୋନା ମହାମାରୀରୁ ମୁକ୍ତ ହୋଇନାହିଁ । ଏପରି ସ୍ଥିତିରେ ରାଜରାସ୍ତାରେ ସ୍ୱାସ୍ଥ୍ୟକର୍ମୀ ବସିବା ଚିନ୍ତାଜନକ । ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ […]

naveen

naveen

Niharika Rout
  • Published: Tuesday, 15 December 2020
  • Updated: 15 December 2020, 02:37 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସ୍ଥାୟୀ ନିଯୁକ୍ତି ଦାବି କରି ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ଗତ ୧୮ ଦିନ  ଧାରଣା ଓ ଆମରଣ ଅନଶନରେ ବସି ରହିଥିବା ସ୍ୱାସ୍ଥ୍ୟକର୍ମୀଙ୍କ ମଧ୍ୟରୁ ୨ ଜଣ ଆଜି ଆତ୍ମାହୁତି ଉଦ୍ୟମ କରିଛନ୍ତି । ତଥାପି ସରକାର ସେମାନଙ୍କ ଦାବି ପ୍ରତି କର୍ଣ୍ଣପାତ କରୁ ନାହାନ୍ତି।  ଏବେ ବି  ବିଶ୍ୱ କରୋନା ମହାମାରୀରୁ ମୁକ୍ତ ହୋଇନାହିଁ । ଏପରି ସ୍ଥିତିରେ ରାଜରାସ୍ତାରେ ସ୍ୱାସ୍ଥ୍ୟକର୍ମୀ ବସିବା ଚିନ୍ତାଜନକ । ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ।

ଚିଠିରେ ବିରୋଧୀ ଦଳ ନେତା ଉଲ୍ଲେଖ କରିଛନ୍ତି, କରୋନା ମହାମାରୀ ବେଳେ ଯେଉଁ ନର୍ସିଂ ସ୍ୱାସ୍ଥ୍ୟକର୍ମୀ ନିଜ ଜୀବନକୁ ବାଜି ଲଗାଇ କରୋନା ରୋଗୀଙ୍କ ସେବା କରୁଥିଲେ, ସେମାନେ ଏବେ ରାଜରାସ୍ତାରେ ବସିଛନ୍ତି । ସରକାର ସେମାନଙ୍କ ଦାବି ନ ଶୁଣିବା ଅତ୍ୟନ୍ତ ଦୁଃଖଦାୟକ।

ଆଗକୁ ଲୋକଙ୍କୁ ଟିକା ଦିଆଯିବ । ସେତେବେଳେ ଏହି ସ୍ୱାସ୍ଥ୍ୟକର୍ମୀମାନେ କାମରେ ଲାଗିବେ । ସରକାରୀ ହସ୍ପିଟାଲଗୁଡ଼ିକରେ ପ୍ରାୟ ଅଧା ନର୍ସିଂ ପଦବୀ ଖାଲି ପଡ଼ିଛି । ସରକାର ତାକୁ ତୁରନ୍ତ ପୂରଣ କରନ୍ତୁ।  କରୋନା ମୁକାବିଲାରେ ଯୋଦ୍ଧା ସାଜି ଓଡ଼ିଶାବାସୀଙ୍କ ଜୀବନ ରକ୍ଷା କରିଥିବା ଏହି ସ୍ୱାସ୍ଥ୍ୟକର୍ମୀଙ୍କୁ ଅଗ୍ରାଧିକାର ଦେବା ନିମନ୍ତେ ଦାବି କରିଛନ୍ତି ବିରୋଧି ଦଳ ନେତା।

ଏହାବ୍ୟତୀତ ସେ କହିଛନ୍ତି, ୧୦ ବର୍ଷ ହେଲାଣି ANM ପଦବୀରେ ନୂଆ ନିଯୁକ୍ତି ହୋଇନାହିଁ, ସେଥିପାଇଁ ସର୍ବାଧିକ ବୟସ ସୀମାକୁ ୩୨ ବଦଳରେ ୪୨ ବର୍ଷ କରାଯାଉ । ଇଣ୍ଡିଆନ ପବ୍ଲିକ ହେଲ୍‌ଥ ଷ୍ଟାଣ୍ଡାର୍ଡ ୨୦୧୨ ଓ ଜାତୀୟ ସ୍ୱାସ୍ଥ୍ୟ ମିଶନ ୨୦୧୩ ଅନୁଯାୟୀ ଦରକାର ମୁତାବକ  ସ୍ୱାସ୍ଥ୍ୟକର୍ମୀ ଓ ନର୍ସିଂ ପଦବୀ ପୂରଣ କରାଯାଉ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story