ପଦ୍ମପୁର ଉପନିର୍ବାଚନ: ଗାଡ଼ି ଯାଞ୍ଚ ଆଳରେ ଡ୍ରାଇଭର ନମ୍ବର ରଖୁଛି ପୁଲିସ୍‌, ଟ୍ରାକିଂ ଅଭିଯୋଗ

ବରଗଡ଼(ଓଡ଼ିଶା ରିପୋର୍ଟର): ପଦ୍ମପୁର ଉପ ନିର୍ବାଚନ ପାଖେଇ ଆସୁଥିବା ବେଳେ ବିଭିନ୍ନ ଦଳର ନେତାଙ୍କ ପ୍ରଚାର ଜୋର ଧରିଛି। ହେଲେ ଏହା ମଧ୍ୟରେ ପୁଲିସ୍‌ ଯାଞ୍ଚ କଡ଼ାକଡ଼ି କରାଯାଇଛି। ପୁଲିସ୍‌ ପକ୍ଷରୁ ବିଭିନ୍ନ ଦଳର ନେତାଙ୍କ ସମେତ ଷ୍ଟାର ପ୍ରଚାରକଙ୍କ ଗାଡ଼ି ଯାଞ୍ଚ ହେଉଥିବା ବେଳେ ଡ୍ରାଇଭରଙ୍କ ନମ୍ବର ବି ରଖାଯାଉଛି। ଏହାକୁ ନେଇ ଘୋର ଆପତ୍ତି ଉଠାଇଛନ୍ତି ବିରୋଧୀ । ଏପରିକି ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଆପତ୍ତି ଅଭିଯୋଗ ଜଣାଇଛନ୍ତି । […]

pic

  • Published: Friday, 25 November 2022
  • , Updated: 25 November 2022, 02:05 PM IST

ବରଗଡ଼(ଓଡ଼ିଶା ରିପୋର୍ଟର): ପଦ୍ମପୁର ଉପ ନିର୍ବାଚନ ପାଖେଇ ଆସୁଥିବା ବେଳେ ବିଭିନ୍ନ ଦଳର ନେତାଙ୍କ ପ୍ରଚାର ଜୋର ଧରିଛି। ହେଲେ ଏହା ମଧ୍ୟରେ ପୁଲିସ୍‌ ଯାଞ୍ଚ କଡ଼ାକଡ଼ି କରାଯାଇଛି। ପୁଲିସ୍‌ ପକ୍ଷରୁ ବିଭିନ୍ନ ଦଳର ନେତାଙ୍କ ସମେତ ଷ୍ଟାର ପ୍ରଚାରକଙ୍କ ଗାଡ଼ି ଯାଞ୍ଚ ହେଉଥିବା ବେଳେ ଡ୍ରାଇଭରଙ୍କ ନମ୍ବର ବି ରଖାଯାଉଛି। ଏହାକୁ ନେଇ ଘୋର ଆପତ୍ତି ଉଠାଇଛନ୍ତି ବିରୋଧୀ । ଏପରିକି ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଆପତ୍ତି ଅଭିଯୋଗ ଜଣାଇଛନ୍ତି ।

ପଦ୍ମପୁରକୁ ଏବେ ବହୁ ହେଭିୱେଟ ନେତା ଓ ଷ୍ଟାର ପ୍ରଚାରକ ଯାଉଥିବା ବେଳେ ସେଠାରେ ନିର୍ବାଚନୀ ମାହୋଲ ସରଗରମ ହେବାରେ ଲାଗିଛି। ନିର୍ବାଚନକୁ ସୁରୁଖୁରରେ ପରିଚାଳନା କରିବାକୁ ପ୍ରଶାସନ ଓ ପୁଲିସ୍‌ ବି ପ୍ରସ୍ତୁତ ରହିଛି।   ପୁଲିସ୍‌ ପକ୍ଷରୁ ବିଭିନ୍ନ ଛକରେ ଗାଡ଼ି  ଯାଞ୍ଚ କରାଯାଉଛି।

ଗାଡିରେ କିଏ କିଏ ଅଛନ୍ତି, କେଉଁଠିକି ଯାଉଛନ୍ତି, କେଉଁ କଂପାନୀର ଗାଡି ଏସବୁକୁ ଟିକିନିକି ଭାବେ ଲେଖି ରଖୁଛି ପୁଲିସ । ଏହାବାଦ ଗାଡି ଚଲାଉଥିବା ଡ୍ରାଇଭରର ପରିଚୟ ସହ  ତାଙ୍କ ନାଁ ଓ ମୋବାଇଲ ନମ୍ବର ବି ରଖୁଛି ପୁଲିସ୍‌ । ଏହାକୁ କିନ୍ତୁ ସହଜେ ହଜମ କରୁ ନାହାନ୍ତି ବିରୋଧୀ ।

ବିଜେପି ନେତା ସୁରେଜ ପୂଜାରୀ କହିଛନ୍ତି, ଚେକିଂ ବେଳେ ଡ୍ରାଇଭର ନମ୍ବର କାହିଁକି ନେଉଛି ପୁଲିସ୍‌ ତାହା ଚିନ୍ତାଜନକ । ଡ୍ରାଇଭର କେବଳ ଚାଳକ । ଏହାବାଦ ତା’ର ନିର୍ବାଚନରେ କୌଣସି ସମ୍ପର୍କ  ନାହିଁ । କେବଳ ପ୍ରତିପକ୍ଷ ନେତା କେଉଁ ଏରିଆକୁ ଯାଉଛନ୍ତି ତାହାକୁ ଟ୍ରାକ୍‌ କରିବାକୁ ଏପରି କରୁଛି ପୁଲିସ୍‌। ଫଳରେ ସେମାନେ ନିଜ ଯୋଜନା ପ୍ରସ୍ତୁତ କରିପାରିବେ। ତେଣୁ ଏହା ପଛରେ ମନ୍ଦ ଉଦ୍ଦେଶ୍ୟ ଥିବା ପରି ଲାଗୁଛି।

ବିଜେପି ମୁଖପାତ୍ର ଦିଲୀପ ମଲ୍ଲିକ କହିଛନ୍ତି, କେବଳ ବିଜେପିର ଷ୍ଟାର ପ୍ରଚାରକ ଓ ନେତୃବୃନ୍ଦଙ୍କ ଗାଡ଼ି ନମ୍ବର ତଥା ଡ୍ରାଇଭରଙ୍କ ଫୋନ ନମ୍ବର ରଖି  ତାଙ୍କୁ ଟ୍ରାକିଂ କରିବାକୁ ଏସପି ଯେଉଁ ଗୋଟି ଚାଳନା କରିଛନ୍ତି ତାହାକୁ ନିନ୍ଦା କରୁଛନ୍ତି। ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅବଗତ କରିଛୁ।

[caption id="attachment_784230" align="aligncenter" width="650"] ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଉଛନ୍ତି ବିଜେପି ନେତା ।[/caption]

ବରଗଡ଼ ଏସ୍‌ପି କହିଛନ୍ତି, ଆଇନଶୃଙ୍ଖଳା ପରିସ୍ଥିତିକୁ କଡ଼ାକଡ଼ି କରିବାକୁ ଗାଡ଼ି ଯାଞ୍ଚ କରାଯାଉଛି। ଏହାଦ୍ୱାରା ବିନା ଅନୁମତି ଥିବା ଗାଡ଼ି ପ୍ରବେଶ କଲେ ତାହାକୁ ସହଜେ ଧରିହେବ । ଡ୍ରାଇଭର ନମ୍ବର ଥିଲେ ହଠାତ୍‌ କୌଣସି ଅଘଟଣ ଘଟିଗଲେ ପୁଲିସ୍‌ ତୁରନ୍ତ ପଦକ୍ଷେପ ନେଇପାରିବ ।

ହେଲେ ଏସ୍‌ପିଙ୍କ କଥାକୁ ସହଜେ ଗ୍ରହଣ କରିପାରୁ ନ ଥିବା ବିରୋଧୀ ଏହା ପଛରେ କିଛି ଷଡଯନ୍ତ୍ରର ଗନ୍ଧ ବାରି ପାରୁଛନ୍ତି। ଫଳରେ ଆଜି ବିଜେପିର ଏକ ଟିମ୍‌ ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଅଭିଯୋଗ କରିଛନ୍ତି।

ଗାଡ଼ିର ମାଲିକ ସ୍ଥାୟୀ ହୋଇଥିବା ବେଳେ ଡ୍ରାଇଭର ଅସ୍ଥାୟୀ। ତେଣୁ ତାଙ୍କ ନମ୍ବର ରଖିବାରେ କ’ଣ ଆବଶ୍ୟକତା ବୋଲି ପଚାରିଛନ୍ତି ବିରୋଧୀ । ଏହା ବୁକ୍‌ରୁଲ୍‌ରେ ନାହିଁ। ମାଲିକ ନମ୍ବର କାହିଁକି ନିଆଯାଉନି ବୋଲି ବି ସିଧାସଳଖ  ବିଜେପିର ବହୁ ହେଭିୱେଟ ନେତା ପ୍ରଶ୍ନ କରିଛନ୍ତି।

Related story