୩୦ ଯାଏ ହେବ ଓପିଏସ୍‌ସି ସାକ୍ଷାତକାର ପରୀକ୍ଷା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡିଶା ପବ୍ଲିକ ସର୍ଭିସ କମିଶନ(ଓପିଏସ୍‌ସି) ପକ୍ଷରୁ ହେଉଥିବା ସାକ୍ଷାତକାର ପରୀକ୍ଷା ୩୦ ସେପ୍ଟେମ୍ବର ଯାଏ ହେବ। ଏହି ସମୟରେ ଯେଉଁମାନେ ୟୁପିଏସ୍‌ସି ମେନ୍ ପରୀକ୍ଷା ଦେଉଛନ୍ତି, ସେମାନଙ୍କ ପାଇଁ ଅସୁବିଧା ହେଲେ ସାକ୍ଷାତକାର ତାରିଖ ବଦଳାଇପାରିବେ। ଏଥିପାଇଁ ଆଡମିଟ୍ କାର୍ଡର କପି ସହିତ ବିଧିବଦ୍ଧ ଭାବେ ଆବେଦନ କରିବାକୁ ପଡ଼ିବ ବୋଲି କହିଛନ୍ତି ଓପିଏସ୍‌ସି ଚେୟାରମ୍ୟାନ ସତ୍ୟଜିତ ମହାନ୍ତି। ଆଜି ସେ ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି। ଏଥିରେ ଆହୁରି କୁହାଯାଇଛି, ସାକ୍ଷାତକାର […]

opsc

opsc

Niranjan Mishra
  • Published: Saturday, 10 September 2022
  • Updated: 10 September 2022, 04:01 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡିଶା ପବ୍ଲିକ ସର୍ଭିସ କମିଶନ(ଓପିଏସ୍‌ସି) ପକ୍ଷରୁ ହେଉଥିବା ସାକ୍ଷାତକାର ପରୀକ୍ଷା ୩୦ ସେପ୍ଟେମ୍ବର ଯାଏ ହେବ। ଏହି ସମୟରେ ଯେଉଁମାନେ ୟୁପିଏସ୍‌ସି ମେନ୍ ପରୀକ୍ଷା ଦେଉଛନ୍ତି, ସେମାନଙ୍କ ପାଇଁ ଅସୁବିଧା ହେଲେ ସାକ୍ଷାତକାର ତାରିଖ ବଦଳାଇପାରିବେ। ଏଥିପାଇଁ ଆଡମିଟ୍ କାର୍ଡର କପି ସହିତ ବିଧିବଦ୍ଧ ଭାବେ ଆବେଦନ କରିବାକୁ ପଡ଼ିବ ବୋଲି କହିଛନ୍ତି ଓପିଏସ୍‌ସି ଚେୟାରମ୍ୟାନ ସତ୍ୟଜିତ ମହାନ୍ତି। ଆଜି ସେ ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି।

ଏଥିରେ ଆହୁରି କୁହାଯାଇଛି, ସାକ୍ଷାତକାର ତାରିଖ ସ୍ଥିର ହେବା ପରେ ଯଦି ପ୍ରାର୍ଥୀଙ୍କର ୟୁପିଏସ୍‌ସି ମେନ୍ ପରୀକ୍ଷା ଦେବାରେ ସମସ୍ୟା ହୁଏ ତେବେ ତାରିଖ ବଦଳାଇବା ପାଇଁ ପ୍ରାର୍ଥୀ ଆବେଦନ କରିପାରବେ। ଏହାପରେ ଆବେଦନ ଅନୁସାରେ ତାରିଖ ବଦଳାଯିବ ବୋଲି ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଓପିଏସସି ଅଧ୍ୟକ୍ଷ ସତ୍ୟଜିତ୍ ମହାନ୍ତି।

https://twitter.com/satyajitips88/status/1568468572040753152?s=20&t=E4c1wkEhns1DdwAMu2TAQQ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos