ବନ୍ୟା ପାଇଁ ଘୁଞ୍ଚିଲା ASO ଲିଖିତ ପରୀକ୍ଷା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ରାଜ୍ୟରେ ଲାଗି ରହିଥିବା ବନ୍ୟା ବିତ୍ପାତ ପାଇଁ ଆସନ୍ତା ୨୧ ତାରିଖରେ ହେବାକୁ ଥିବା ASO ଲିଖିତ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି।  ତେବେ ଏହି ପରୀକ୍ଷା ନିମନ୍ତେ ନୂଆ ତାରିଖ ଘୋଷଣା କରାଯାଇ ନାହିଁ। ପରୀକ୍ଷା ଘୁଞ୍ଚିବା ନେଇ OPSC ପକ୍ଷରୁ ସୂଚନା ଦିଆଯାଇଛି । ଅଗଷ୍ଟ ୨୧ ତାରିଖ ରବିବାର ଆସିଷ୍ଟାଣ୍ଟ ସେକ୍ସନ୍ ଅଫିସର (ASO) ପରୀକ୍ଷା ନିମନ୍ତେ ଦିନ ଧାର୍ଯ୍ୟ କରାଯାଇଥିଲା । ମାତ୍ର ଓପିଏସସି ବିଜ୍ଞପ୍ତିରେ ଅନୁସାରେ,  ରାଜ୍ୟରେ ପ୍ରବଳ […]

Exam

  • Published: Thursday, 18 August 2022
  • , Updated: 18 August 2022, 01:37 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ରାଜ୍ୟରେ ଲାଗି ରହିଥିବା ବନ୍ୟା ବିତ୍ପାତ ପାଇଁ ଆସନ୍ତା ୨୧ ତାରିଖରେ ହେବାକୁ ଥିବା ASO ଲିଖିତ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି।  ତେବେ ଏହି ପରୀକ୍ଷା ନିମନ୍ତେ ନୂଆ ତାରିଖ ଘୋଷଣା କରାଯାଇ ନାହିଁ। ପରୀକ୍ଷା ଘୁଞ୍ଚିବା ନେଇ OPSC ପକ୍ଷରୁ ସୂଚନା ଦିଆଯାଇଛି ।

ଅଗଷ୍ଟ ୨୧ ତାରିଖ ରବିବାର ଆସିଷ୍ଟାଣ୍ଟ ସେକ୍ସନ୍ ଅଫିସର (ASO) ପରୀକ୍ଷା ନିମନ୍ତେ ଦିନ ଧାର୍ଯ୍ୟ କରାଯାଇଥିଲା । ମାତ୍ର ଓପିଏସସି ବିଜ୍ଞପ୍ତିରେ ଅନୁସାରେ,  ରାଜ୍ୟରେ ପ୍ରବଳ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବାରୁ  ASO ଲିଖିତ ପରୀକ୍ଷା ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି ।   ନୂଆ ତାରିଖ ଖୁବଶୀଘ୍ର ଘୋଷଣା ହେବ ବୋଲି ସୂଚନା ଦିଆଯାଇଛି ।

ASO ଲିଖିତ ପରୀକ୍ଷା ଦେବାକୁ ଆଶାୟୀ ଥିବା ବହୁ ଛାତ୍ରଛାତ୍ରୀ ବନ୍ୟା ଘେରରେ ଥିବାରୁ ସେମାନଙ୍କ ସୁବିଧା ନିମନ୍ତେ ଏହି ପଦକ୍ଷେପ ନିଆଯାଇଛି ।

Related story