'୫ ଦିନରେ ସ୍କୁଲ ପିଲାଙ୍କ ପାଖରେ ବହି ପହଞ୍ଚାଅ'

ଭୁବନେଶ୍ୱର (ଓଡିଶା ରିପୋର୍ଟର): ସମଗ୍ର ରାଜ୍ୟରେ ଲକ୍‌ଡାଉନ କଟକଣା ଲାଗୁ ହୋଇଥିବାରୁ ପିଲାଙ୍କ ପାଠପଢା ଏକ ପ୍ରକାର ଠପ୍‌ ହୋଇଯାଇଛି । ଏପରି ସମୟରେ ଘରେ ରହି ପିଲାମାନେ ଯେପରି ପାଠ ପଢିପାରିବେ ସେଥିପ୍ରତି ପଦକ୍ଷେପ ନିଆଯାଇଛି । ଏହି ପରିପ୍ରେକ୍ଷୀରେ ୫ ଦିନ ମଧ୍ୟରେ ପିଲାମାନଙ୍କ ପାଖରେ ସ୍କୁଲ ବହି ପହଞ୍ଚାଇବାକୁ କୁହାଯାଇଛି । ଏନେଇ ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ସମସ୍ତ ଡିଇଓ ଓ ଡିପିସିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଥମରୁ ଅଷ୍ଟମ ଶ୍ରେଣୀ […]

book

Tapaswini Nayak
  • Published: Wednesday, 22 April 2020
  • , Updated: 22 April 2020, 12:52 PM IST

ଭୁବନେଶ୍ୱର (ଓଡିଶା ରିପୋର୍ଟର): ସମଗ୍ର ରାଜ୍ୟରେ ଲକ୍‌ଡାଉନ କଟକଣା ଲାଗୁ ହୋଇଥିବାରୁ ପିଲାଙ୍କ ପାଠପଢା ଏକ ପ୍ରକାର ଠପ୍‌ ହୋଇଯାଇଛି । ଏପରି ସମୟରେ ଘରେ ରହି ପିଲାମାନେ ଯେପରି ପାଠ ପଢିପାରିବେ ସେଥିପ୍ରତି ପଦକ୍ଷେପ ନିଆଯାଇଛି ।

ଏହି ପରିପ୍ରେକ୍ଷୀରେ ୫ ଦିନ ମଧ୍ୟରେ ପିଲାମାନଙ୍କ ପାଖରେ ସ୍କୁଲ ବହି ପହଞ୍ଚାଇବାକୁ କୁହାଯାଇଛି । ଏନେଇ ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ସମସ୍ତ ଡିଇଓ ଓ ଡିପିସିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସବୁ ପିଲାଙ୍କ ପାଖରେ ବହି ପହଞ୍ଚାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିନିମନ୍ତେ  ଅଭିଭାବକଙ୍କୁ ସ୍କୁଲକୁ ଡାକି ବହି ଦିଆ  ଯିବାକୁ କୁହାଯାଇଛି । ନଚେତ ଘରକୁ ଘର ଯାଇ ପିଲାଙ୍କ ନିକଟରେ ବହି ଦେବାକୁ ପରାମର୍ଶ ଦିଆଯାଇଛି ।

ବହି ବାଣ୍ଟିବା ବେଳେ ସାମାଜିକ ଦୂରତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି । ହଟ୍‌ସ୍ପଟ୍‌ ଓ କଣ୍ଟେନମେଣ୍ଟ  ଜୋନରେ କିନ୍ତୁ  ବହି ନ ବାଣ୍ଟିବାକୁ ପରାମର୍ଶ ଦିଆଯାଇଛି ।

Related story