ORHDC ଦୁର୍ନୀତି ମାମଲାରେ ଆଉ ୨ ଜଣଙ୍କୁ ଜେଲ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବହୁ ଚର୍ଚ୍ଚିତ ORHDC ଦୁର୍ନୀତି ମାମଲାରେ ଆଜି ଆଉ ୨ ତତ୍କାଳୀନ ଅଧିକାରୀଙ୍କୁ ଜେଲ୍‌ ହୋଇଛି। ସେମାନେ ହେଲେ ତତ୍କାଳୀନ ଆକାଉଣ୍ଟ ପ୍ରଦୀପ ରାଉତ ଓ ଆକାଉଣ୍ଟାଣ୍ଟ ଚିତ୍ତ ମଲ୍ଲିକ। ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ଆତ୍ମସମର୍ପଣ କରିବା ପରେ ଉଭୟଙ୍କୁ ଗିରଫ କରାଯାଇଛି। ପରେ କୋର୍ଟ ସେମାନଙ୍କୁ ୩ ବର୍ଷ ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି। ପ୍ରଦୀପ ରାଉତ ଏକ ଘରୋଇ ହସ୍ପିଟାଲ ଚଳାଉଥିବା ବେଳେ ଚିତ୍ତ ମଲ୍ଲିକ ଏକ ଷ୍ଟାର ହୋଟେଲର […]

judge-hammer

Ordigital Desk
  • Published: Wednesday, 08 August 2018
  • , Updated: 08 August 2018, 06:58 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବହୁ ଚର୍ଚ୍ଚିତ ORHDC ଦୁର୍ନୀତି ମାମଲାରେ ଆଜି ଆଉ ୨ ତତ୍କାଳୀନ ଅଧିକାରୀଙ୍କୁ ଜେଲ୍‌ ହୋଇଛି। ସେମାନେ ହେଲେ ତତ୍କାଳୀନ ଆକାଉଣ୍ଟ ପ୍ରଦୀପ ରାଉତ ଓ ଆକାଉଣ୍ଟାଣ୍ଟ ଚିତ୍ତ ମଲ୍ଲିକ।

ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ଆତ୍ମସମର୍ପଣ କରିବା ପରେ ଉଭୟଙ୍କୁ ଗିରଫ କରାଯାଇଛି। ପରେ କୋର୍ଟ ସେମାନଙ୍କୁ ୩ ବର୍ଷ ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି। ପ୍ରଦୀପ ରାଉତ ଏକ ଘରୋଇ ହସ୍ପିଟାଲ ଚଳାଉଥିବା ବେଳେ ଚିତ୍ତ ମଲ୍ଲିକ ଏକ ଷ୍ଟାର ହୋଟେଲର ମାଲିକ ଅଛନ୍ତି।

ORHDC ଦୁର୍ନୀତି ମାମଲାରେ ପୂର୍ବରୁ ଆଏଏସ୍‌ ବିନୋଦ କୁମାରଙ୍କ ସମେତ ୫ ଜଣ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ରାୟ ଶୁଣାଣି ବେଳେ ହାଜର ହୋଇନଥିବାରୁ ସେମାନଙ୍କ ନାଁରେ ଏନ୍‌ବିଡବ୍ଲୁ ଜାରି କରାଯାଇଥିଲା। କେହି ଧରାଛୁଆଁ ଦେଇନଥିବା ବେଳେ ଆଇଏଏସ୍‌ ବିନୋଦ କୁମାର ଏନ୍‌ବିଡବ୍ଲୁ ଉପରେ ହାଇକୋର୍ଟରୁ ୧୦ ତାରିଖ ପର୍ଯ୍ୟନ୍ତ ରହିତାଦେଶ ଆଣିଥିଲେ।

Related story