କିଏ ମା’ ଶାଢ଼ିର ପ୍ରକୃତ ପ୍ରସ୍ତୁତକର୍ତ୍ତା? ସାମ୍ନାକୁ ଆସିଲା ସତ୍ୟ!

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କିଏ ମା’ ଶାଢୀର ଅସଲ ପ୍ରସ୍ତୁତକର୍ତ୍ତା। ସୁବର୍ଣ୍ଣପୁରର ରାଜେଶ ମେହର ମା’ ଶାଢୀ ପ୍ରସ୍ତୁତ କରିଥିବା ନେଇ ଗଣମାଧ୍ୟମରେ ଖବର ପ୍ରକାଶିତ ହେବା ପରେ ଏବେ ଏହାକୁ ନେଇ ବିବାଦ ଦେଖା ଦେଇଛି । ବାସ୍ତବରେ ରାଜେଶ ମା’ ଶାଢୀର ପ୍ରକୃତ ପ୍ରସ୍ତୁତକର୍ତ୍ତା  ନୁହନ୍ତି । ଏହି ଶାଢୀର ଅସଲ୍ ପ୍ରସ୍ତୁତକର୍ତ୍ତା ହେଉଛନ୍ତି ବିଶ୍ୱନାଥ ମେହର। ଏହା ଆମେ କହୁନୁ, ସୋଶାଲ ମିଡିଆ ପ୍ଲାଟଫର୍ମ ଟୁଇଟରରେ ଓଡ଼ିଓ ଟ୍ରଷ୍ଟ ନାମକ ୟୁଜର ଏହାର […]

biswanath-meher

Ranjit Kumar Jena
  • Published: Tuesday, 22 June 2021
  • , Updated: 22 June 2021, 11:21 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କିଏ ମା’ ଶାଢୀର ଅସଲ ପ୍ରସ୍ତୁତକର୍ତ୍ତା। ସୁବର୍ଣ୍ଣପୁରର ରାଜେଶ ମେହର ମା’ ଶାଢୀ ପ୍ରସ୍ତୁତ କରିଥିବା ନେଇ ଗଣମାଧ୍ୟମରେ ଖବର ପ୍ରକାଶିତ ହେବା ପରେ ଏବେ ଏହାକୁ ନେଇ ବିବାଦ ଦେଖା ଦେଇଛି । ବାସ୍ତବରେ ରାଜେଶ ମା’ ଶାଢୀର ପ୍ରକୃତ ପ୍ରସ୍ତୁତକର୍ତ୍ତା  ନୁହନ୍ତି । ଏହି ଶାଢୀର ଅସଲ୍ ପ୍ରସ୍ତୁତକର୍ତ୍ତା ହେଉଛନ୍ତି ବିଶ୍ୱନାଥ ମେହର। ଏହା ଆମେ କହୁନୁ, ସୋଶାଲ ମିଡିଆ ପ୍ଲାଟଫର୍ମ ଟୁଇଟରରେ ଓଡ଼ିଓ ଟ୍ରଷ୍ଟ ନାମକ ୟୁଜର ଏହାର ଖୁଲାସା କରିଛି।

ଓଡ଼ିତ ଟ୍ରଷ୍ଟର ଆଜି ଏ ନେଇ ଏକ ଟୁଇଟ୍ କରିଛି, ଯେଉଁଥିରେ ସ୍ପଷ୍ଟ ହୋଇଛି ମା’ ଶାଢୀର ଅସଲ୍ ପ୍ରସ୍ତୁତକାରୀ ହେଉଛନ୍ତି ଜାତୀୟ ପୁରସ୍କାର ପ୍ରାପ୍ତ ବିଶ୍ୱନାଥ ମେହର। ହେଲେ ରାଜେଶ ମେହର, ବିଶ୍ୱନାଥଙ୍କ ଡିଜାଇନ୍‌କୁ ନିଜ ଡିଜାଇନ୍‌ ବୋଲି କହି ଗଣମାଧ୍ୟମ ଜରିଆରେ ତୁଚ୍ଛା ବାହାବା ସାଉଁଟିବାକୁ ଚେଷ୍ଟା କରିଛନ୍ତି। ବିଭିନ୍ନ ଗଣମାଧ୍ୟମରେ ରାଜେଶ ମେହର ମା’ ଶାଢ଼ୀର ଡିଜାଇନର ବୋଲି ଖବର ପ୍ରକାଶ ପାଇଥିଲା। ହେଲେ ଖବର ପ୍ରକାଶ ପାଇବାର ମାତ୍ର କେଇ ଘଣ୍ଟା ପରେ ସତ ସାମ୍ନାକୁ ଆସିଛି। ଲୋକେ ସୋଶାଲ ମିଡିଆରେ ରାଜେଶ ମେହର ମିଛ କହୁଛନ୍ତି ବୋଲି ପ୍ରମାଣିତ କରିଛନ୍ତି।

https://twitter.com/OditaTrust/status/1407290213903212550?s=20

ଗତବର୍ଷ ମଧ୍ୟ ରାଜେଶଙ୍କର ଆଉ ଏକ ମିଛ ଧରା ପଡ଼ିଥିଲା। ବଲିଉଡ୍ ଅଭିନେତ୍ରୀ ବିଦ୍ୟା ବାଲାନଙ୍କ ପାଇଁ ସେ ସମ୍ବଲପୁରୀ ଗଣିତ ଶାଢୀ ପ୍ରସ୍ତୁତ କରିଥିବା ଦାବି କରିଥିଲେ। ବିଦ୍ୟା ବାଲାନ୍ ନିଜ ଫିଲ୍ମ ‘ଶକୁନ୍ତଳା ଦେବୀ’ରେ ଏହି ଶାଢୀ ପିନ୍ଧିଥିଲେ । କିନ୍ତୁ ଅସଲରେ ଏହି ଗଣିତ ଶାଢୀ ଉତ୍କଳ ଅମ୍ରିତା ଓ ସାବତ ଏକ୍ସପୋର୍ଟସ୍ ପ୍ରସ୍ତୁତ କରିଥିଲେ।

https://twitter.com/OditaTrust/status/1407273018368266240?s=20

୨୦୧୫ରେ ସୁବର୍ଣ୍ଣପୁରର ବିଶ୍ୱନାଥ ମେହରଙ୍କ ଦ୍ୱାରା ପ୍ରସ୍ତୁତ ମା’ ଶାଢ଼ୀକୁ ଜାତୀୟ ପୁରସ୍କାର ମିଳିଥିଲା । ଏହି ଶାଢୀକୁ ପ୍ରଫୁଲ୍ଲ ଡିଜାଇନର୍ ହେଉଛନ୍ତି ପ୍ରଫୁଲ୍ଲ ମେହର । ସେ ମଧ୍ୟ ଗଣିତଶ୍ରୀ ଓ ଶ୍ରୀଗଣିତ ଶାଢିର ଡିଜାଇନ୍ କରିଛନ୍ତି, କିନ୍ତୁ ଏବେ ରାଜେଶ ମେହର ବାହାବା ନେବାକୁ ଆଗେଇ ଆସିଛନ୍ତି ।

https://twitter.com/OditaTrust/status/1407279874910294022?s=20

https://twitter.com/OditaTrust/status/1407270875850629123?s=20

ରାଜେଶ ଦାବି କରିଛନ୍ତି ସେ ହିଁ ମା’ ଶାଢୀର ପ୍ରସ୍ତୁତ କରିଛନ୍ତି । ସେ ନିଜ ମାଆଙ୍କୁ ସମର୍ପିତ କରି ପ୍ରସ୍ତୁତ କରିଛନ୍ତି ମାଆ ଶାଢୀ। ରାଜେଶ ମେହେର ଆହୁରି ଦାବି କରିଥିଲେ ଯେ ଲକ୍‌ଡାଉନ୍‌ ସମୟରେ ସେ ଘରେ ବସି ବସି ଏହାକୁ ପ୍ରସ୍ତୁତ କରିଛନ୍ତି । ତେବେ ମା’ ଶାଢ଼ିକୁ ବୁଣିଥିବା ଅସଲ ବ୍ୟକ୍ତି ହେଉଛନ୍ତି ବିଶ୍ୱନାଥ ମେହେର। ଏଥିପାଇଁ ତାଙ୍କ ନାଁ ନ୍ୟାସନାଲ ବୁକ୍‌ ଆୱାର୍ଡରେ ମଧ୍ୟ ନାମିତ ଅଛି। ମା’ ଶାଢ଼ିର ବିଶେଷତ୍ୱ ହେଉଛି, ଏହି ଶାଢ଼ିରେ ୧୩ ଟି ଭାଷାରେ ମା’ ଲେଖାଯାଇଛି।

Related story