ନିୟମିତ ହେବେ ଠିକା ଡାଟାଏଣ୍ଟ୍ରି ଅପରେଟର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ନିୟମିତ ହେବେ ଠିକା ଡାଟାଏଣ୍ଟ୍ରି ଅପରେଟର। ଠିକା ଡାଟାଏଣ୍ଟ୍ରି ଅପରେଟରଙ୍କୁ ନିୟମିତ କରିବାକୁ ଓଡ଼ିଶା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏବେ ଆଉଟସୋର୍ସିଂରେ ୪ ଟି ବିଭାଗରେ କାର୍ଯ୍ୟରତ ଅଛନ୍ତି ଡାଟାଏଣ୍ଟ୍ରି ଅପରେଟର। ନିୟମିତ ହେବାକୁ ଥିବା ଡାଟାଏଣ୍ଟ୍ରି ଅପରେଟରମାନେ ଲୋକାଲ ଫଣ୍ଡ ଅଡିଟ୍, ସବ୍‌ରେଜିଷ୍ଟ୍ରୀରେ କାର୍ଯ୍ୟରତ ଡାଟାଏଣ୍ଟ୍ରି ଅପରେଟର, ଲୋକସେବା ଭବନ ଓ ଗୋପବନ୍ଧୁ ଏକାଡେମୀରେ କାର୍ଯ୍ୟରତ ଡାଟାଏଣ୍ଟ୍ରି ଅପରେଟର୍ ରହିଛନ୍ତି। ୩ ମାସ ମଧ୍ୟରେ ନିୟମିତ କରିବା ସହ ସମସ୍ତ ସୁବିଧା […]

govt-office

Manoranjan Sial
  • Published: Tuesday, 23 November 2021
  • , Updated: 23 November 2021, 03:28 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ନିୟମିତ ହେବେ ଠିକା ଡାଟାଏଣ୍ଟ୍ରି ଅପରେଟର। ଠିକା ଡାଟାଏଣ୍ଟ୍ରି ଅପରେଟରଙ୍କୁ ନିୟମିତ କରିବାକୁ ଓଡ଼ିଶା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏବେ ଆଉଟସୋର୍ସିଂରେ ୪ ଟି ବିଭାଗରେ କାର୍ଯ୍ୟରତ ଅଛନ୍ତି ଡାଟାଏଣ୍ଟ୍ରି ଅପରେଟର।

ନିୟମିତ ହେବାକୁ ଥିବା ଡାଟାଏଣ୍ଟ୍ରି ଅପରେଟରମାନେ ଲୋକାଲ ଫଣ୍ଡ ଅଡିଟ୍, ସବ୍‌ରେଜିଷ୍ଟ୍ରୀରେ କାର୍ଯ୍ୟରତ ଡାଟାଏଣ୍ଟ୍ରି ଅପରେଟର, ଲୋକସେବା ଭବନ ଓ ଗୋପବନ୍ଧୁ ଏକାଡେମୀରେ କାର୍ଯ୍ୟରତ ଡାଟାଏଣ୍ଟ୍ରି ଅପରେଟର୍ ରହିଛନ୍ତି। ୩ ମାସ ମଧ୍ୟରେ ନିୟମିତ କରିବା ସହ ସମସ୍ତ ସୁବିଧା ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଠିକା କର୍ମଚାରୀଙ୍କୁ ନିୟମିତ ନେଇ ଥିବା ମାପଦଣ୍ଡରେ ନିୟମିତ କରିବାକୁ ନିର୍ଦ୍ଦେଶନାମାରେ ସ୍ପଷ୍ଟ କରାଯାଇଛି। ଏହାଦ୍ୱାରା ୧୫୦୦ରୁ ଅଧିକ ଠିକା କର୍ମଚାରୀ ଉପକୃତ ହେବେ।

Related story