ବଗଲା ମାମଲାରେ ୨୩ ପ୍ରତିପକ୍ଷଙ୍କୁ ନୋଟିସ୍‌ କଲେ ହାଇକୋର୍ଟ

କଟକ (ଓଡ଼ିଶା ରିପୋର୍ଟର): ପୁରୀ ବଗଲା ଜମି ବିବାଦ ମାମଲାରେ ଆଜି ସମସ୍ତ ପ୍ରତିପକ୍ଷଙ୍କୁ ହାଇକୋର୍ଟ ନୋଟିସ କରିଛନ୍ତି। ରାଜ୍ୟ ସରକାର, ମନ୍ଦିର ପ୍ରଶାସନ, ରାଜସ୍ୱ ପରିଷଦ ସଦସ୍ୟ ଓ ଜମି କିଣିଥିବା ଭିତର ସେବାୟତ ନିଯୋଗ ସମେତ ମୋଟ୍‌ ୨୩ ଜଣଙ୍କୁ ହାଇକୋର୍ଟଙ୍କ ନୋଟିସ ହୋଇଛି। ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ଆବେଦନ ଉପରେ ହାଇକୋର୍ଟ ଏହି ନୋଟିସ ଜାରି କରିଛନ୍ତି। ମାମଲା ଦାଖଲ ହେବା ପରେ ଉଭୟ ସମ୍ବିତ ପାତ୍ର ଓ ଅନ୍ୟତମ […]

Orissa High Court

Manoranjan Sial
  • Published: Monday, 16 November 2020
  • , Updated: 16 November 2020, 06:54 PM IST

କଟକ (ଓଡ଼ିଶା ରିପୋର୍ଟର): ପୁରୀ ବଗଲା ଜମି ବିବାଦ ମାମଲାରେ ଆଜି ସମସ୍ତ ପ୍ରତିପକ୍ଷଙ୍କୁ ହାଇକୋର୍ଟ ନୋଟିସ କରିଛନ୍ତି। ରାଜ୍ୟ ସରକାର, ମନ୍ଦିର ପ୍ରଶାସନ, ରାଜସ୍ୱ ପରିଷଦ ସଦସ୍ୟ ଓ ଜମି କିଣିଥିବା ଭିତର ସେବାୟତ ନିଯୋଗ ସମେତ ମୋଟ୍‌ ୨୩ ଜଣଙ୍କୁ ହାଇକୋର୍ଟଙ୍କ ନୋଟିସ ହୋଇଛି। ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ଆବେଦନ ଉପରେ ହାଇକୋର୍ଟ ଏହି ନୋଟିସ ଜାରି କରିଛନ୍ତି।

ମାମଲା ଦାଖଲ ହେବା ପରେ ଉଭୟ ସମ୍ବିତ ପାତ୍ର ଓ ଅନ୍ୟତମ ଆବେଦନକାରୀ ଜଗନ୍ନାଥ ବସ୍ତିଆଙ୍କ ମାମଲାରେ ସରକାର ଜବାବ ଦାଖଲ କରିଛନ୍ତି। ସେହି ଜବାବକୁ ଆଧାର କରି ପ୍ରତି ଜବାବ ଦାଖଲ କରିବାକୁ ଆବେଦନକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଆସନ୍ତା ଜାନୁଆରୀ ୧୧ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣୀ ରହିଛି।

ବଗଲା ଧର୍ମଶଳା ଜମିକୁ କିଛି ଲଜ ମାଲିକଙ୍କୁ ବିକ୍ରି କରାଯାଇବା ଜଣାପଡ଼ିବା ପରେ ବିବାଦ ମୁଣ୍ଡ ଟେକିଥିଲା। ସଂପୃକ୍ତ ଜମି ମହାପ୍ରଭୁ ଜଗନ୍ନାଥଙ୍କର ଅମୃତ ମଣୋହି ସମ୍ପତ୍ତି। ଏହାକୁ ଜଗନ୍ନାଥଙ୍କ ଖାତାକୁ ଫେରାଇ ଆଣିବା ଦାବିରେ ଏହି ଦୁଇଟି ମାମଲା ଦାୟର ହୋଇଛି। ଏହି ଜମି ଜାଲିଆତିର ସିବିଆଇ ତଦନ୍ତ ଦାବିରେ ଆଉ ଏକ ମାମଲା ଦାୟର ହୋଇଛି।

Related story