ଦୋକାନୀ ଧରିଥିଲେ ୨୫ ଲକ୍ଷର ଗହଣା, ଝାମ୍ପି ନେଲା ଲୁଟେରା

ଭଦ୍ରକ(ପାର୍ଥ ସାରଥୀ ନାୟକ): ଦୋକାନ ବନ୍ଦ କରି ସଟରରେ ଚାବି ପକାଉଥିଲେ। ଏହି ସମୟରେ ବାଇକ୍‌ରେ ଆସି ଗହଣା ବ୍ୟାଗ ଝାମ୍ପି ନେଇଗଲେ ଲୁଟେରା। ବ୍ୟାଗରେ ୨୦ରୁ ୨୫ ଲକ୍ଷ ଟଙ୍କାର ସୁନାଗହଣା ଥିଲା। ଏପରି ଘଟଣା ଘଟିଛି ଭଦ୍ରକ ଏସପିଙ୍କ କାର୍ଯ୍ୟାଳୟଠାରୁ ମାତ୍ର କିଛି ମିଟର ଦୂରରେ ଥିବା କୋଲକାତା ଜୁଏଲର୍ସ ଦୋକାନରେ। ଏନେଇ ଦୋକାନ ମାଲିକ ଥାନାରେ ଅଭିଯୋଗ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ, ଗତକାଲି ସୁନା ଦୋକାନ ମାଲିକ ଗୋବିନ୍ଦ ଦାସ ଦୋକାନ […]

Loot

Tapaswini Nayak
  • Published: Saturday, 20 November 2021
  • , Updated: 20 November 2021, 08:57 AM IST

ଭଦ୍ରକ(ପାର୍ଥ ସାରଥୀ ନାୟକ): ଦୋକାନ ବନ୍ଦ କରି ସଟରରେ ଚାବି ପକାଉଥିଲେ। ଏହି ସମୟରେ ବାଇକ୍‌ରେ ଆସି ଗହଣା ବ୍ୟାଗ ଝାମ୍ପି ନେଇଗଲେ ଲୁଟେରା। ବ୍ୟାଗରେ ୨୦ରୁ ୨୫ ଲକ୍ଷ ଟଙ୍କାର ସୁନାଗହଣା ଥିଲା। ଏପରି ଘଟଣା ଘଟିଛି ଭଦ୍ରକ ଏସପିଙ୍କ କାର୍ଯ୍ୟାଳୟଠାରୁ ମାତ୍ର କିଛି ମିଟର ଦୂରରେ ଥିବା କୋଲକାତା ଜୁଏଲର୍ସ ଦୋକାନରେ। ଏନେଇ ଦୋକାନ ମାଲିକ ଥାନାରେ ଅଭିଯୋଗ କରିଛନ୍ତି।

ମିଳିଥିବା ସୂଚନା ଅନୁସାରେ, ଗତକାଲି ସୁନା ଦୋକାନ ମାଲିକ ଗୋବିନ୍ଦ ଦାସ ଦୋକାନ ବନ୍ଦ କରି ସଟରରେ ଚାବି ପକାଉଥିଲେ। ଚାବି ପକାଇଲା ବେଳେ ପାଖରେ ଦୁଇଟି ବ୍ୟାଗରେ ସୁନା ଗହଣା ରଖିଥିଲେ। ଏହି ସମୟରେ ଦୁଇ ଜଣ ଲୁଟେରା ବାଇକ୍‌ରେ ଆସିଥିଲେ। ଜଣେ ବାଇକ୍‌ରେ ବସିଥିବା ବେଳେ ଆଉ ଜଣେ  ଗୋବିନ୍ଦଙ୍କ ନିକଟରୁ  ସୁନାଗହଣା ବ୍ୟାଗ ନେଇ ଚମ୍ପଟ ମାରିଥିଲା।  ଏନେଇ ଗୋବିନ୍ଦ ଟାଉନ ଥାନାରେ ଅଭିଯୋଗ କରିଛନ୍ତି।  ପୁଲିସ ଘଟଣାର ତଦନ୍ତ କରୁଛି।

 

 

 

Related story