ନିଜ ସର୍ଭିସ ବନ୍ଧୁକରୁ ଗୁଳି ଫୁଟାଇ ଯବାନଙ୍କ ଆତ୍ମହତ୍ୟା

ସମ୍ବଲପୁର( ସଂଜୟ ଜେନା)  : ନିଜ ବନ୍ଧୁକରୁ ଗୁଳି ଫୁଟାଇ ଯବାନଙ୍କ ଆତ୍ମହତ୍ୟା। ସମ୍ବଲପୁର କିସିଣ୍ଡା ଥାନାର OSAP ବାରାକ୍ ଛାତ ଉପରେ ଜଣେ ଯବାନ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ମୁତାବକ , ମୃତ ଯବାନଙ୍କ ନାଁ ଅମିର ସାହୁ। ଘର ବରଗଡ଼ ଗାଇସିଲଟ ଅଞ୍ଚଳରେ। ଅମିର ତାଙ୍କ ଇନସାସ ବନ୍ଧୁକରୁ ନିଜ ବେକକୁ ୩ ରାଉଣ୍ଡ ଗୁଳି କରିଥିବା କୁହାଯାଉଛି। ତେବେ ଯବାନ ଜଣକ କେଉଁ କାରଣରୁ ଆତ୍ମହତ୍ୟା କରିଛନ୍ତି, ତାହା […]

jawan-firing-

Tapas Behera
  • Published: Sunday, 09 June 2019
  • , Updated: 09 June 2019, 08:01 PM IST

ସମ୍ବଲପୁର( ସଂଜୟ ଜେନା)  : ନିଜ ବନ୍ଧୁକରୁ ଗୁଳି ଫୁଟାଇ ଯବାନଙ୍କ ଆତ୍ମହତ୍ୟା। ସମ୍ବଲପୁର କିସିଣ୍ଡା ଥାନାର OSAP ବାରାକ୍ ଛାତ ଉପରେ ଜଣେ ଯବାନ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।

ମିଳିଥିବା ସୂଚନା ମୁତାବକ , ମୃତ ଯବାନଙ୍କ ନାଁ ଅମିର ସାହୁ। ଘର ବରଗଡ଼ ଗାଇସିଲଟ ଅଞ୍ଚଳରେ। ଅମିର ତାଙ୍କ ଇନସାସ ବନ୍ଧୁକରୁ ନିଜ ବେକକୁ ୩ ରାଉଣ୍ଡ ଗୁଳି କରିଥିବା କୁହାଯାଉଛି। ତେବେ ଯବାନ ଜଣକ କେଉଁ କାରଣରୁ ଆତ୍ମହତ୍ୟା କରିଛନ୍ତି, ତାହା ଏଯାଏ ଜଣାପଡ଼ିନି। ପୁଲିସ ଯବାନଙ୍କ ମୃତଦେହ ଉଦ୍ଧାର କରି ଘଟଣାର ତଦନ୍ତ କରୁଛି।

Related story