ସିୱେଜ ସିପିଂ କମ୍ପାନୀ ମ୍ୟାନେଜର ହତ୍ୟା ମାମଲା: ମହିମାଙ୍କ ପତ୍ନୀଙ୍କୁ ନୋଟିସ୍‌

ପାରାଦୀପ: ସିୱେଜ ସିପିଂ କମ୍ପାନୀ ମ୍ୟାନେଜର ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ପାରାଦୀପ ପୋଲିସ ଆଜି ଶିଳ୍ପପତି ମହିମା ମିଶ୍ରଙ୍କ ପତ୍ନୀ ମାଲାଙ୍କୁ ନୋଟିସ୍‌ ଜାରି କରିଛି। ବୟାନ ରେକର୍ଡ଼ ପାଇଁ ମାଲାଙ୍କୁ ନୋଟିସ୍‌ କରାଯାଇଥିବା ଜଣାପଡ଼ିଛି। ଏହି ଘଟଣାରେ କଂଗ୍ରେସ ନେତା ବାପି ସର୍ଖେଲଙ୍କ ସମେତ ୬ ଜଣଙ୍କୁ ପୋଲିସ୍‌ ଗିରଫ କରିଥିବା ବେଳେ ମହିମା ମିଶ୍ରଙ୍କ ବିରୋଧରେ ଲୁକ୍ ଆଉଟ୍ ନୋଟିସ୍ ଜାରି କରିଥିଲା। ଗତ ୨୬ ତାରିଖରେ ସ୍ୱାଇଁ ତାଙ୍କ ସ୍କର୍ପିଓରେ ଅଫିସ୍ […]

mahima

Rakesh Mallick
  • Published: Tuesday, 13 December 2016
  • , Updated: 13 December 2016, 10:24 PM IST

ପାରାଦୀପ: ସିୱେଜ ସିପିଂ କମ୍ପାନୀ ମ୍ୟାନେଜର ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ପାରାଦୀପ ପୋଲିସ ଆଜି ଶିଳ୍ପପତି ମହିମା ମିଶ୍ରଙ୍କ ପତ୍ନୀ ମାଲାଙ୍କୁ ନୋଟିସ୍‌ ଜାରି କରିଛି। ବୟାନ ରେକର୍ଡ଼ ପାଇଁ ମାଲାଙ୍କୁ ନୋଟିସ୍‌ କରାଯାଇଥିବା ଜଣାପଡ଼ିଛି।

ଏହି ଘଟଣାରେ କଂଗ୍ରେସ ନେତା ବାପି ସର୍ଖେଲଙ୍କ ସମେତ ୬ ଜଣଙ୍କୁ ପୋଲିସ୍‌ ଗିରଫ କରିଥିବା ବେଳେ ମହିମା ମିଶ୍ରଙ୍କ ବିରୋଧରେ ଲୁକ୍ ଆଉଟ୍ ନୋଟିସ୍ ଜାରି କରିଥିଲା।

ଗତ ୨୬ ତାରିଖରେ ସ୍ୱାଇଁ ତାଙ୍କ ସ୍କର୍ପିଓରେ ଅଫିସ୍ ଯାଉଥିବା ବେଳେ ଆମ୍ୱେଦକର ଭବନ ନିକଟରେ ଦୁଇ ଜଣ ଦୁର୍ବୃତ୍ତ ମୋଟର ସାଇକେଲ୍‌ରେ ଆସି ତାଙ୍କ ଗାଡ଼ି ଉପରକୁ ବୋମା ଫୋପାଡ଼ି ଥିଲେ। ଆତ୍ମରକ୍ଷା ପାଇଁ ସେ ଗାଡ଼ିରୁ ଓହ୍ଲାଇ ଦୌଡ଼ି ପଳାଇ ଯାଉଥିବା ବେଳେ ଦୁର୍ବୃତ୍ତମାନେ ତାଙ୍କ ଉପରକୁ ଗୁଳି ଚଳାଇଥିଲେ। ତାଙ୍କ ମୁଣ୍ଡରେ ଗୁଳି ବାଜିଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

Related story