ଜିଲ୍ଲା ସଦର ମହକୁମାକୁ ଚାଲିବ ‘ରାଜଧାନୀ’ ଏସି ଡିଲକ୍ସ ବସ୍‌

ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ପରିବହନ ନିଗମ(ଓଏସ୍‌ଆରଟିସି)ର ନବକଳେବର ହେବ। ବେସରକାରୀ ବସ୍‌ ଗୁଡ଼ିକ ସହିତ ତାଳଦେଇ ଚାଲିବ ‘ରାଜଧାନୀ’ ଏସି ଡିଲକ୍ସ ବସ୍‌। ଏହାର ରଙ୍ଗ ନାଲି ରହିବ। ବଦଳିବ ଜ୍ଞାନ କୌଶଳ।  ବସ୍‌ରେ ଆଧୁନିକ ଧରଣର ସିଟ୍‌, ବ୍ୟକ୍ତିଗତ ଲାଇଟ୍‌ ସିଷ୍ଟମ, ପ୍ରତି ସିଟ୍‌ରେ ମୋବାଇଲ ଚାର୍ଜିଂ ପଏଣ୍ଟ ପରି ଅତ୍ୟାଧୁନିକ ବ୍ୟବସ୍ଥା ରହିବ। ସବୁ ଜିଲ୍ଲା ସଦର ମହକୁମା ଓ ବଡ଼ବଡ଼ ସହରକୁ ଏହି ବସ୍‌ ଗୁଡ଼ିକ ଚାଲିବ। ପ୍ରଥମ ପର୍ଯ୍ୟାୟରେ ରାଜ୍ୟ ସରକାର […]

osrtc

Rakesh Mallick
  • Published: Tuesday, 22 November 2016
  • , Updated: 22 November 2016, 10:57 PM IST

ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ପରିବହନ ନିଗମ(ଓଏସ୍‌ଆରଟିସି)ର ନବକଳେବର ହେବ। ବେସରକାରୀ ବସ୍‌ ଗୁଡ଼ିକ ସହିତ ତାଳଦେଇ ଚାଲିବ ‘ରାଜଧାନୀ’ ଏସି ଡିଲକ୍ସ ବସ୍‌। ଏହାର ରଙ୍ଗ ନାଲି ରହିବ। ବଦଳିବ ଜ୍ଞାନ କୌଶଳ।  ବସ୍‌ରେ ଆଧୁନିକ ଧରଣର ସିଟ୍‌, ବ୍ୟକ୍ତିଗତ ଲାଇଟ୍‌ ସିଷ୍ଟମ, ପ୍ରତି ସିଟ୍‌ରେ ମୋବାଇଲ ଚାର୍ଜିଂ ପଏଣ୍ଟ ପରି ଅତ୍ୟାଧୁନିକ ବ୍ୟବସ୍ଥା ରହିବ। ସବୁ ଜିଲ୍ଲା ସଦର ମହକୁମା ଓ ବଡ଼ବଡ଼ ସହରକୁ ଏହି ବସ୍‌ ଗୁଡ଼ିକ ଚାଲିବ।

ପ୍ରଥମ ପର୍ଯ୍ୟାୟରେ ରାଜ୍ୟ ସରକାର ୭୫ଟି ବସ୍‌ କିଣିବେ। ଏହାଛଡ଼ା ଓଏସ୍‌ଆରଟିସିରେ ଆଉ ୬ଟି ଭଲଭୋ ବସ୍‌ ସାମିଲ କରାଯିବ। ଏଥିରୁ ଦୁଇଟି ବସ୍‌ ପୁରୀ-କୋଲକତା ରୁଟ୍‌ ଚାଲିବ। ଅନ୍ୟ ବସ୍‌ ଗୁଡ଼ିକ ବଡ଼ବିଲ୍‌-କୋଲକାତା ଓ ଭୁବନେଶ୍ୱର-ବାରିପଦା ରୁଟ୍‌ରେ ଚାଲିବ।

ବର୍ତ୍ତମାନ ରାଜ୍ୟର ୨୩ଟି ୟୁନିଟ୍‌ରେ ଓଏସ୍‌ଆରଟିସିର ୩୭୩ଟି ବସ୍‌ ଚାଲିଛି। ଏଥିରେ ହାଇଟେକ୍‌, ହାଇକମ୍ପ, ଏସି ଡିଲକ୍ସ ଓ ଏସି ସ୍ଲିପର ଶ୍ରେଣୀର ବସ୍‌ ରହିଛି। ତେବେ ରାଜଧାନୀ ବସ୍‌ ଗୁଡ଼ିକ ଚାଲିବା ପରେ ଓଏସ୍‌ଆରଟିସିର କାରବାର ବୃଦ୍ଧି ଘଟିବ ବୋଲି ଆଶା କରାଯାଉଛି। ଏଥିରେ ବସ୍‌ ଚାଳକମାନଙ୍କୁ ଅଧିକ ପ୍ରୋତ୍ସାହନ ଯୋଗାଇବାର ବ୍ୟବସ୍ଥା କରାଯାଉଥିବା ବେଳେ କଣ୍ଡକ୍ଟର ପଦବୀ ଉଚ୍ଛେଦ ପାଇଁ ବ୍ୟବସ୍ଥା କରାଯିବାର ଯୋଜନା ରହିଛି ଓଏସ୍‌ଆରଟିସି।

ଏ ସମ୍ପର୍କରେ ଓଏସ୍‌ଆରଟିସି ସିଏମ୍‌ଡି ସୁଧାଂଶୁ ଶେଖର ଷଡଙ୍ଗୀ କହିଛନ୍ତି,“ଚାଲିବାକୁ ଥିବା ‘ରାଜଧାନୀ ବସ୍‌’ ଗୁଡ଼ିକ ସବୁ ଜିଲ୍ଲା ସଦର ମହକୁମା ଓ ବଡ଼ବଡ଼ ସହରକୁ ଚାଲିବ। ଏଥିରେ ଯାତ୍ରାମାନେ କିପରି ଆରାମଦାୟକ ଓ ନିରାପଦରେ ଯାତ୍ରା କରିପାରିବେ ତାହା ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି।”

Related story