କଟକ(ଓଡ଼ିଶା ରିପୋର୍ଟର): କଟକ ବଡ ମେଡିକାଲରେ ଅକ୍ସିଜେନ ପାଇପ ଫାଟିବା ସମ୍ପୂର୍ଣ୍ଣ ମିଛ । ଏହାକୁ ନେଇ ଅଯଥାରେ ଗୁଜବ କରାଯାଉଛି। ପ୍ୟାନେଲ ବୋର୍ଡରେ ଯାନ୍ତ୍ରିକ ତ୍ରୁଟି ରହିଛି, କିନ୍ତୁ ଅକ୍ସିଜେନ ପାଇପ ଫାଟିନି ବୋଲି ଆଜି SCB ମେଡିକାଲ କର୍ତ୍ତୃପକ୍ଷ କହିଛନ୍ତି ।
ଯାନ୍ତ୍ରିକ ତ୍ରୁଟି ଯୋଗୁଁ ସାମୟିକ ଭାବେ ଓଟି ଓ ଆଇସିୟୁ ବନ୍ଦ ରହିଛି । କିନ୍ତୁ ମେଡିକାଲର ଏମର୍ଜେନ୍ସି ବ୍ୟବସ୍ଥା ଚାଲୁ ରହିଛି । ଆଜି ସନ୍ଧ୍ୟା ସୁଦ୍ଧା ତ୍ରୁଟି ସଜାଡ଼ିବା ପାଇଁ ଉଦ୍ୟମ ଚାଲିଛି ବୋଲି SCB ଜରୁରୀକାଳୀନ ଅଧତ୍କାରୀ ଭୁବନାନନ୍ଦ ମହାରଣା କହିଛନ୍ତି ।
ଆଜି ସକାଳେ କଟକ ବଡ ମେଡିକାଲର କାର୍ଡିଓଥୋରାସିସ ବିଭାଗରେ ଓପନ ହାର୍ଟ ସର୍ଜରୀ ବନ୍ଦ ରହିଛି । ଅକ୍ସିଜେନ ପାଇପରେ ଲିକ ଯୋଗୁଁ ସର୍ଜରୀ ବନ୍ଦ ରହିଥିବା ସୂଚନା ମିଳିଥିଲା ।