ଶ୍ରୀମୟୀ ମିଶ୍ରଙ୍କୁ କରୋନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର କୋଭିଡ-୧୯ ସଂକ୍ରମିତ ହୋଇଛନ୍ତି। ସେ ଟ୍ୱିଟ୍ ମାଧ୍ୟମରେ ଏନେଇ ସୂଚନା ଦେବା ସହ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କୁ ନିଜର କୋଭିଡ୍ ପରୀକ୍ଷା କରାଇ ନେବାକୁ ପରାମର୍ଶ ଦେଇଛନ୍ତି। ସୂଚନା ଅନୁସାରେ ଶ୍ରୀମତୀ ମିଶ୍ର ଗତ ୩ଦିନ ହେଲା ଅସୁସ୍ଥ ଥିବାବେଳେ ଗତକାଲି ତାଙ୍କର ସ୍ୱାବ ସଂଗ୍ରହ ହୋଇଥିଲା। I have tested positive and with the blessings of Lord Jagannath […]

89098

Tapas Behera
  • Published: Wednesday, 19 August 2020
  • , Updated: 19 August 2020, 09:32 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର କୋଭିଡ-୧୯ ସଂକ୍ରମିତ ହୋଇଛନ୍ତି। ସେ ଟ୍ୱିଟ୍ ମାଧ୍ୟମରେ ଏନେଇ ସୂଚନା ଦେବା ସହ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କୁ ନିଜର କୋଭିଡ୍ ପରୀକ୍ଷା କରାଇ ନେବାକୁ ପରାମର୍ଶ ଦେଇଛନ୍ତି।
ସୂଚନା ଅନୁସାରେ ଶ୍ରୀମତୀ ମିଶ୍ର ଗତ ୩ଦିନ ହେଲା ଅସୁସ୍ଥ ଥିବାବେଳେ ଗତକାଲି ତାଙ୍କର ସ୍ୱାବ ସଂଗ୍ରହ ହୋଇଥିଲା।

https://twitter.com/ShreemayeeM/status/1296097016771010560?s=20

ଆଜି କୋଭିଡ୍ ନମୂନା ପରୀକ୍ଷା ରିପୋର୍ଟ ଆସିବାପରେ ସେ ସଂକ୍ରମିତ ଥିବା ଜଣାପଡ଼ିଛି। ଡାକ୍ତରମାନେ ତାଙ୍କୁ ହୋମ୍ କ୍ୱାରେଣ୍ଟାଇନରେ ରହିବା ପାଇଁ ପରାମର୍ଶ ଦେଇଛନ୍ତି। ସେ ଏବେ ସୁସ୍ଥ ଥିବା ସୂଚନା ମିଳିଛି।

ଉଲ୍ଲେଖଯୋଗ୍ୟ, ଶ୍ରୀମତୀ ମିଶ୍ର ଏବେ ବିଜେଡି ସାଧାରଣ ସମ୍ପାଦକ ଭାବେ ମଧ୍ୟ କାର୍ଯ୍ୟ କରୁଛନ୍ତି।

Related story