ଆପଣଙ୍କୁ ଅଳ୍ପ ଟଙ୍କାରେ ବିଦେଶ ବୁଲାଇ ନେବ ଓଟିଡିସି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାର ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଏଣିକି ଅଳ୍ପ ଟଙ୍କାରେ ଓଡ଼ିଆ ପର୍ଯ୍ୟଟକମାନେ ଥାଇଲାଣ୍ଡ, ମାଲେସିଆ, ସିଙ୍ଗାପୁର, ଇଣ୍ଡୋନେସିଆର ବାଲି ଓ ଦୁବାଇ ପରି ଦେଶ ଭ୍ରମଣରେ ଯାଇପାରିବେ। ଏଥିପାଇଁ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି) ‘ଗୋ-ଗ୍ଲୋବାଲ୍‌’ ନାଁରେ ପ୍ୟାକେଜ୍‌ ଘୋଷଣା କରିଛନ୍ତି। ଏନେଇ ସୂଚନା ଦେଇଛନ୍ତି ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର। ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ଓଡ଼ିଶା ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି। ଏଠାକୁ ପ୍ରତିଦିନ ହଜାର ହଜାର ପର୍ଯ୍ୟଟକ ଆସୁଛନ୍ତି। […]

srimaya

Manoranjan Sial
  • Published: Thursday, 27 February 2020
  • , Updated: 27 February 2020, 07:43 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାର ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଏଣିକି ଅଳ୍ପ ଟଙ୍କାରେ ଓଡ଼ିଆ ପର୍ଯ୍ୟଟକମାନେ ଥାଇଲାଣ୍ଡ, ମାଲେସିଆ, ସିଙ୍ଗାପୁର, ଇଣ୍ଡୋନେସିଆର ବାଲି ଓ ଦୁବାଇ ପରି ଦେଶ ଭ୍ରମଣରେ ଯାଇପାରିବେ। ଏଥିପାଇଁ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି) ‘ଗୋ-ଗ୍ଲୋବାଲ୍‌’ ନାଁରେ ପ୍ୟାକେଜ୍‌ ଘୋଷଣା କରିଛନ୍ତି। ଏନେଇ ସୂଚନା ଦେଇଛନ୍ତି ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର।

ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ଓଡ଼ିଶା ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି। ଏଠାକୁ ପ୍ରତିଦିନ ହଜାର ହଜାର ପର୍ଯ୍ୟଟକ ଆସୁଛନ୍ତି। ଓଡ଼ିଶା ପର୍ଯ୍ୟଟନ ଶିଳ୍ପକୁ ଆଉ ପାଦେ ଆଗକୁ ନେବା ପାଇଁ ଓଟିଡିସି ପକ୍ଷରୁ ପ୍ୟାକେଜ୍‌ ଘୋଷଣା କରାଯାଇଛି। ଥାଇଲାଣ୍ଡ ଯାଉଥିବା ପର୍ଯ୍ୟଟକଙ୍କ ପିଛା ୨୪'୯୯୦ଟଙ୍କା ଦେୟ ଦେବାକୁ ପଡ଼ିବ। ସେହିପରି ମାଲେସିୟା ପାଇଁ ୨୯,୯୯୦ଟଙ୍କା, ସିଙ୍ଗାପୁର ପାଇଁ ୩୯,୯୯୦ଟଙ୍କା, ଇଣ୍ଡୋନେସିଆର ବାଲି ପାଇଁ ୩୪,୯୯୦ଟଙ୍କା ଓ ଦୁବାଇ ପାଇଁ ୫୩,୯୯୦ ଟଙ୍କା ଦେୟ ଦେବାକୁ ପଡ଼ିବ। ଏହି ଅର୍ଥ ଏକା ଥରେ ଦେବାକୁ ପଡ଼ିବ। ଏହି ସମସ୍ତ ସ୍ଥାନକୁ ଯିବା, ଆସିବା ଓ ରହିବା ସମୟ ତିନି ରାତି ଓ ଚାରିଦିନ ମଧ୍ୟରେ ସୀମିତ ରହିବ। ଏହି ଦେୟ ମଧ୍ୟରେ ଯିବା ଆସିବା ଭଡା, ଭିସା ଖର୍ଚ୍ଚ, ଭ୍ରମଣ ବୀମା, ହୋଟେଲ ରହଣି, ପ୍ରାତଃ ଭୋଜନ ଓ ରାତ୍ରି ଭୋଜନ ଇତ୍ୟାଦି ରହିଛି। ଆଜି ଭୁବନେଶ୍ୱର ପାନ୍ଥ ନିବାସରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଓଟିଡିସି ଅଧକ୍ଷା ଶ୍ରୀମୟୀ ମିଶ୍ର ପ୍ରକାଶ କରିଛନ୍ତି।

ସେ କହିଛନ୍ତି-“ପଶ୍ଚିମ ଓଡ଼ିଶାର ଆରାଧ୍ୟ ଦେବତା ହେଉଛନ୍ତି ମାଆ ସମଲେଶ୍ୱେରୀ। ଏଠାରେ ଲାଇଟ୍‌ ଆଣ୍ଡ ସାଉଣ୍ଡ୍‌ର ବ୍ୟବସ୍ଥା କରାଯିବ। ମାଆ ସମଲେଶ୍ୱେରୀଙ୍କ କାହାଣୀ ଉପରେ ଏହି ଲାଇଟ୍‌ ଆଣ୍ଡ ସାଉଣ୍ଡ ପର୍ଯ୍ୟବସିତ ହେବ। ପ୍ରଥମ ପର୍ଯ୍ୟାୟରେ ଓଡ଼ିଆ ଓ ସମଲପୁରୀ ଭାଷାରେ ଦେଖିବାକୁ ମିଳିବ। ପରବର୍ତ୍ତୀ ପର୍ଯ୍ୟାୟରେ ହିନ୍ଦୀ ବା ଇଂରାଜୀରେ କରିବା ପାଇଁ ବିଚାର କରାଯାଉଛି। ଓଟିଡିସି ପକ୍ଷରୁ ଏହି ସେବା ଆରମ୍ଭ କରାଯିବ।”

 

Related story