ଓଟିଡିସିର ଦାଣ୍ଡିଆକୁ ନେଇ ଉଠିଲା ପ୍ରଶ୍ନ, ଘଣ୍ଟ ଘୋଡ଼ାଇଲେ ଶ୍ରୀମୟୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବଙ୍ଗୀୟ ରୀତିନୀତିରେ ପୂଜା, ଗୁଜରାଟୀ ନବରାତ୍ରିର ରଙ୍ଗରେ ଭଳିକି ଭଳି ଗୀତରେ ଦାଣ୍ଡିଆ ନାଚ। ଏସବୁକୁ ବେସରକାରୀ କ୍ଷେତ୍ରରେ ପ୍ରୋତ୍ସାହନ ନେଇ ପୂର୍ବରୁ ଓଡ଼ିଆ ସଂସ୍କୃତିପ୍ରେମୀ ଅଭିଯୋଗ ଆଣୁଥିଲେ। କିନ୍ତୁ ଓଡ଼ିଶାର ପର୍ଯ୍ୟଟନର ପ୍ରଚାର ପ୍ରସାର କରିବା ଉଦ୍ଦିଷ୍ଟ ପର୍ଯ୍ୟଟନ ବିଭାଗ ଏବଂ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ପରିଷଦ ନିଜ ବ୍ୟାନର୍‌ରେ ଦାଣ୍ଡିଆର ପ୍ରଚାର ପ୍ରସାର କରିବାକୁ ନେଇ ଏବେ ଟ୍ୱିଟରରେ ଝଡ଼ ଉଠିଛି। ଲୋକେ ପ୍ରଶ୍ନ ଉଠାଇଛନ୍ତି ଓଡ଼ିଆ ସଂସ୍କୃତି ଏବଂ […]

dandiya

Subrat Kumar Nayak
  • Published: Wednesday, 09 October 2019
  • , Updated: 09 October 2019, 11:29 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବଙ୍ଗୀୟ ରୀତିନୀତିରେ ପୂଜା, ଗୁଜରାଟୀ ନବରାତ୍ରିର ରଙ୍ଗରେ ଭଳିକି ଭଳି ଗୀତରେ ଦାଣ୍ଡିଆ ନାଚ। ଏସବୁକୁ ବେସରକାରୀ କ୍ଷେତ୍ରରେ ପ୍ରୋତ୍ସାହନ ନେଇ ପୂର୍ବରୁ ଓଡ଼ିଆ ସଂସ୍କୃତିପ୍ରେମୀ ଅଭିଯୋଗ ଆଣୁଥିଲେ। କିନ୍ତୁ ଓଡ଼ିଶାର ପର୍ଯ୍ୟଟନର ପ୍ରଚାର ପ୍ରସାର କରିବା ଉଦ୍ଦିଷ୍ଟ ପର୍ଯ୍ୟଟନ ବିଭାଗ ଏବଂ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ପରିଷଦ ନିଜ ବ୍ୟାନର୍‌ରେ ଦାଣ୍ଡିଆର ପ୍ରଚାର ପ୍ରସାର କରିବାକୁ ନେଇ ଏବେ ଟ୍ୱିଟରରେ ଝଡ଼ ଉଠିଛି। ଲୋକେ ପ୍ରଶ୍ନ ଉଠାଇଛନ୍ତି ଓଡ଼ିଆ ସଂସ୍କୃତି ଏବଂ ଐତିହ୍ୟର ପ୍ରଚାରରେ ବିଫଳ ଏହି ବିଭାଗ ଅନ୍ୟ ସଂସ୍କୃତିର ପ୍ରଚାର କରିବା କ’ଣ ଦରକାର ପଡ଼ିଲା? ଆହୁରି ମଧ୍ୟ ପଚାରିବା ଆରମ୍ଭ କରିଛନ୍ତି, ଏଥିରେ କାର୍ଯ୍ୟରତ ଲୋକେ ଓଡ଼ିଆ ତ?

ସୂଚନାଯୋଗ୍ୟ ଯେ, ଓଡ଼ିଶାରେ ବିଭିନ୍ନ ଇଭେଣ୍ଟ ମ୍ୟାନେଜ୍‌ମେଣ୍ଟ କମ୍ପାନୀ ଦାଣ୍ଡିଆ ନୃତ୍ୟକୁ ଲୋକପ୍ରିୟ କରିବାରେ ଲାଗିଛନ୍ତି। ଏସବୁର ମାତ୍ରା ଏତେ ଅଧିକ ହେଲାଣି ଯେ ଦୁର୍ଗାପୂଜା ସମୟର ଷୋଳ ପୂଜା ଏବଂ ପୁରୀର ଗୋଷାଣୀ ଯାତର ଲୋକପ୍ରିୟତା ହଜିବାରେ ଲାଗିଥିବା ନେଇ ବେଶ୍‌ କିଛି ଓଡ଼ିଆ ସଂସ୍କୃତିପ୍ରେମୀ ପୂର୍ବରୁ ପ୍ରଶ୍ନ ଉଠାଇଥିଲେ। ତେବେ ଏଭଳି ସ୍ଥିତିରେ ଗତ ୫ରୁ ୭ ତାରିଖରେ ପାନ୍ଥନିବାସଠାରେ ‘ଲେଟ୍‌ସ ଦାଣ୍ଡିଆ’ ଆୟୋଜନ କରିଥିଲା ଓଟିଡିସି। ଏପରିକି ଅନ୍‌ଲାଇନ୍‌ରେ ଟିକେଟ୍‌ ବ୍ୟବସ୍ଥା ମଧ୍ୟ କରାଯାଇଥିଲା।

ତେବେ ଏଥିରେ ଓଟିଡିସି ଏବଂ ଓଡ଼ିଶା ପର୍ଯ୍ୟଟନର ଲୋଗୋକୁ ଛାଡ଼ିଦେଲେ ଓଡ଼ିଆ ସଂସ୍କୃତିର କୌଣସି ଚିହ୍ନବର୍ଣ୍ଣ ମଧ୍ୟ ନଥିଲା। ଦାଣ୍ଡିଆ ସହ ଗୁଜରାଟୀ ପୋଷାକରେ ନାଚୁଥିବାର ଏକ ଫଟୋ ଏଥିରେ ରହିଥିଲା। ତେବେ ଏଭଳି ରଙ୍ଗିନ୍‌ ପରିବେଶରେ ଡିସ୍କୋ ଲାଇଟ୍‌ ଭିତରେ ଓଡ଼ଆ ମେଢ଼ ନୃତ୍ୟର ଅନନ୍ୟ ପରମ୍ପରାର ପ୍ରତୀକ ଅମ୍ବିକା ମେଢ଼ ନୃତ୍ୟ ପ୍ରଦର୍ଶନ କରାଇବା ଓଡ଼ଆ ସଂସ୍କୃତିକୁ ଅପମାନ ବୋଲି ମତ ପ୍ରକାଶ କରିଛନ୍ତି ପ୍ରତୀକ ପଟ୍ଟନାୟକ ନାମକ ଜଣେ ଯୁବ ପଟ୍ଟଚିତ୍ର ଶିଳ୍ପୀ। ସେ କହିଛନ୍ତି, ଏମାନଙ୍କୁ ପ୍ରଶୟ ଦେଲେ ସଂସ୍କୃତିକୁ ବିକି ଖାଇଯିବେ। ଏଥିରେ ପ୍ରଦର୍ଶନ କରିଥିବା କଳାକାର ଏବଂ ଅନୁଷ୍ଠାନ ଲଜ୍ଜାଜନକ କାର୍ଯ୍ୟ କରିଥିବା ସେ କହିଛନ୍ତି।
https://twitter.com/pattaprateek/status/1181594797590511616?s=20

ଅନ୍ୟ ଜଣେ ଟ୍ୱିଟର ବ୍ୟବହାରକାରୀ ସୁଧୀର ମିଶ୍ର କହିଛନ୍ତି, ଓଡ଼ିଶା ପର୍ଯ୍ୟଟନ ବିଭାଗ ଦାଣ୍ଡିଆକୁ କାହିଁକି ପ୍ରୋତ୍ସାହନ ଦେବ। ମେ’ଫେୟାରରେ ଦାଣ୍ଡିଆ ହେବା ଭିନ୍ନ କଥା, କିନ୍ତୁ ପାନ୍ଥନିବାସରେ ଏପରି ଆୟୋଜନ ଠିକ୍ ଲାଗୁନି। ଏଭଳି ଉତ୍ସାହ ଏବଂ ଆଗ୍ରହ ସଂକ୍ରାମକ ଭଳି ମାଡ଼ି ଚାଲିଛି।
https://twitter.com/SHAHSUDH/status/1181498277709017088?s=20

ତେବେ ଏଭଳି ଶହ ଶହ ସଂଖ୍ୟାରେ ଟ୍ୱିଟ୍‌ ଆସିବାର ବେଶ୍‌ କିଛି ଘଣ୍ଟା ପରେ ଓଟଡିସି ଅଧ୍ୟକ୍ଷ ଶ୍ରୀମୟୀ ମିଶ୍ର ଏକ ଟ୍ୱିଟ୍‌ରେ ଲେଖିଛନ୍ତି ବୁଲ୍‌ଗେରିଆରୁ ଆସିଥିବା ଜଣେ ପର୍ଯ୍ୟଟକ ଭାବବିହ୍ୱଳ ହୋଇ ତାଙ୍କୁ ଏକ ଚିଠି ଲେଖିଛନ୍ତି। ତେବେ ଏଥିରେ ଶ୍ରୀମୟୀ ‘ଦାଣ୍ଡିଆ’ର ଆୟୋଜକ ଭାବେ ସେ ସମ୍ବୋଧନ କରିଛନ୍ତି। ସମ୍ଭବତଃ ଏହି ଚିଠି ‘ଦାଣ୍ଡିଆ’ କାର୍ଯ୍ୟକ୍ରମର ସଫଳତା ବୋଲି ସେ ଦର୍ଶାଇବାକୁ ଚାହିଁଥାଇପାରନ୍ତି। ଅନ୍ୟପକ୍ଷରେ ଏହି ବିବାଦ ପରେ ଏକ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀମୟୀ କହିଛନ୍ତି, “ଗୁଜରାଟୀ ଫ୍ଲେଭର୍‌ରେ ଓଡ଼ଆ ଫ୍ଲେଭର୍‌ରେ ଆମେ ଆୟୋଜନ କରିବାର ପ୍ରୟାସ କରିଛୁ। ଯେତିକି ବି ୟୁଥ୍‌ମାନେ ଅଛନ୍ତି ଖୁବ୍‌ ମାତ୍ରାରେ ଏଞ୍ଜୟ କରୁଛନ୍ତି। ତେଣୁ ଭାବୁଛୁ ଆମର ଏହି ପ୍ରୟାସ ସଫଳ ହୋଇଛି।
https://twitter.com/OTDCofficial/status/1181926446463193088?s=20
ସଂସ୍କୃତିପ୍ରେମୀମାନେ ଏହି ଗୁଜରାଟୀ ଫ୍ଲେଭରକୁ ନେଇ ହିଁ ପ୍ରଶ୍ନ ଉଠାଇଛନ୍ତି। ଆମେ ସମସ୍ତେ ଜାଣିଛେ ଓଡ଼ିଶା ପର୍ଯ୍ୟଟନ ବିଭାଗର ଲକ୍ଷ୍ୟ ରହିଛି ଏହି ରାଜ୍ୟକୁ ପର୍ଯ୍ୟଟକଙ୍କ ଅତି ପ୍ରିୟ ସ୍ଥାନ ରୂପେ ପରିଣତ କରିବା। ୱେବ୍‌ସାଇଟ୍‌ରେ ଏହି ବିଭାଗ ଏହାର ଲକ୍ଷ୍ୟ ଭାବେ ଲେଖିଛି, ବାହାରେ ଓଡ଼ିଶାର ଭାବମୂର୍ତ୍ତିର ପ୍ରଚାରପ୍ରସାର କରିବା। ଐତିହ୍ୟର ସୁରକ୍ଷା ମଧ୍ୟ ଏଥିରେ ରହିଛି। ତେବେ ପ୍ରଶ୍ନ ଉଠୁଛି ବୁଲ୍‌ଜେରିଆ କିମ୍ବା ଅନ୍ୟ ସ୍ଥାନରୁ ଆସୁଥିବା ଲୋକଙ୍କ ପାଇଁ ଦୁର୍ଗାପୂଜା ସମୟରେ ‘ଦାଣ୍ଡିଆ’ କ’ଣ ଓଡ଼ିଶାର ପରିଚୟ ହେବ? ଓଟିଡିସି ଅଧ୍ୟକ୍ଷଙ୍କୁ କ’ଣ ଦାଣ୍ଡିଆ ଆୟୋଜକ ଭାବେ ବାହାରେ ପରିଚୟ ପାଇଲେ ଓଡ଼ିଶା ପର୍ଯ୍ୟଟନର ବିକାଶ ହୋଇଯିବ।
https://twitter.com/PSD58769702/status/1181625212879532032?s=20
ରଜ ଏବଂ ରଥଯାତ୍ରା ଓଡ଼ିଶା ବାହାରେ ପାଳିତ ହେଉଛି ବୋଲି ଉଦାହରଣ ଦିଆଯାଉଥିବାବେଳେ ପ୍ରଶ୍ନ ଉଠୁଛି ଏସବୁ କ’ଣ ସେମାନଙ୍କ ଅନ୍ୟ କୌଣସି ପର୍ବର ପରିଚୟକୁ ପ୍ରଭାବିତ କରୁଛି କି? ପଣା ସଂକ୍ରାନ୍ତିରେ ଅନ୍ୟ ରାଜ୍ୟ ବୈଶାଖୀ, ବିହୁ, ବିଶୁ, ପୋଇଲା ବୈଶାଖ୍‌ ବଦଳରେ ଆମ ପରି ପଣା ସଂକ୍ରାନ୍ତି ପାଳିବେ ତ? ଦେବୀ ପୀଠରେ ଝାମୁ ଚାଲିବେ ତ?

Related story