ପ୍ରତିଷ୍ଠା ଦିବସରେ ବାଘ ‘ସ୍ପନ୍ଦନ’ର ଭରଣପୋଷଣ ଦାୟିତ୍ୱ ନେଲା ଓଟିଡିସି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ଆଜି ତା’ର ୪୧ତମ ପ୍ରତିଷ୍ଠା ଦିବସକୁ ନିରାଡ଼ମ୍ବର ଭାବେ ପାଳନ କରିଛି। ଏହି ଅବସରରେ ଓଟିଡିସିି ପକ୍ଷରୁ ନନ୍ଦନକାନନର ବାଘ ‘ସ୍ପନ୍ଦନ’କୁ ପୋଷ୍ୟ ଭାବେ ଗ୍ରହଣ କରାଯିବା ସହ ଦେଶବିଦେଶର ପର୍ଯ୍ୟଟକଙ୍କୁ ଓଡ଼ିଶା ପ୍ରତି ଆକୃଷ୍ଟ ନିମନ୍ତେ ‘ଅତିଥି ଦେବେ ଭବଃ’ ସ୍ଲୋଗାନ ଆଧାରିତ ଭିଡିଓ ଉନ୍ମୋଚିତ ହୋଇଛି। ଏହାସହିତ ଜଙ୍ଗଲ ଓ ପରିବେଶ ବିଭାଗ ସହାୟତାରେ ରାଜ୍ୟର ଜଙ୍ଗଲଗୁଡ଼ିକ ମଧ୍ୟରେ […]

tigeraaa

Manoranjan Sial
  • Published: Thursday, 03 September 2020
  • , Updated: 03 September 2020, 07:35 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ଆଜି ତା’ର ୪୧ତମ ପ୍ରତିଷ୍ଠା ଦିବସକୁ ନିରାଡ଼ମ୍ବର ଭାବେ ପାଳନ କରିଛି। ଏହି ଅବସରରେ ଓଟିଡିସିି ପକ୍ଷରୁ ନନ୍ଦନକାନନର ବାଘ ‘ସ୍ପନ୍ଦନ’କୁ ପୋଷ୍ୟ ଭାବେ ଗ୍ରହଣ କରାଯିବା ସହ ଦେଶବିଦେଶର ପର୍ଯ୍ୟଟକଙ୍କୁ ଓଡ଼ିଶା ପ୍ରତି ଆକୃଷ୍ଟ ନିମନ୍ତେ ‘ଅତିଥି ଦେବେ ଭବଃ’ ସ୍ଲୋଗାନ ଆଧାରିତ ଭିଡିଓ ଉନ୍ମୋଚିତ ହୋଇଛି। ଏହାସହିତ ଜଙ୍ଗଲ ଓ ପରିବେଶ ବିଭାଗ ସହାୟତାରେ ରାଜ୍ୟର ଜଙ୍ଗଲଗୁଡ଼ିକ ମଧ୍ୟରେ ‘ବଣଭୋଜି’ ନାମରେ ଏକ ସ୍ୱତନ୍ତ୍ର ଟୁର ପ୍ୟାକେଜ୍ ଆରମ୍ଭ ପାଇଁ ଓଟିଡିସି ଘୋଷଣା କରିଛି।

ପ୍ରତିଷ୍ଠା ଦିବସ ସମାରୋହରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଗ ଦେଇ ନିଗମ ଅଧ୍ୟକ୍ଷା ଶ୍ରୀମତୀ ଶ୍ରୀମୟୀ ମିଶ୍ର କହିଛନ୍ତି ଯେ,ରାଜ୍ୟରେ ପର୍ଯ୍ୟଟନର ବିକାଶ ଯାତ୍ରାରେ ଓଟିଡିସି ୪୧ବର୍ଷ ଧରି ପ୍ରମୁଖ ଭୂମିକା ଗ୍ରହଣ କରିବା ସହ ଲାଭଦାୟକ ଅନୁଷ୍ଠାନ ହୋଇ ରାଜ୍ୟ ସରକାରଙ୍କ ରୌପ୍ୟ ବର୍ଗର ସରକାରୀ ଉଦ୍ୟୋଗ ହୋଇପାରିଛି। କରୋନା ମହାମାରୀ ପରିସ୍ଥିତି ମଧ୍ୟରେ ହୋଟେଲ ଓ ପର୍ଯ୍ୟଟନ ଶିଳ୍ପ ସର୍ବାଧିକ ପ୍ରଭାବିତ ହୋଇଥିବାବେଳେ ନିଗମ ନିଜର ୨୧ଟି ପାନ୍ଥନିବାସ ଓ ୨ଟି ପରିବହନ ୟୁନିଟ୍ ମାଧ୍ୟମରେ କରୋନା ଯୋଦ୍ଧାଙ୍କୁ ଦୈନିକ ଖାଦ୍ୟ,ପାନୀୟ, ରହିବା ଓ ପରିବହନ ସୁବିଧା ଯୋଗାଇ ଦେଇ ପ୍ରଶଂସିତ ହୋଇଛି। କରୋନାର କରାଳ ଛାୟାରେ ବି ନିଗମ ନିଜର ବ୍ୟବସାୟିକ କାରବାରକୁ ଜାରି ରଖିବା ପାଇଁ ଯଥାସମ୍ଭବ ପ୍ରୟାସ ଜାରି ରଖିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାର୍ଗଦର୍ଶନ ଓ ନିର୍ଦ୍ଦେଶରେ ବିଗତ ଏକବର୍ଷ ମଧ୍ୟରେ ନିଗମ ଅନେକ କାର୍ଯ୍ୟକ୍ରମ ହାତକୁ ନେଇ ସାଧାରଣ ଲୋକଙ୍କ ଦ୍ୱାରା ଆସ୍ଥାଭାଜନ ଓ ପ୍ରଶଂସିତ ହୋଇପାରିଛି। ମା’ ସମଲେଶ୍ୱରୀ ପୀଠରେ ଲାଇଟ୍ ଆଣ୍ଡ ସାଉଣ୍ଡ ଶୋ’, ଡେଷ୍ଟିନେସନ୍ ୱେଡିଂ, ବିଦେଶ ଯାତ୍ରା ପାଇଁ ଗ୍ଲୋବାଲ ଟୁର୍ ପ୍ୟାକେଜ୍ , ଦଶହରାରେ ୩ଦିନ ବ୍ୟାପୀ ଦାଣ୍ଡିଆ ଯାତ୍ରା, ମହାତ୍ମା ଗାନ୍ଧିଙ୍କ ୧୫୦ତମ ଜନ୍ମ ଜୟନ୍ତୀରେ ବାଲୁକା କଳା ପ୍ରଦର୍ଶନୀ, ଭିତରକନିକା, ସାତକୋଶିଆ ସମେତ ରାଜ୍ୟର ପ୍ରମୁଖ ପର୍ଯ୍ୟଟନସ୍ଥଳୀକୁ ସବୁ ବର୍ଗଙ୍କୁ ସୁହାଇବା ଭଳି ଏକାଧିକ ଟୁର ପ୍ୟାକେଜ୍ , ପର୍ଯ୍ୟଟନ ବିଭାଗ ସହ ମିଶି କୋଣାର୍କରେ ଇକୋ-ରିଟ୍ରିଟ୍ ପରିଚାଳନା, କ୍ରୀଡ଼ା ବିଭାଗ ସହ ମିଶି ‘ଖେଲୋ ଇଣ୍ଡିଆ’ କାର୍ଯ୍ୟକ୍ରମକୁ ଟ୍ରାନ୍ସପୋର୍ଟ ସୁବିଧା ଯୋଗାଇବା, ପାନ୍ଥନିବାସର ଖାଦ୍ୟକୁ ଜମାଟୋ,ସ୍ୱିଗି ଭଳି ଅନଲାଇନ ପ୍ଲାଟଫର୍ମରେ ଉପଲବ୍ଧ କରିବା, ଓଡ଼ିଶାର ପର୍ଯ୍ୟଟନର ଅଧିକ ପ୍ରସାର ପାଇଁର୍ ‘ମେକମାଇଁଟ୍ରିପ୍ , ଯାତ୍ରା, ଗୋଆଇବିଆଇବି ଭଳି ପ୍ରତିଷ୍ଠିତ ଅନଲାଇନ୍ ପ୍ଲାଟଫର୍ମ ସହ ଓଟିଡିସି ଚୁକ୍ତିବଦ୍ଧ କରି ସେବା ଯୋଗାଉଛି ।

ବିଭିନ୍ନ ପାନ୍ଥନିବାସର ଆଧୁନିକୀକରଣ କାର୍ଯ୍ୟ ମଧ୍ୟ ହାତକୁ ନିଆଯାଇଛି। ତା’ଛଡ଼ା କରୋନା କାଳରେ ଲୋକଙ୍କ ମଧ୍ୟରେ ଓଡ଼ିଆ ଖାଦ୍ୟର ପ୍ରସାର ପାଇଁ ‘ଆମ ହାଣ୍ଡିଶାଳ’ ନାଁରେ ଏକ କାର୍ଯ୍ୟକ୍ରମର ଆୟୋଜନ ହେଉ ଅବା ରଜପିଠାକୁ ‘ପିଠା ଅନ୍ ହ୍ୱିଲ’ ମାଧ୍ୟମରେ ଲୋକଙ୍କ ନିକଟରେ ପହଂଚାଇବା- ପ୍ରାୟତଃ ଆମର ସବୁ କାର୍ଯ୍ୟକୁ ଲୋକେ ପସନ୍ଦ କରିଛନ୍ତି। ଆଉ ତାହା ହିଁ କେବଳ ବିଭାଗର ପଦାଧିକାରୀଙ୍କଠୁ ଆରମ୍ଭ କରି ନିଗମର କର୍ମଚାରୀ-ସମସ୍ତଙ୍କ ନିଷ୍ଠା, ପରିଶ୍ରମ, ଆନ୍ତରିକ ସହଯୋଗ ଓ ଟିମୱାର୍କ ଯୋଗୁ ସମ୍ଭବ ହୋଇପାରିଛି। ଆଗାମୀ ଦିନରେ ସମସ୍ତଙ୍କ ସହଯୋଗରେ ମଧ୍ୟ ନିଗମ ଅନେକ କାର୍ଯ୍ୟକ୍ରମ ହାତକୁ ନେବାକୁ ଲକ୍ଷ୍ୟ ରଖିଛି ବୋଲି ସେ କହିଥିଲେ।
ସେହିପରି ଓଟିଡିସି ପରିଚାଳନା ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ ସମସ୍ତ କର୍ମଚାରୀଙ୍କୁ ସାଧୁବାଦ ଦେବା ସହ ଆଗାମୀ ଦିନରେ ପର୍ଯ୍ୟଟନ ଶିଳ୍ପ ବିକାଶରେ ନିଗମ ଯେପରି ପ୍ରମୁଖ ଭୂମିକା ଗ୍ରହଣ କରିବ ସେଥିପାଇଁ ସମସ୍ତେ ଯତ୍ନଶୀଳ ହେବାକୁ ପରାମର୍ଶ ଦେଇଥିଲେ।

Related story