ଓଟିଏମର ୫୨୧ ଏକର ଜମିକୁ ଦଖଲ କଲା ପ୍ରଶାସନ, ସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷା : ଜିଲ୍ଲାପାଳ

କଟକ(ଓଡ଼ିଶା ରିପୋର୍ଟର): କଟକ ଜିଲ୍ଲାର ଅନ୍ତର୍ଗତ ଚୌଦ୍ୱାରରେ ଥିବା ଓଟିଏମ୍‌କୁ ଦଖଲ କରିଛି ଜିଲ୍ଲା ପ୍ରଶାସନ ଏବଂ ଓଟିଏମ୍‌ର ପୁନରୁଦ୍ଧାର ପ୍ରସଙ୍ଗରେ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ପାଳନ କରିଛି। ନିର୍ଦ୍ଦେଶ ଅନୁଯାୟୀ ଅଫିସିଆଲ ଲିକ୍ୟୁଡିଟେରଙ୍କ ଠାରୁ ଓଟିଏମର ୫୨୧ ଏକର ଜମିକୁ ଜିଲ୍ଲା ପ୍ରଶାସନ ନିଜ ଅକ୍ତିଆରକୁ ନେଇଛି। ଗତ ୩ ତାରିଖ ସୁଦ୍ଧା ଏହି ପ୍ରକିୟା ଶେଷ ହୋଇଛି ବୋଲି ଆଜି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ସୂଚନା ଦେଇଛନ୍ତି। ଜିଲ୍ଲାପାଳ କହିଛନ୍ତି, ଟାଙ୍ଗୀ-ଚୌଦ୍ୱାର ତହସିଲଦାର […]

cuttack-col

  • Published: Monday, 05 December 2022
  • , Updated: 05 December 2022, 04:35 PM IST

କଟକ(ଓଡ଼ିଶା ରିପୋର୍ଟର): କଟକ ଜିଲ୍ଲାର ଅନ୍ତର୍ଗତ ଚୌଦ୍ୱାରରେ ଥିବା ଓଟିଏମ୍‌କୁ ଦଖଲ କରିଛି ଜିଲ୍ଲା ପ୍ରଶାସନ ଏବଂ ଓଟିଏମ୍‌ର ପୁନରୁଦ୍ଧାର ପ୍ରସଙ୍ଗରେ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ପାଳନ କରିଛି। ନିର୍ଦ୍ଦେଶ ଅନୁଯାୟୀ ଅଫିସିଆଲ ଲିକ୍ୟୁଡିଟେରଙ୍କ ଠାରୁ ଓଟିଏମର ୫୨୧ ଏକର ଜମିକୁ ଜିଲ୍ଲା ପ୍ରଶାସନ ନିଜ ଅକ୍ତିଆରକୁ ନେଇଛି। ଗତ ୩ ତାରିଖ ସୁଦ୍ଧା ଏହି ପ୍ରକିୟା ଶେଷ ହୋଇଛି ବୋଲି ଆଜି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ସୂଚନା ଦେଇଛନ୍ତି।

ଜିଲ୍ଲାପାଳ କହିଛନ୍ତି, ଟାଙ୍ଗୀ-ଚୌଦ୍ୱାର ତହସିଲଦାର ଏହି ପ୍ରକିୟାକୁ ଆଗେଇ ନେଇଛନ୍ତି। ଜମି, ଆସବାବପତ୍ର ଓ ଆବାସିକ କ୍ୱାର୍ଟର୍ସଗୁଡିକୁ ଏହି ପ୍ରକିୟାରେ ସାମିଲ କରାଯାଇଛି। ଇଡକୋକୁ ଏହାର ଦେଖାଶୁଣା ଦାୟିତ୍ୱ ଦିଆଯାଇଛି। ରାଜ୍ୟ ସରକାରଙ୍କ ପରବର୍ତ୍ତୀ ନିର୍ଦ୍ଦେଶ ଯାହା ରହିବ ଜିଲ୍ଲା ପ୍ରଶାସନ ସେହି ଅନୁଯାୟୀ ପଦକ୍ଷେପ ନେବ ବୋଲି ଜିଲ୍ଲାପାଳ କହିଛନ୍ତି।

ସୂଚନା ଥାଉକି, ଗତ ୫ ତାରିଖ ଅପରାହ୍ନ ସୁଦ୍ଧା ଓଟିଏମକୁ ରାଜ୍ୟ ସରକାର ନିଜ ଅଧୀନକୁ ନେବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ। ଆସନ୍ତାକାଲି ଡିସେମ୍ବର ୬ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଛି। ଓଟିଏମକୁ ରାଜ୍ୟସରକାର ଟେକଓଭର କରନ୍ତୁ ବୋଲି ଆବେଦନକାରୀ ହାଇକୋର୍ଟରେ ଏକ ମାମଲା ଦାୟର କରିଥିଲେ।

Related story