‘ନିହାର ଇସ୍ତଫା ଦେବେ ବୋଲି ପୂର୍ବରୁ ଆଶଙ୍କା କରୁଥିଲୁ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଟିଭିରୁ COO ନିହାର ରଞ୍ଜନ ଭୂୟାଁ ଇସ୍ତଫା ଦେଇଛନ୍ତି। ଏହି ପ୍ରସଙ୍ଗରେ ଆଜି ପ୍ରତିକ୍ରିୟା ରଖିଛନ୍ତି ଓଟିଭି ଏଚ୍‌ଆର୍‌ ହେଡ୍‌ ପାର୍ଥ ନନ୍ଦୀ। ସେ କହିଛନ୍ତି, ନିହାରଙ୍କ ଇସ୍ତଫା ସରକାରୀ ଚାପର ଆଉ ଏକ ନମୁନା। ନିହାର ଇସ୍ତଫା ଦେବେ ବୋଲି ଆମେ ପୂର୍ବରୁ ଆଶଙ୍କା କରୁଥିଲୁ। ତାଙ୍କ ପତ୍ନୀ ଜଣେ ସରକାରୀ କର୍ମଚାରୀ ହୋଇଥିବାରୁ ସେ ଚାପରେ ଥିଲେ। ସେହିପରି ଗଲା କିଛିଦିନ ହେଲା ନିହାରଙ୍କ ସ୍ୱାସ୍ଥ୍ୟ ମଧ୍ୟ ଭଲ ନଥିଲା। ସେ […]

otv

Manoranjan Sial
  • Published: Monday, 23 November 2020
  • , Updated: 23 November 2020, 07:28 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଟିଭିରୁ COO ନିହାର ରଞ୍ଜନ ଭୂୟାଁ ଇସ୍ତଫା ଦେଇଛନ୍ତି। ଏହି ପ୍ରସଙ୍ଗରେ ଆଜି ପ୍ରତିକ୍ରିୟା ରଖିଛନ୍ତି ଓଟିଭି ଏଚ୍‌ଆର୍‌ ହେଡ୍‌ ପାର୍ଥ ନନ୍ଦୀ। ସେ କହିଛନ୍ତି, ନିହାରଙ୍କ ଇସ୍ତଫା ସରକାରୀ ଚାପର ଆଉ ଏକ ନମୁନା। ନିହାର ଇସ୍ତଫା ଦେବେ ବୋଲି ଆମେ ପୂର୍ବରୁ ଆଶଙ୍କା କରୁଥିଲୁ। ତାଙ୍କ ପତ୍ନୀ ଜଣେ ସରକାରୀ କର୍ମଚାରୀ ହୋଇଥିବାରୁ ସେ ଚାପରେ ଥିଲେ। ସେହିପରି ଗଲା କିଛିଦିନ ହେଲା ନିହାରଙ୍କ ସ୍ୱାସ୍ଥ୍ୟ ମଧ୍ୟ ଭଲ ନଥିଲା। ସେ ଅଫିସକୁ ଆସୁନଥିଲେ। ସରକାରୀ ଚାପର ବଶବର୍ତ୍ତୀ ହୋଇ ସେ ନିଜ ପଦରୁ ଇସ୍ତଫା ଦେଇଥିବା ପାର୍ଥ ନନ୍ଦୀ ପ୍ରତିକ୍ରିୟାରେ କହିଛନ୍ତି।

ସୂଚନାରୁ ପ୍ରକାଶ, କିଛିଦିନ ତଳେ ସାରୁଅ ଜମି ମାମଲାରେ କ୍ରାଇମବ୍ରାଞ୍ଚ EOW ନିହାରଙ୍କୁ ଜେରା କରିଥିଲା। ସେପଟେ ଏତଲାରୁ ତାଙ୍କ ନାଁ ହଟାଇବାକୁ କିଛିଦିନ ତଳେ ହାଇକୋର୍ଟ ଯାଇଥିଲେ ନିହାର। ଏହି ଆବେଦନ ଆଧାରରେ କୋର୍ଟ ନିହାରଙ୍କୁ ଅନ୍ତରୀଣ ସୁରକ୍ଷା ଦେଇଥିଲେ। ଆଜି ନିହାରଙ୍କ ଅନ୍ତରୀଣ ସୁରକ୍ଷା ଜାନୁଆରୀ ୮ ଯାଏ ବଢ଼ାଇଛନ୍ତି କୋର୍ଟ।

Related story