ଓଟିଭି ଫୋରସାଇଟ୍‌ କାର୍ଯ୍ୟକ୍ରମରେ ଏକାଠି ହେଲେ ନେତା, ଅଭିନେତା  

<p>ଭୁବନେଶ୍ୱର(ଓଡିଶା ରିପୋର୍ଟର): ବିଗତ ବର୍ଷଗୁଡ଼ିକ ଭଳି ଏଥର ବି ଓଟିଭି ଫୋରସାଇଟ୍- ୨୦୧୮ ଅନୁଷ୍ଠିତ ହୋଇଛି। ଭୁବନେଶ୍ୱରସ୍ଥିତି ହୋଟେଲ ମେ ଫେଆରରେ ଅନୁଷ୍ଠିତ ହୋଇଯାଇଛି ଏହି କାର୍ଯ୍ୟକ୍ରମ। ଏଥର ଆଲୋଚନାର ମୁଖ୍ୟ ବିଷୟ ଥିଲା- Politics for Elections, or Development and Growth, ଅର୍ଥାତ ନିର୍ବାଚନ ପାଇଁ ରାଜନୀତି, ନା ବିକାଶ ଲାଗି? ଏଥିରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର, ବରିଷ୍ଠ ବିଜେଡି ନେତା ଡାକ୍ତର ଦାମୋଦର ରାଉତ ଓ ବିଜେପି ଜାତୀୟ ସଂପାଦକ ସୁରେଶ ପୂଜାରୀ ଭାଗ ନେଇ ନିଜ ନିଜ ମତ ରଖିଥିଲେ।&nbsp; ଅଧିବେଶନର ଅନ୍ୟ ପ୍ରମୁଖ ପ୍ରସଙ୍ଗ ଥିଲା- Making of young parliamentarians in Lok Sabha- absence of constructive debates. ଏନେଇ ମତ ରଖିଥିଲେ ଆସାମ କାଲିଆବୋର୍ର ଲୋକସଭା ସଦସ୍ୟ ଓ ବଲାଙ୍ଗିର ସାଂସଦ କଳିକେଶ ନାରାୟଣ ସିଂଦେଓ। ସେହିପରି ଦ୍ୱିତୀୟ ଅଧିବେଶନର ଆଲୋଚନାର ପ୍ରସଙ୍ଗ ଥିଲା Oriya language beyond literature ବା ସାହିତ୍ୟର ଉର୍ଦ୍ଧ୍ୱରେ ଓଡିଆ ଭାଷା । ଏହି ଆଲୋଚନାରେ ଭାଗ ନେଇଥିଲେ ଦୈନିକ ସମ୍ବାଦର ସଂପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ, ବିଶିଷ୍ଟ ସାହତ୍ୟିକ ହରପ୍ରସାଦ ଦାସ ଓ ରେଭେନ୍ସା ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଦେବଦାସ ଛୋଟରାୟ। ଫୋରସାଇଟ୍&zwnj; ଶେଷ ଅଧିବେଶନର ପ୍ରସଙ୍ଗ ଥିଲା Do celebrities make for bad role models? ଏଥିରେ ଭାଗ ନେଇ ନିଜ ମତ ରଖିଥିଲେ ଜଣାଶୁଣା ବଲିଉଡ୍ ଅଭିନେତା ଆଶିଷ ବିଦ୍ୟାର୍ଥୀ ଓ ଅଭିନେତ୍ରୀ ତିସ୍କା ଚୋପ୍ରା।</p> <p>ଓଟିଭିର ନୀତି ନା ସରକାରଙ୍କ ସପକ୍ଷରେ ନା ବିରୋଧରେ, ନା ବିରୋଧୀ ଦଳଙ୍କ ସପକ୍ଷରେ ନା ବିରୋଧରେ କେବଳ ୪ କୋଟି ଓଡିଆଙ୍କ ସପକ୍ଷରେ। କାର୍ଯ୍ୟକ୍ରମ ଆରମ୍ଭରେ ସ୍ୱାଗତ ଭାଷଣ ରଖି ଓଟିଭିର ଡିରେକ୍ଟର ଜଗି ମଂଗତ ପଣ୍ଡା ଏହି ମତ ରଖିଥିଲେ।</p>

Ordigital Desk
  • Published: Saturday, 03 March 2018
  • Updated: 03 March 2018, 09:07 PM IST

Sports

Latest News

<p>ଭୁବନେଶ୍ୱର(ଓଡିଶା ରିପୋର୍ଟର): ବିଗତ ବର୍ଷଗୁଡ଼ିକ ଭଳି ଏଥର ବି ଓଟିଭି ଫୋରସାଇଟ୍- ୨୦୧୮ ଅନୁଷ୍ଠିତ ହୋଇଛି। ଭୁବନେଶ୍ୱରସ୍ଥିତି ହୋଟେଲ ମେ ଫେଆରରେ ଅନୁଷ୍ଠିତ ହୋଇଯାଇଛି ଏହି କାର୍ଯ୍ୟକ୍ରମ। ଏଥର ଆଲୋଚନାର ମୁଖ୍ୟ ବିଷୟ ଥିଲା- Politics for Elections, or Development and Growth, ଅର୍ଥାତ ନିର୍ବାଚନ ପାଇଁ ରାଜନୀତି, ନା ବିକାଶ ଲାଗି? ଏଥିରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର, ବରିଷ୍ଠ ବିଜେଡି ନେତା ଡାକ୍ତର ଦାମୋଦର ରାଉତ ଓ ବିଜେପି ଜାତୀୟ ସଂପାଦକ ସୁରେଶ ପୂଜାରୀ ଭାଗ ନେଇ ନିଜ ନିଜ ମତ ରଖିଥିଲେ।&nbsp; ଅଧିବେଶନର ଅନ୍ୟ ପ୍ରମୁଖ ପ୍ରସଙ୍ଗ ଥିଲା- Making of young parliamentarians in Lok Sabha- absence of constructive debates. ଏନେଇ ମତ ରଖିଥିଲେ ଆସାମ କାଲିଆବୋର୍ର ଲୋକସଭା ସଦସ୍ୟ ଓ ବଲାଙ୍ଗିର ସାଂସଦ କଳିକେଶ ନାରାୟଣ ସିଂଦେଓ। ସେହିପରି ଦ୍ୱିତୀୟ ଅଧିବେଶନର ଆଲୋଚନାର ପ୍ରସଙ୍ଗ ଥିଲା Oriya language beyond literature ବା ସାହିତ୍ୟର ଉର୍ଦ୍ଧ୍ୱରେ ଓଡିଆ ଭାଷା । ଏହି ଆଲୋଚନାରେ ଭାଗ ନେଇଥିଲେ ଦୈନିକ ସମ୍ବାଦର ସଂପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ, ବିଶିଷ୍ଟ ସାହତ୍ୟିକ ହରପ୍ରସାଦ ଦାସ ଓ ରେଭେନ୍ସା ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଦେବଦାସ ଛୋଟରାୟ। ଫୋରସାଇଟ୍&zwnj; ଶେଷ ଅଧିବେଶନର ପ୍ରସଙ୍ଗ ଥିଲା Do celebrities make for bad role models? ଏଥିରେ ଭାଗ ନେଇ ନିଜ ମତ ରଖିଥିଲେ ଜଣାଶୁଣା ବଲିଉଡ୍ ଅଭିନେତା ଆଶିଷ ବିଦ୍ୟାର୍ଥୀ ଓ ଅଭିନେତ୍ରୀ ତିସ୍କା ଚୋପ୍ରା।</p><p>ଓଟିଭିର ନୀତି ନା ସରକାରଙ୍କ ସପକ୍ଷରେ ନା ବିରୋଧରେ, ନା ବିରୋଧୀ ଦଳଙ୍କ ସପକ୍ଷରେ ନା ବିରୋଧରେ କେବଳ ୪ କୋଟି ଓଡିଆଙ୍କ ସପକ୍ଷରେ। କାର୍ଯ୍ୟକ୍ରମ ଆରମ୍ଭରେ ସ୍ୱାଗତ ଭାଷଣ ରଖି ଓଟିଭିର ଡିରେକ୍ଟର ଜଗି ମଂଗତ ପଣ୍ଡା ଏହି ମତ ରଖିଥିଲେ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos