‘ଓଟିଭି’ର ସ୍ପଷ୍ଟୀକରଣ: ବିଜେଡିର ସବୁ ଅଭିଯୋଗ ଭିତ୍ତିହୀନ ଓ ରାଜନୈତିକ ଅଭିସନ୍ଧିମୂଳକ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାର ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳ (ବିଜୁ ଜନତା ଦଳ) ଲଗାତାର ଭାବେ କିଛି ଦିନ ଧରି ‘ଓଟିଭି’ର ସାମ୍ୱାଦିକତା ଓ ସମ୍ୱାଦ ପରିବେଷଣର ନିରପେକ୍ଷତାକୁ ନେଇ ପ୍ରଶ୍ନ ଉଠେଇ ଆସୁଛି ଏବଂ ମାନନୀୟ ନିର୍ବାଚନ ଆୟୋଗଙ୍କ ଦ୍ୱାରସ୍ଥ ହୋଇ ଅଭିଯୋଗମାନ ଆଣୁଛି। ଏଯାବତ୍‌ ଏ ନେଇ ଅନେକ ଅଭିଯୋଗ ଆମ ପାଖକୁ ଆସିଛି। ଆଉ ଏସବୁର ଉତ୍ତର ଆମେ ନିର୍ବାଚନ ଆୟୋଗଙ୍କ ଆଗରେ ରଖି ସାରିଛୁ। ଆମେ ସ୍ପଷ୍ଟ କରିଦେବାକୁ ଚାହୁଁ, […]

otv

otv

Jitendra Garnayak
  • Published: Saturday, 27 April 2019
  • Updated: 27 April 2019, 03:29 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାର ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳ (ବିଜୁ ଜନତା ଦଳ) ଲଗାତାର ଭାବେ କିଛି ଦିନ ଧରି ‘ଓଟିଭି’ର ସାମ୍ୱାଦିକତା ଓ ସମ୍ୱାଦ ପରିବେଷଣର ନିରପେକ୍ଷତାକୁ ନେଇ ପ୍ରଶ୍ନ ଉଠେଇ ଆସୁଛି ଏବଂ ମାନନୀୟ ନିର୍ବାଚନ ଆୟୋଗଙ୍କ ଦ୍ୱାରସ୍ଥ ହୋଇ ଅଭିଯୋଗମାନ ଆଣୁଛି। ଏଯାବତ୍‌ ଏ ନେଇ ଅନେକ ଅଭିଯୋଗ ଆମ ପାଖକୁ ଆସିଛି। ଆଉ ଏସବୁର ଉତ୍ତର ଆମେ ନିର୍ବାଚନ ଆୟୋଗଙ୍କ ଆଗରେ ରଖି ସାରିଛୁ।

ଆମେ ସ୍ପଷ୍ଟ କରିଦେବାକୁ ଚାହୁଁ, ଆଜି ପର୍ଯ୍ୟନ୍ତ ଏହି ରାଜନୈତିକ ଦଳ ଦେଇଥିବା ସମସ୍ତ ଅଭିଯୋଗ ଭିତ୍ତିହୀନ ଏବଂ ରାଜନୈତିକ ଅଭିସନ୍ଧିମୂଳକ। ନିଜର ମୁକ୍ତ ସାମ୍ୱାଦିକତା ଓ ନିରପେକ୍ଷତା ପାଇଁ ସାରା ଓଡ଼ିଶାରେ ସବୁଠୁ ଅଧିକ ବିଶ୍ୱାସଭାଜନ ହୋଇପାରିଥିବା ଏହି ଚ୍ୟାନେଲ୍‌ର ଭାବମୂର୍ତ୍ତିକୁ କ୍ଷୁଣ୍ଣ କରିବା ଏହି ରାଜନୈତିକ ଦଳର ଉଦ୍ଦେଶ୍ୟ ବୋଲି ଆମର ମନେହୁଏ।

ଗୋଟିଏ ଦାୟିତ୍ୱସମ୍ପନ୍ନ ଗଣମାଧ୍ୟମ ଭାବରେ ନିର୍ବାଚନ ସମ୍ପର୍କିତ ବିଧିବିଧାନ ପ୍ରତି ଆମେ ସଚେତନ ହୋଇ ଖବର ପ୍ରସାରଣ କରୁଥିଲେ ମଧ୍ୟ ଆମକୁ ବାରମ୍ୱାର ରାଜନୀତି ଭିତରକୁ ଟାଣିବା, କଟାକ୍ଷ କରିବା, ସୋଶିଆଲ ମିଡିଆରେ ଅପପ୍ରଚାର କରିବା କେବଳ ନୀଚ୍ଚ ରାଜନୈତିକ ଚକ୍ରାନ୍ତ ଛଡ଼ା ଆଉ କିଛି ନୁହେଁ। ଏଯାବତ୍‌ ଆମକୁ ବିଧିବଦ୍ଧ ଭାବେ ମିଳିଥିବା ୫ଟି ମିଛ ଅଭିଯୋଗ ଶୁଣିଲା ପରେ ଆମେ ଏକ ପ୍ରେସନୋଟ୍‌ ମାଧ୍ୟମରେ ଏସବୁ ଅଭିଯୋଗର ସ୍ପଷ୍ଟୀକରଣ ରଖିବାକୁ ସ୍ଥିର କଲୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos