‘ପ୍ରକୃତ ସତ ପଦାକୁ ଆସୁ, ମନ୍ଦ ଉଦ୍ଦେଶ୍ୟରେ ଗୋଳମାଳିଆ କରାନଯାଉ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘‘ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ଅଭିଯୋଗର ପ୍ରକୃତ ସତ ପଦାକୁ ଆସୁ। ମନ୍ଦ ଉଦ୍ଦେଶ୍ୟନରଖି ଏହି ଘଟଣାର ତଦନ୍ତ କରାନଯାଉ। ଏହି ସଙ୍ଗୀନ ମାମଲାରେ ଓଟିଭିର କୌଣସି କର୍ମଚାରୀ ସମ୍ପୃକ୍ତ ଥିଲେ, ସେମାନଙ୍କ ବିରୋଧରେ ପୁଲିସ ଆଇନ୍‌ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ।” ରହସ୍ୟଜନକ ନାବାଳିକା ଗଣଦୁଷ୍କର୍ମ ଅଭିଯୋଗକୁ ନେଇ ଓଟିଭି ଏଭଳି ପକ୍ଷ ରଖିଛି। ଏହାସହ ଅଭିଯୋଗକାରିଣୀଙ୍କ ଜୁଲାଇ ୧୦, ୧୩ ଓ ୧୪ ତାରିଖର ଅଡିଓ ବାର୍ତ୍ତାଳାପ ଓଟିଭିର ହସ୍ତଗତ ହୋଇଥିବା ସମ୍ପୃକ୍ତ ସଂସ୍ଥା […]

gangrape

Manoranjan Sial
  • Published: Sunday, 13 September 2020
  • , Updated: 13 September 2020, 12:03 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘‘ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ଅଭିଯୋଗର ପ୍ରକୃତ ସତ ପଦାକୁ ଆସୁ। ମନ୍ଦ ଉଦ୍ଦେଶ୍ୟନରଖି ଏହି ଘଟଣାର ତଦନ୍ତ କରାନଯାଉ। ଏହି ସଙ୍ଗୀନ ମାମଲାରେ ଓଟିଭିର କୌଣସି କର୍ମଚାରୀ ସମ୍ପୃକ୍ତ ଥିଲେ, ସେମାନଙ୍କ ବିରୋଧରେ ପୁଲିସ ଆଇନ୍‌ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ।” ରହସ୍ୟଜନକ ନାବାଳିକା ଗଣଦୁଷ୍କର୍ମ ଅଭିଯୋଗକୁ ନେଇ ଓଟିଭି ଏଭଳି ପକ୍ଷ ରଖିଛି। ଏହାସହ ଅଭିଯୋଗକାରିଣୀଙ୍କ ଜୁଲାଇ ୧୦, ୧୩ ଓ ୧୪ ତାରିଖର ଅଡିଓ ବାର୍ତ୍ତାଳାପ ଓଟିଭିର ହସ୍ତଗତ ହୋଇଥିବା ସମ୍ପୃକ୍ତ ସଂସ୍ଥା ପକ୍ଷରୁ କୁହାଯାଇଛି।

ଓଟିଭି ସ୍ପଷ୍ଟ କରିଛି, ନାବାଳିକା ଗଣଦୁଷ୍କର୍ମ ଅଭିଯୋଗକାରିଣୀ ଜଣକ କରୋନା ଜନିତ ଲକ୍‌ଡାଉନ୍‌ ପୂର୍ବରୁ ଓଟିଭି ଗ୍ରୁପ୍‌ର ଜଣେ ଠିକା କର୍ମଚାରୀ ଭାବେ ଦାୟୀତ୍ୱ ତୁଲାଉଥିଲେ। ପରେ ସଙ୍ଗୀନ ଅଭିଯୋଗ କ୍ରମେ ଓଟିଭି କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏ ସମ୍ପର୍କରେ ଇନ୍‌ଫୋସିଟି ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। ଏଭଳି ସଙ୍ଗୀନ ଅଭିଯୋଗ ପାଇ କମିଶନରେଟ୍‌ ପୁଲିସ ତଦନ୍ତ ଚଲାଇଥିବା ବେଳେ ଅଭିଯୋଗକାରିଣୀ ‘କମ୍ପ୍ରମାଇଜ୍‌’ କରିବାକୁ ଓଟିଭି ଏମ୍‌ଡିଙ୍କୁ ଫୋନ୍‌ରେ ବାରମ୍ୱାର ଗୁହାରୀ କରୁଥିବାର ଅଡିଓ ମଧ୍ୟ ସମ୍ପୃକ୍ତ କମ୍ପାନୀର ହସ୍ତଗତ ହୋଇଛି। ତେବେ ଓଟିଭି କର୍ତ୍ତୃପକ୍ଷଙ୍କ କହିବା କଥା, ଯଦି ଏଭଳି ସଙ୍ଗୀନ ମାମଲାରେ ଓଟିଭିର କୌଣସି କର୍ମଚାରୀଙ୍କ ସମ୍ପୃକ୍ତି ରହିଛି, ତେବେ ପୁଲିସ ଆଇନ୍‌ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେଉ।

ନିଜ ପକ୍ଷ ରଖି ଏକ ଅଡିଓ ପ୍ରାସାରଣ କରାଯିବା ସହ ଓଟିଭି ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି, ‘ଯେହେତୁ ମହିଳା ଜଣକ ଏହି
ଘଟଣାରେ ଓଟିଭିର କିଛି କର୍ମଚାରୀଙ୍କ ନାଁରେ ଅଭିଯୋଗ ଆଣିଛନ୍ତି, ତେଣୁ ଓଟିଭି ପକ୍ଷରୁ ସମସ୍ତ ତଥ୍ୟ ଓ ପ୍ରମାଣ ପୁଲିସକୁ

ହସ୍ତାନ୍ତର କରାଯାଇ ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରାଯାଉଛି। କିନ୍ତୁ ଏପରି ଏକ ସମ୍ବେଦନଶୀଳ ମାମଲାରେ ‘ଗୁପ୍ତ ତଥ୍ୟ ଓ
ପ୍ରମାଣ’ ସରକାରଙ୍କ ପ୍ରଭାବରେ ଚାଲୁଥିବା କିଛି ଗଣମାଧ୍ୟମ ପ୍ରସାରଣ କରୁଛନ୍ତି ଏବଂ ଓଟିଭି ଛବିକୁ ସର୍ବସାଧାରଣରେ ମଳିନ
କରିବାକୁ ଅପଚେଷ୍ଟା କରୁଛନ୍ତି, ତେଣୁ ସଠିକ୍ ତଥ୍ୟକୁ ଉପସ୍ଥାପନ କରିବାକୁ ଆମେ ଉଚିତ୍ ମନେ କରୁଛୁ।’

Related story