ଅସୁସ୍ଥ ଶିଶୁକୁ ଛାଡିଲେନି ଅଟୋ ଓ ଟ୍ୟାକ୍ସି ଆନ୍ଦୋଳନକାରୀ: ମେଡିକାଲ ନେଲା ଓଟିଭି ଟିମ୍‌

Ordigital Desk
  • Published: Thursday, 07 June 2018
  • , Updated: 07 June 2018, 05:49 PM IST
<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀରେ ଆଜି ଅଟୋ ଓ ଟ୍ୟାକ୍ସି ଚାଳକଙ୍କ ଆନ୍ଦୋଳନ ବେଳେ ସାମ୍ନାକୁ ଆସିଥିଲା ଏକ ଅଭାବନୀୟ ଘଟଣା। ଆନ୍ଦୋଳନକାରୀମାନେ କିଛି ଶୁଣିବାକୁ ନାରାଜ ଥିଲେ। ଏମିତିକି ରୋଗୀ ମଧ୍ୟ ସେମାନଙ୍କ ଆକ୍ରୋଶରୁ ବର୍ତ୍ତି ନଥିଲେ। ଜଣେ ଅସୁସ୍ଥ ଶିଶୁକୁ ମେଡିକାଲ ନେବାକୁ ମଧ୍ୟ ଅଟୋକୁ ଛାଡି ନଥିଲେ। ଏପରି ସ୍ଥିତିରେ ଓଟିଭି ଟିମ୍&zwnj;ର ଦାୟିତ୍ୱବୋଧର ଚିତ୍ର ଦେଖିବାକୁ ମିଳିଥିଲା ରାଜଧାନୀରେ। ଅସୁସ୍ଥ ଶିଶୁ ଓ ତା&rsquo;ର ପରିବାରକୁ ମେଡିକାଲରେ ପହଞ୍ଚାଇ ଓଟିଭି ଟିମ୍&zwnj; ନିଜ ସାମାଜିକ ଦାୟିତ୍ୱବୋଧ ଦେଖାଇଥିଲା।</p> <p>&lt;span style=&quot;color: #0000ff;&quot;&gt;ଏମିତି ଥିଲା ଘଟଣା&lt;/span&gt;</p> <p>ଭୁବନେଶ୍ୱର ବାଳକାଟିର ରଶ୍ମିତା ରଥ ନାମ୍ନୀ ମହିଳା ତାଙ୍କ ଅସୁସ୍ଥ ଶିଶୁକୁ ଧରି ଏକ ଅଟୋରେ କ୍ୟାପିଟାଲ ହସ୍ପିଟାଲ ଯାଉଥିଲେ। କଳ୍ପନା ଛକରେ ତାଙ୍କ ଗାଡ଼ିକୁ ଅଟକାଇ ଥିଲେ ଆନ୍ଦୋଳନରତ ଅଟୋ ଓ ଟ୍ୟାକ୍ସି ସଂଘର କର୍ମକର୍ତ୍ତା। ଶିଶୁର ସ୍ୱାସ୍ଥ୍ୟାବସ୍ଥା ଖରାପ ଥିବା କହିବା ପରେ ବି ଗାଡିକୁ ଛାଡି ନଥିଲେ ଆନ୍ଦୋଳନକାରୀ। ପରେ ମହିଳା ଜଣକ ଅଟୋରୁ ଓହ୍ଲାଇ ତାଙ୍କୁ ମେଡିକାଲରେ ପହଞ୍ଚାଇବାକୁ ବହୁ ଲୋକଙ୍କୁ କାକୁତି ମିନତୀ ହୋଇଥିଲେ। ହେଲେ କେହି ଏଥିପ୍ରତି କର୍ଣ୍ଣପାତ କରି ନଥିଲେ। ଏହି ସମୟରେ ଅଟୋ ଆନ୍ଦୋଳନ ସମ୍ପର୍କରେ ଖବର ସଂଗ୍ରହ କରୁଥିବା ଓଟିଭି ଟିମ୍&zwnj;ର ନଜରକୁ ଆସିଥିଲା ଘଟଣା। ଖବର ସଂଗ୍ରହ କରୁଥିବା ଓଟିଭି ଟିମ୍, ତୁରନ୍ତ ଉକ୍ତ ମହିଳା ଓ ତାଙ୍କ ଅସୁସ୍ଥ ଶିଶୁକୁ ଓଟିଭି ଗାଡ଼ିରେ ବସାଇ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚାଇଥିଲେ।</p>

Related story